ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମମତାଙ୍କ ଅଫିସରଙ୍କୁ ବି ଟାର୍ଗେଟ

0
  • କରୋନା ଭଳି ମହାମାରୀ ସମୟରେ କେନ୍ଦ୍ରୀୟ ଏଜେନ୍ସି ବଢାଇଲେ ଚିନ୍ତା
  • ସିବିଆଇ ପରେ ମମତା ସରକାରଙ୍କୁ ଘେରିବା ଆରମ୍ଭ କଲା ଇଡି , ନୋଟିସ ଜାରି
  • ଅର୍ଥ ସଚିବଙ୍କ ସମେତ ୪ ବରିଷ୍ଠ ଆଇଏଏସଙ୍କୁ ଜେରା ପାଇଁ ଡକାଗଲା,
  • ୨୦୧୭ ଦୁଗ୍ଧ କାରବାର ମାମଲାରେ ପିଆଇଏଲ ହୋଇଥିଲା, କଂଗ୍ରେସ ପକାଇଲା ଅକଳରେ

କୋଲକତା: କରୋନା ଭଳି ଭୟଙ୍କର ମହାମାରୀରେ ରାଜ୍ୟ ଛଟପଟ ହେଉଥିବା ବେଳେ ଉଭୟ ସିବିଆଇ ଓ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ବା ପ୍ରବର୍ତନ ନିର୍ଦେଶାଳୟ (ଇଡି) ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ମେଟ୍ରୋ ଦୁଗ୍ଧ ବିନିଯୋଗ ମାମଲାରେ ଇଡି ପଶ୍ଚିମବଙ୍ଗର ଅର୍ଥ ସଚିବ ହରି କୃଷ୍ଣ ଦ୍ୱିବେଦୀଙ୍କ ସମେତ ଚାରିଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଡକାଇଛି।

ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଗୁରୁବାର ଏକ ଚିଠିରେ ଇଡି ଚାରିଜଣ ଅଧିକାରୀ ତଥା ପଶୁ ସମ୍ପଦ ବିକାଶ ସଚିବ ବି ଗୋପାଳିକା, ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ସଚିବ ରାଜୀବ କୁମାର, ଆଦିବାସୀ ବିକାଶ ସଚିବ ରାଜେଶ କୁମାର ସିହ୍ନା ଏବଂ ଶୀ ଦ୍ବିବେଦୀ ଜୁନ୍ ୨୨ ତାରିଖରେ ହାଜର ହେବାକୁ କୁହାଯାଇଛି।

ଗତ ବର୍ଷ ମେଟ୍ରୋ ଦୁଗ୍ଧରେ ପଶ୍ଚିମବଙ୍ଗ ସରକାରଙ୍କ ଅଂଶଧନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା, ଯେଉଁଥିରେ ଇଡି ଏକ ଯାଞ୍ଚ ଆରମ୍ଭ କରିଥିଲା। ଏହା ଦୁଗ୍ଧ କ୍ଷେତ୍ରରେ ଭାରତର ପ୍ରଥମ ସରକାରୀ-ବେସରକାରୀ ଭାଗିଦାରୀ ଥିଲା। କ୍ଷମତାରେ ଥିବା ନଅ ବର୍ଷ ମଧ୍ୟରେ ମମତା ବାନାର୍ଜୀ ସରକାରଙ୍କ ଦ୍ବାରା ଅନୁମୋଦିତ ବିନିଯୋଗର ଏହା ହେଉଛି ଏକମାତ୍ର ଉଦାହରଣ। ଏଣୁ ଇଡି ମମତାଙ୍କୁ ଘେରିବାକୁ ଏହାକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ପୂର୍ବରୁ ଅର୍ଥାତ୍ ଗତ ୧୧ ମାସ ମଧ୍ୟରେ ତିନିଜଣ ବରିଷ୍ଠ ଅମଲାତନ୍ତ୍ର ଏବଂ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଏହି ମାମଲା ସମ୍ପର୍କରେ ଇଡି ଅଧିକାରୀ ପଚରାଉଚରା କରିଛନ୍ତି।

ଇଡି ପକ୍ଷରୁ କୁହାଯାଇଛି, ପଶ୍ଚିମବଙ୍ଗ ସରକାରଙ୍କ ଅଧିକାଂଶ ବରିଷ୍ଠ ଅଧିକାରୀ ବିକାଶ ଉପରେ କଡା ଆଭିମୁଖ୍ୟ ରଖିଥିଲେ। କିନ୍ତୁ ସରକାରୀ ଦସ୍ତାବିଜରେ ଦୃଢ ପ୍ରମାଣ ଆଧାରରେ ନିର୍ଦ୍ଦେଶାଳୟ ବାବୁମାନଙ୍କୁ ଡାକିଛି। ଏକ ବୋର୍ଡ ବୈଠକ ହୋଇଥିଲା, ଯେଉଁଥିରେ ଏହି ବିନିଯୋଗ ନିଷ୍ପତ୍ତି ହୋଇଥିଲା। ଏଥିରେ ଏହି ଚାରିଜଣ ଅଧିକାରୀ ହିଁ ଉପସ୍ଥିତ ଥିଲେ ଓ ସେମାନେ ଏ ସଂକ୍ରାନ୍ତ ସମସ୍ତ କାଗଜପତ୍ରରେ ଦସ୍ତଖତ କରିଥିଲେ। ୨୦୧୭ ରେ ବିନିଯୋଗ ସମୟରେ ଶ୍ରୀ ଦ୍ବିବେଦୀ ଏବଂଶ୍ରୀ ଗୋପାଳିକା ଯଥାକ୍ରମେ ଅର୍ଥ ଏବଂ ପଶୁପାଳନର ସଚିବ ଥିଲେ।

ଗଣମାଧ୍ୟମକୁ ମିଳିଥିବା ଖବର ଅନୁସାରେ, ଇଡି ଏହି ଚାରି ଅଧିକାରୀଙ୍କୁ ଡାକିଥିବା ନେଇ ସରକାର ଏପର୍ଯ୍ୟନ୍ତ କୌଣସି ସୂଚନା ପାଇନାହାନ୍ତି। ହେଲେ ସୂଚନା ମିଳିଛି ଯେ କୋଭିଡ -୧୯ ମହାମାରୀ କାରଣରୁ ଯଦି କୌଣସି ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ, ତେବେ ସେମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଇଡି ଅଧିକାରୀଙ୍କ ଜେରାର ସମ୍ମୁଖୀନ ହେବା ଲାଗି ଅନୁମତି ଦିଆଯାଇଛି।

ପଶ୍ଚିମବଙ୍ଗ ସରକାରର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି, ଏସବୁ ରାଜନୈତିକ ଉଦ୍ଦେଶ୍ୟମୂଳକ ମାମଲା। ମୁଖ୍ୟମନ୍ତ୍ରୀ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ସରକାର ବର୍ତମାନ କୋଭିଡ୍ ମହାମାରୀ, ଅମ୍ଫାନ ଆଦି ପ୍ରସଙ୍ଗରେ ବ୍ୟସ୍ତ ଅଛନ୍ତି। ଏସବୁ ମଧ୍ୟରେ କେନ୍ଦ୍ରୀୟ ଏଜେନ୍ସିମାନେ ସରକାରୀ ଅଧିକାରୀ ଓ ନେତାଙ୍କୁ ଡାକିବା ଭଳି ବ୍ୟବସାୟକୁ ଫେରିଛନ୍ତି।

ପଶ୍ଚିମବଙ୍ଗ ସରକାରଙ୍କ ବରିଷ୍ଠ ଅମଲାଙ୍କୁ କେନ୍ଦ୍ରୀୟ ଏଜେନ୍ସି ଡକାଇବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୯ରେ କୋଲକାତା ପୁଲିସର ପୂର୍ବତନ ମୁଖ୍ୟ ରାଜୀବ କୁମାରଙ୍କୁ ଚିଟ୍ ଫଣ୍ଡ ସ୍କାମ ମାମଲାରେ ଯାଞ୍ଚ କରାଯାଇଥିଲା। ସିବିଆଇ ତାଲିକାରେ ବରିଷ୍ଠ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ସୁରଜିତ ପୁରକାୟା ଏବଂ ବରିଷ୍ଠ ଆଇଏଏସ୍ ଅଧିକାରୀ ଅତ୍ରି ଭଟ୍ଟାଚାର୍ଯ୍ୟ ମଧ୍ୟ ରହିଥିଲେ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ଦୁଗ୍ଧ ଉତ୍ପାଦକ ଫେଡେରେସନ୍, କେଭେଣ୍ଟର ଏଗ୍ରୋ ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ମଧ୍ୟରେ ଭାରତର ପ୍ରଥମ ମିଳିତ ଉଦ୍ୟୋଗ ଦୁଗ୍ଧ ପ୍ରକଳ୍ପ ଭାବରେ ମେଟ୍ରୋ ଡେରି ୧୯୯୬ ମସିହାରେ ସ୍ଥାପିତ ହୋଇଥିଲା। ପରେ, ଜାତୀୟ ବିକାଶ ବୋର୍ଡ ଏହାର ଅଂଶଧନ ବିକ୍ରୟ କରିଥିଲା।

୨୦୧୭ ଅଗଷ୍ଟରେ, ପଶ୍ଚିମବଙ୍ଗ ସରକାର ମେଟ୍ରୋ ଡେରିରେ ଥିବା ୪୭ପ୍ରତିଶତ ଅଂଶଧନକୁ କେଭେଣ୍ଟର ଏଗ୍ରୋକୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ, ଯିଏ କି ଏକମାତ୍ର ବିଡର ଥିଲେ।

କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ୨୦୧୮ ରେ କଲିକତା ହାଇକୋର୍ଟରେ ପିଆଇଏଲ ଦାଖଲ କରି ରାଜ୍ୟ ସରକାର କମ୍ପାନିକୁ ମୂଲ୍ୟହୀନ କରିଥିବା ଅଭିଯୋଗ କରିଥିଲେ ଏବଂ ସେହି ବର୍ଷ ଇଡି ଦ୍ୱାରା ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.