ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ

0

ଭୁବନେଶ୍ବର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) କାର୍ଯ୍ୟକ୍ରମ ଆସନ୍ତାକାଲି ଶନିବାରଠାରୁ ଆରମ୍ଭ ହେବ। ଏହି ପ୍ରକ୍ରିୟା ଅଧୀନରେ ଜୁନ୍ ୨୮ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଦୁଇଟି ଲେଖାଏଁ ପରିଗଣନା ଫର୍ମ ବଣ୍ଟନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି।

ଶୁକ୍ରବାର ସିଇଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଥିଲେ ଯେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଓଡ଼ିଶାରେ ଏସ୍‌ଆଇଆର୍ ପାଇଁ ସମୟସୂଚୀ ଘୋଷଣା କରାଯାଇଛି। ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଏସ୍‌ଆଇଆର୍ ପ୍ରକ୍ରିୟାରେ ମୋଟ ୪୫,୨୫୫ ଜଣ ବିଏଲ୍ଓ ନିୟୋଜିତ ହୋଇଛନ୍ତି। ସେମାନେ ଭୋଟରଙ୍କ ଘରକୁ ଯାଇ ପୂର୍ବମୁଦ୍ରିତ ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଫର୍ମରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ବିଏଲ୍ଓମାନେ ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ତ୍ରୁଟି ସଂଶୋଧନ ମଧ୍ୟ କରିବେ।

ସିଇଓଙ୍କ ସୂଚନା ଅନୁଯାୟୀ, ଏସ୍‌ଆଇଆର୍ ପ୍ରସ୍ତୁତି ପର୍ଯ୍ୟାୟରେ ରାଜ୍ୟର ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଜଣ ଭୋଟରଙ୍କୁ ୨୦୦୨ ମସିହାର ଭୋଟର ତାଲିକା ସହ ମ୍ୟାପିଂ କରାଯାଇଛି, ଯାହା ମୋଟ ଭୋଟରଙ୍କ ୯୪.୬୧ ପ୍ରତିଶତ। ଭୋଟରମାନେ ଚାହିଁଲେ ନିର୍ବାଚନ ଆୟୋଗର ୱେବସାଇଟରୁ ଫର୍ମ ଡାଉନଲୋଡ୍ କରି ଅନଲାଇନ୍‌ରେ ମଧ୍ୟ ଦାଖଲ କରିପାରିବେ। ଫର୍ମ ପୂରଣରେ କୌଣସି ଅସୁବିଧା ହେଲେ ବିଏଲ୍ଓମାନେ ସହାୟତା ପ୍ରଦାନ କରିବେ। ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଇଚ୍ଛୁକ ଯୋଗ୍ୟ ବ୍ୟକ୍ତିଙ୍କୁ ଫର୍ମ-୬ ମଧ୍ୟ ଯୋଗାଇ ଦିଆଯିବ।

ଏହି ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଯୋଗ୍ୟ ଭୋଟର ଯେପରି ବାଦ ନ ପଡ଼ନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ ନ ହୁଏ, ସେଥିପାଇଁ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହ କାର୍ଯ୍ୟକରାଯାଉଛି।

Leave A Reply

Your email address will not be published.