ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

୫୦ବର୍ଷ ପରେ ମୁହାଁମୁହିଁ ସ୍ଥିତି କାହିଁକି

0

ନୂଆଦିଲ୍ଲୀ: ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ସୈନିକ ସହିଦ ହୋଇଛନ୍ତି। ଏଥିସହିତ ଦୀର୍ଘ ଦିନ ଧରି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗମ୍ଭୀର ରୂପ ଧାରଣ କରିଛି। ସୋମବାର ରାତିରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଦୁଇଜଣ ସହିଦ ହୋଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। କୁହାଯାଉଛି ଯେ କେବଳ ଭାରତ ନୁହେଁ ଚୀନର ମଧ୍ୟ କିଛି ସୈନିକ ଆହତ ହୋଇଛନ୍ତି। ଚୀନ୍ ପାର୍ଶ୍ୱରେ ସୈନିକଙ୍କ ମୃତ୍ୟୁ ଘଟିଛି।

ଭାରତୀୟ ସେନା ଦ୍ବାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସୋମବାର ରାତିରେ ଗାଲଭାନ ଉପତ୍ୟକାରେ ଡି-ଏସ୍କାଲେସନ ପ୍ରକ୍ରିୟା ସମୟରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସମୟ ମଧ୍ୟରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ଦୁଇ ସୈନିକ ସହିଦ୍ ହୋଇଛନ୍ତି। ଏହି ସମୟରେ ମାମଲାକୁ ଶାନ୍ତ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସୈନିକମାନେ ଏକ ବଡ଼ ବୈଠକ କରୁଛନ୍ତି |

ଏହି ଘଟଣା ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସରକାରୀ ବିବୃତ୍ତି ସାମ୍ନାକୁ ଆସିଛି। ଅପରପକ୍ଷେ ବେଜିଂ ଭାରତକୁ ଅନୁପ୍ରବେଶ କରିଥିବା ଅଭିଯୋଗ କରିଛି। ଅନ୍ତର୍ଜାତୀୟ ସମ୍ବାଦ ଏଜେନ୍ସି ଏଏଫପି ଅନୁଯାୟୀ ବେଜିଂ ଅଭିଯୋଗ କରିଛି ଯେ ଭାରତୀୟ ସୈନିକମାନେ ସୀମା ପାର ହୋଇ ଚୀନ୍ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିରେ ଭାରତ ଏକପାଖିଆ କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି।

ଭାରତ ଏବଂ ଚୀନ୍ ମଧ୍ୟରେ ମେ ମାସ ଆରମ୍ଭରୁ ଲଦାଖ ସୀମା ନିକଟରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ଥିଲା। ଚୀନ୍ ସୈନ୍ୟମାନେ ଭାରତ ଦ୍ୱାରା ସ୍ଥିର ହୋଇଥିବା ଏଲଏସି ପାର ହୋଇ ଗାଲଭାନ୍ ଉପତ୍ୟକାର ପେଙ୍ଗଙ୍ଗ ହ୍ରଦକୁ ଆସିଥିଲେ। ଚୀନ୍ ପକ୍ଷରୁ ଏଠାରେ ପ୍ରାୟ ପାଞ୍ଚ ହଜାର ସୈନିକ ରହିଥିଲେ, ଏହା ବ୍ୟତୀତ ସାମରିକ ସାମଗ୍ରୀ ମଧ୍ୟ ସଂଗ୍ରହ କରାଯାଇଥିଲା।

ଦୀର୍ଘ ଦିନ ଧରି ଏହି ବିବାଦର ଅନ୍ତ ଘଟାଇବା ପାଇଁ ଉଭୟ ଦେଶର ସୈନ୍ୟବାହିନୀ ଦ୍ୱାରା ପଦକ୍ଷେପ ନିଆଯାଉଥିଲା। ଜୁନ୍ ୬ ଠାରୁ, ବିଭିନ୍ନ ରାଉଣ୍ଡ ଆଲୋଚନା ଚାଲିଥିଲା। ଯାହା ପରେ ଦୁଇ ଦେଶର ସୈନ୍ୟବାହିନୀ କିଛି କିମି ପଛକୁ ଯାଇଥିଲେ। କିନ୍ତୁ ଏହି ପ୍ରକ୍ରିୟା ଚାଲିଥିବାବେଳେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା।

ଦୁଇ ଦେଶ ମଧ୍ୟରେ ଲଗାତାର ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବିବୃତ୍ତି ଦେଇଛନ୍ତି। ରାଜନାଥ ସିଂଙ୍କ ତରଫରୁ କୁହାଯାଇଛି ଯେ ଚୀନ୍ ସହ ସାମରିକ ତଥା କୂଟନୀତିଜ୍ଞ ସ୍ତରରେ ଆଲୋଚନା ଚାଲିଛି, ଉଭୟ ଦେଶ ଶାନ୍ତି ଚାହୁଁଛନ୍ତି।

Leave A Reply

Your email address will not be published.