ପ୍ରମୁଖ ଖବର

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି

ମହାପ୍ରଭୁ ଅସୁସ୍ଥ, ଭୀଷଣ ଜ୍ବରରେ କମ୍ପୁଛନ୍ତି

0

ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ, ଅଲାରନାଥଙ୍କ ଠାରେ ୧୪୪ ଧାରା ଜାରି
ଅସୁସ୍ଥତା ଯୋଗୁଁ ଅଣସର ପିଣ୍ଡିରେ ଅଟକିଯାଇଛନ୍ତି ମହାପ୍ରଭୁ, ଗୁପ୍ତନୀତି ଆରମ୍ଭ

ପୁରୀ: ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଶୁକ୍ରବାର ତାଙ୍କୁ ସ୍ନାନ ବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି। ସେଠାରେ ଦଇତା ଗୁପ୍ତ ସେବା ଆରମ୍ଭ କରିଛନ୍ତି।

ଅନ୍ୟପଟରେ ଏହି ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରିଛନ୍ତି। ଶନିବାର ଠାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରିବା କଥା। କିନ୍ତୁ କରୋନା କଟକଣା ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି।

ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମାଆ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହୋଇଛନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି।

ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ। ହେଲେ ସେଠାରେ ମଧ୍ୟ ୧୪୪ ଧାରା ଜାରି ରହିଛି। ଫଳରେ ସର୍ବସାଧାରଣ ଦର୍ଶନ କରିବା ସମ୍ଭବ ନୁହେଁ।

ଶୁକ୍ରବାର ମହାପ୍ରଭୁଙ୍କ ହାତୀ ବେଶ ଓଲାଗି ପରେ ସ୍ନାନ ବେଦୀରୁ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇଥିଲେ। ମାତ୍ରାଧିକ ସ୍ନାନ କାରଣରୁ ବାହୁଡା ପହଣ୍ଡିରେ ଆସୁଥିବା ଶ୍ରୀବିଗ୍ରହମାନେ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପାଇଁ ଅଣସର ପିଣ୍ଡିରେ ଅଟକି ଯାଇଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ ଆଧାରରେ ଶ୍ରୀମନ୍ଦିର ଭିତର କାଠ ଓ କଳାହାଟ ଦ୍ବାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଚତୁର୍ଧାମୂର୍ତିଙ୍କୁ ରଖାଯାଇଛି। ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ମସ୍ତକରେ ଶୋଭିତ ସୁନା ଚିତା ଓ ରାହୁରେଖା ଆଦି ଅଳଙ୍କାରକୁ ଓହ୍ଲାଇ ଦିଆଯାଇଛି। ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନେ ବୈଦ୍ୟଙ୍କ ପରାମର୍ଶ ମୁତାବକ ଚିକିତ୍ସା ସେବା ପାଇବେ। ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ।

Leave A Reply

Your email address will not be published.