ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଗାଁରେ ବିଜେଡିକୁ ଛକିବ ବିଜେପିି

0
  • ନିର୍ବାଚନମଣ୍ଡଳୀକୁ ୟୁନିଟ୍ କରି ବିଜେପି ନେତା ଘେରିବେ
  • ପ୍ରତି ପଞ୍ଚାୟତରେ ଖୁବ୍ ଶୀଘ୍ର ଖୋଲିପାରେ ଆରଟିଆଇ ସେଲ୍
  • ସରକାରଙ୍କ ବିରୋଧରେ ତଥ୍ୟ ଏକାଠି କରିବା ଲାଗି ଏଭଳି ଅସ୍ତ୍ର

ଭୁବନେଶ୍ବର: ବିଜେଡି-ବିଜେପି ମଧୁର ସଂପର୍କକୁ ନେଇ ରାଜ୍ୟ ରାଜନୀତିରେ ହୁରି ପଡୁଛି। ପରସ୍ପର ପରସ୍ପରକୁ ଆଖିବୁଜା ସମର୍ଥନ କରୁଛନ୍ତି ବୋଲି ଉଭୟ ଦଳର ଥୋକାଏ ଲେଖାଏଁ ନେତା ଭୀଷଣ ଅସନ୍ତୁଷ୍ଟ ଅଛନ୍ତି। ହେଲେ ଆରଏନଏ ଯାହା ପୂର୍ବାନୁମାନ କରିଥିଲା, ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ସମଗ୍ର ରାଜ୍ୟ କରୋନା ମୁକାବିଲାକୁ ନେଇ ବ୍ୟସ୍ତ ଥିବା ବେଳେ ବିଜେପି ତୃଣମୂଳସ୍ତରରୁ ସରକାରଙ୍କୁ ଘେରିବା ଲାଗି କ୍ଷେତ୍ର ସଂରଚନା ଆରମ୍ଭ କରିଦେଇଛି। ଏକ ବିଶାଳ ଯୁଦ୍ଧ ପୂର୍ବରୁ ସରକାର ବିରୋଧରେ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ ଲାଗି ଏକ ବଡ଼ ଧରଣର ରଣନୀତି ନିର୍ଧାରଣ କରାଯାଉଥିବା ସୂଚନା ମିଳୁଛି।

ପ୍ରତି ପଞ୍ଚାୟତର ସରପଞ୍ଚଙ୍କୁ ସରକାର ଜିଲ୍ଲାପାଳ ଭାବେ ଘୋଷଣା କରିଛନ୍ତି। ଏହାଦ୍ବାରା ଆଉ କିଛି ହେଉ କି ନ ହେଉ, ସରପଞ୍ଚମାନେ ଅଧିକ ପ୍ରଭାବୀ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି। କରୋନା ମୁକାବିଲା ଆଳରେ ବିଜେଡିର ଏଭଳି ଏକ ବଡ଼ ଅସ୍ତ୍ରକୁ ପ୍ରତିହତ କରିବା ଲାଗି ବିଜେପି ଏବେ ପ୍ରତି ପଞ୍ଚାୟତକୁ ଟାର୍ଗେଟ କରିବାକୁ ନିଷ୍ପତ୍ତି ନେଇଛି। ନିକଟରେ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ସମର୍ଥନରେ ଜିତିଥିବା ପଞ୍ଚାୟତ ପ୍ରତିନିଧିଙ୍କୁ ଆହ୍ବାନ ଦେଇ କରୋନା ମୁକାବିଲାରେ ସହଯୋଗ କରିବାକୁ କହିଥିଲେ। ବିଜେଡି ଯେଭଳି ଏହି ମୁକାବିଲାରୁ ରାଜନୈତିକ ଫାଇଦା ହାସଲ ନ କରେ, ସେଥିପାଇଁ ଏଭଳି ରଣକୌଶଳ ହୋଇଥିବା ରାଜନୈତିକ ମହଲ ସେତେବେଳେ ମତ ରଖିଥିଲେ।

ଏବେ କିନ୍ତୁ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ପ୍ରତି ପଞ୍ଚାୟତରୁ ସରକାରଙ୍କୁ ହଲାପଟ୍ଟା କରିବା ଲାଗି ବିଜେପି ଯୋଜନା ଚଳାଇଛି। ପ୍ରତି ପଞ୍ଚାୟତରେ ବିଜେପି ପକ୍ଷରୁ ଜଣେ ଜଣେ ନେତାଙ୍କୁ ନିଯୁକ୍ତି ଦିଆଯିବ, ଯିଏ କି ସୂଚନା ଅଧିକାର ଆଇନ ପ୍ରୟୋଗ କରି ସରକାରଙ୍କ ଦୁର୍ନୀତିର ଗୁମର ଖୋଲିବେ। ଆରଟିଆଇ ସେଲ୍ ଖୋଲାଯିବ। ସେଠାରୁ ତଥ୍ୟ ସଂଗ୍ରହ ହୋଇ ରାଜ୍ୟକୁ ଆସିବ ଓ ଠିକଣା ସମୟରେ ରାଜ୍ୟ ତାକୁ ପ୍ରସଙ୍ଗ କରିବ। ସରକାରଙ୍କ ପ୍ରତି ଯୋଜନା ଗାଁ ଗଣ୍ଡାରେ କିଭଳି ଖର୍ଚ୍ଚ ହେଉଛି, ତାକୁ ଆଧାର କରି ଏସବୁ ସଂଗ୍ରହ ହେବ।

ଏହାଦ୍ବାରା ବିଜେପି ପାଖକୁ ଆଉ ଏକ ବଡ଼ ଅସ୍ତ୍ର ମଧ୍ୟ ମିଳିବ। କେନ୍ଦ୍ର ସରକାରଙ୍କ ଯୋଜନାର କେଳେଙ୍କାରୀ ଏକାଠି କରିବା ପରେ ଦଳ ସେସବୁକୁ ଏକାଠି କରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ରାଜ୍ୟରେ ପୁଣି ଥରେ ପୂରାଇ ଘାଣ୍ଟିପାରେ। ଏହାଦ୍ହାରା କେନ୍ଦ୍ର ସରକାରଙ୍କ ହାତରେ ରାଜ୍ୟ ରାଜନୀତିର ଚାବି ରହିବ। କେବଳ ସେତିକି ନୁହେଁ, ଆହୁରି ଏକ ବଡ଼ ନିଷ୍ପତ୍ତି ନେଉଥିବା ସୂଚନା ମିଳୁଛି। ତାହା ହେଉଛି ରାଜ୍ୟରେ ସରକାରଙ୍କୁ ସମର୍ଥନ ପୂ୍ର୍ବଭଳି ବର୍ତମାନ ପାଇଁ ବଳବତ୍ତର ରହିବ। କିନ୍ତୁ ନିର୍ବାଚନମଣ୍ଡଳୀ ସ୍ତରରେ ନେତାମାନେ ପ୍ରତିପକ୍ଷଙ୍କୁ ଘେରିବା ଆରମ୍ଭ କରିବେ। ଏହାଦ୍ବାରା ଗାଁ ଗଣ୍ଡାରୁ ସରକାର ବିରୋଧରେ ଜନମତ ଜୋର ଧରିବ, ଏହା ପଞ୍ଚାୟତ ନିର୍ବାଚନରେ ମଧ୍ୟ ବଡ଼ କାମ ଦେବ। ଦଳ ସୋସିଆଲ ମିଡ଼ିଆକୁ ଅଧିକ ସଶକ୍ତ କରିବା ଲାଗି ମଧ୍ୟ ସ୍ଥିର କରିଛି, ଯାହାକୁ ଆୟୁଧ କରି ସେମାନେ ଏସବୁକୁ ରାଷ୍ଟ୍ର କରିବେ।

ବିଜେପିର ଏଭଳି ରଣନୀତି ରାଜନୈତିକ ମହଲରେ ପୁଣି ଥରେ ନୂଆ ସମୀକରଣ ସଂପର୍କରେ ତର୍ଜମା ଲାଗି ରାସ୍ତା ଖୋଲିଛି। ହଠାତ୍ ବିଜେପି ଏଭଳି ସକ୍ରିୟ ହେବା ପଛରେ ଠୋସ୍ କିଛି କାରଣ ଅଛି ନା କରୋନା ମୁକାବିଲା ଆଳରେ ବିଜେଡିର ମାତ୍ରାଧିକ ତତ୍ପରତା ଦେଖି ବିଜେପି ନିଜ ଆଡୁ ସମରସଜ୍ଜା ଆରମ୍ଭ କରିଛି, ତାହା ଉପରେ ବିଚାର ଆଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.