ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ

0

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସିଟି ପୋଲିସ ଆସନ୍ତା ମେ ୩୧ରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ ୨୦୨୬ ଫାଇନାଲ୍ ପୂର୍ବରୁ ସହରବାସୀ ଓ କ୍ରିକେଟ୍ ପ୍ରେମୀଙ୍କ ପାଇଁ ସତର୍କତାମୂଳକ ପରାମର୍ଶ ଜାରି କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲକୁ ପହଞ୍ଚିଥିବାରୁ ସହରରେ ଆଇନଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଓ ନିୟମ ଲାଗୁ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ପୋଲିସ ପକ୍ଷରୁ କୁହାଯାଇଛି ଯେ, ଫାଇନାଲ୍ ମ୍ୟାଚ୍‌ର ଫଳାଫଳ ପ୍ରକାଶ ପରେ ସାର୍ବଜନିକ ସ୍ଥାନରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ରାସ୍ତାମୁଖୀ ଏଲଇଡି ସ୍କ୍ରିନ୍ କିମ୍ବା ୱାଲ୍ ସ୍ଥାପନ କରିବାକୁ ମନା କରାଯାଇଛି। ପୂର୍ବରୁ ଥିବା ଏଲଇଡି ସ୍କ୍ରିନ୍‌ରେ ମଧ୍ୟ ସାର୍ବଜନିକ ଭାବେ ମ୍ୟାଚ୍ ପ୍ରସାରଣ କରାଯିବ ନାହିଁ। ମଲ୍‌, ପବ୍‌ ଓ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ବାହାରେ ସାଧାରଣ ଲୋକଙ୍କ ପାଇଁ ମ୍ୟାଚ୍ ଦେଖିବା ଉଦ୍ଦେଶ୍ୟରେ ସ୍କ୍ରିନ୍ ଲଗାଇବାକୁ ମଧ୍ୟ ପୋଲିସ ନିଷେଧ କରିଛି।

ଏହାସହ ଆତସବାଜି କରିବା, ବିପଦଜନକ ସାମଗ୍ରୀ ବ୍ୟବହାର, ବାଇକ୍ ରାଲି, ଅତିଦ୍ରୁତ ଗତିରେ ଯାନ ଚାଳନା, ଷ୍ଟଣ୍ଟ କରିବା, ଅତ୍ୟଧିକ ହର୍ଣ୍ଣ ବଜାଇବା ଓ ରାସ୍ତା ଅବରୋଧ କରିବାକୁ କଡ଼ା ଭାବରେ ନିଷେଧ କରାଯାଇଛି। ଟ୍ରାଫିକ୍ ପୋଲିସଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ସାର୍ବଜନିକ ସ୍ଥାନରେ ମଦ୍ୟପାନ କରି ହଙ୍ଗାମା କରିବା, ଝଗଡ଼ା କରିବା କିମ୍ବା ଅଶୋଭନୀୟ ଆଚରଣ କରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସତର୍କ କରିଛି।

Leave A Reply

Your email address will not be published.