ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ

0

ଭୁବନେଶ୍ବର: ଓଡ଼ିଶାରେ ଖଣିଜ ସମ୍ପଦର ବ୍ୟବହାର ଓ ଶିଳ୍ପ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୧ଟି ବୃହତ୍ ଖଣିଜ ବ୍ଲକକୁ ନିଲାମ କରିବାକୁ ପଦକ୍ଷେପ ନେଇଛନ୍ତି। ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ୍, ଆଲୁମିନିୟମଯୁକ୍ତ ଲାଟେରାଇଟ୍ ଏବଂ ଚୂନପଥର ଭଳି ମୂଲ୍ୟବାନ ଖଣିଜ ସମ୍ପଦ ଥିବା ଏହି ବ୍ଲକଗୁଡ଼ିକ ୫ଟି ଜିଲ୍ଲାରେ ଅବସ୍ଥିତ।

ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅଧୀନସ୍ଥ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଇ-ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ବରଗଡ଼ ଜିଲ୍ଲାରେ ଥିବା ଏହି ଖଣି ବ୍ଲକଗୁଡ଼ିକ ପାଇଁ ଆସନ୍ତା ଜୁଲାଇ ୧୩ ତାରିଖ ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ନିଲାମ ହେବାକୁ ଥିବା ୧୧ଟି ବ୍ଲକ ମଧ୍ୟରୁ ୮ଟିକୁ ‘ମାଇନିଂ ଲିଜ୍’ ଏବଂ ୩ଟି ବକ୍ସାଇଟ୍ ବ୍ଲକକୁ ‘କମ୍ପୋଜିଟ୍ ଲାଇସେନ୍ସ’ ଆଧାରରେ ପ୍ରଦାନ କରାଯିବ। ଏଥର କଳାହାଣ୍ଡିର ଚର୍ଚ୍ଚିତ କର୍ଲାପାଟ ବକ୍ସାଇଟ୍ ଖଣି ବ୍ଲକକୁ ମଧ୍ୟ ନିଲାମ ତାଲିକାରେ ସାମିଲ କରାଯାଇଛି। ସେହିପରି ରାୟଗଡ଼ା ଜିଲ୍ଲାର ନୁନାପାଇମାଲି ବକ୍ସାଇଟ୍ ବ୍ଲକ ମଧ୍ୟ ନିଲାମ ହେବ।

ରାୟଗଡ଼ାର ଟିକିରିମାଲି-ବୁଢ଼ାରାଜାମାଲି, ଟିକିରିଗୁଡ଼ା-ମାଲିଗୁଡ଼ା ଏବଂ ନଙ୍ଗାଲମାର୍ହିମାଲି ବକ୍ସାଇଟ୍ ବ୍ଲକଗୁଡ଼ିକୁ କମ୍ପୋଜିଟ୍ ଲାଇସେନ୍ସ ମୋଡ୍‌ରେ ନିଲାମ କରାଯିବ। କେନ୍ଦୁଝର ଜିଲ୍ଲାର ଗଦାଧରପୁର ଲୁହାପଥର ବ୍ଲକ ମଧ୍ୟ ଏହି ତାଲିକାରେ ରହିଛି। ଏହାସହ ସୁନ୍ଦରଗଡ଼ ଜିଲ୍ଲାର ଜଳଡିହି-ତନ୍ତୀଗ୍ରାମ, ପଟମୁଣ୍ଡା-ବି ଏବଂ ବରପଦା ସାଉଥ ବ୍ଲକକୁ ନିଲାମ ପାଇଁ ରଖାଯାଇଛି। କେନ୍ଦୁଝରର କେନ୍ଦୁଡିହି-ପାରୁଲିପଦା ଏବଂ ବରଗଡ଼ ଜିଲ୍ଲାର ବେହେରା-ବଞ୍ଜିପାଲି ଚୂନପଥର ବ୍ଲକ ମଧ୍ୟ ଏହି ନିଲାମ ପ୍ରକ୍ରିୟାର ଅଂଶ ହେବ। ଏହି ନିଲାମ ପ୍ରକ୍ରିୟା ମାଧ୍ୟମରେ ରାଜ୍ୟରେ ଖଣିଜ ଭିତ୍ତିକ ଶିଳ୍ପର ବିକାଶ, ନିବେଶ ବୃଦ୍ଧି ଏବଂ ରାଜସ୍ୱ ଆଦାୟରେ ଉଲ୍ଲେଖନୀୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.