ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା

0

କର୍ଣ୍ଣାଟକ: କର୍ଣ୍ଣାଟକରେ ନୂଆ ସରକାର ଗଠନକୁ ନେଇ ଚାଲିଥିବା ରାଜନୈତିକ ତତ୍ପରତା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ନିଜ ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରିଥିବା ଚର୍ଚ୍ଚା ଜୋର ଧରିଛି। ଡିକେ ଶିବକୁମାରଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ନୂଆ ସରକାରରେ ଯତିନ୍ଦ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାକୁ ସିଦ୍ଧରମେୟା ଦଳୀୟ ହାଇକମାଣ୍ଡ ନିକଟରେ ଦାବି ରଖିଥିବା ସୂଚନା ମିଳିଛି।

ବର୍ତ୍ତମାନ ଯତିନ୍ଦ୍ର କର୍ଣ୍ଣାଟକ ବିଧାନ ପରିଷଦର ସଦସ୍ୟ (ଏମ୍‌ଏଲ୍‌ସି) ଅଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ସିଦ୍ଧରମେୟାଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ଯତିନ୍ଦ୍ର ମଧ୍ୟ ସାମିଲ ହୋଇଥିବାରୁ ତାଙ୍କ ଭୂମିକାକୁ ନେଇ ରାଜନୈତିକ ମହଳରେ ଆଲୋଚନା ଆହୁରି ଜୋରଦାର ହୋଇଛି।

ଦଳୀୟ ସୂତ୍ର ଅନୁଯାୟୀ, କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଯତିନ୍ଦ୍ରଙ୍କୁ ନୂଆ ସରକାରରେ ସାମିଲ କରିବା ଏବଂ ତାଙ୍କୁ ଏକ ପ୍ରଭାବଶାଳୀ ବିଭାଗ ଦେବା ସମ୍ଭାବନା ଉପରେ ବିଚାର କରୁଛନ୍ତି। ଏହା ସହିତ ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରଖିବାକୁ ମଧ୍ୟ ଯୋଜନା କରାଯାଉଥିବା ଜଣାପଡ଼ିଛି। ଡିକେ ଶିବକୁମାରଙ୍କ ଶପଥଗ୍ରହଣ ପୂର୍ବରୁ ମନ୍ତ୍ରିମଣ୍ଡଳ ଗଠନ ଏବଂ ପଦବଣ୍ଟନକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱ ମାନସମନ୍ଥନ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ଯତିନ୍ଦ୍ରଙ୍କ ନାମ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଆସିବା କର୍ଣ୍ଣାଟକ ରାଜନୀତିକୁ ନୂଆ ମୋଡ଼ ଦେଇଛି।

Leave A Reply

Your email address will not be published.