ପ୍ରମୁଖ ଖବର

ରାଜ୍ୟରେ ୫ ହଜାର ଡାକ୍ତରଙ୍କୁ ମିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ
ଜାନୁଆରୀ ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ନୂତନ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଦେବେ ସରକାର
ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ
ରାଜ୍ୟ ବାହାରକୁ ଚାଲାଣ ବେଳେ ୨ହାତୀ ଦାନ୍ତ ଜବତ, ୪ ଅଟକ
ସୁଭଦ୍ରାରେ ଯୋଜନାରେ ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ

ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

0
  • ଅସୁସ୍ଥ ଥିଲେ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
  • ବିଧାନସଭାରେ ବିଜେପିର ଗୋଟିଏ ଆସନ କମିଲା. ଏବେ ୨୨
  • ମଦନମୋହନ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
  • ଓଡ଼ିଶା ପୁଣି ଏକ ଉପନିର୍ବାଚନ ସାମ୍ନା କରିବ, ଏଥର ବାଲେଶ୍ବରରେ

ଭୁବନେଶ୍ବର: ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ନିର୍ବାଚିତ ତଥା ବିଜେପି ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ) ଆଉ ନାହାନ୍ତି। ଆଜି ସକାଳ ୯ଟା ୪୫ମିନିଟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଗତ କିଛି ମାସ ଧରି ସେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

୨୦୧୯ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୫୭ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦତ୍ତଙ୍କର ପତ୍ନୀ ଡ. ସରିତା କୁଜୁରଙ୍କ ବ୍ୟତୀତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ୨୦୦୪ ମସିହାରେ ସେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ସେ ବ୍ଲକ ଅଧ୍ୟକ୍ଷ ଥିଲେ। ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଭାବେ ସେ ବେଶ୍ କିଛି ଦିନ କାର୍ଯ୍ୟ କରିଥିଲେ। କବାଡ଼ି, ଖୋ ଖୋ ଓ ଫୁଟବଲ ପ୍ରତି ତାଙ୍କର ଆଗ୍ରହ ଥିଲା।

ଶ୍ରୀ ଦତ୍ତଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସମେତ ଉଭୟ ବିଜେଡି ଓ ବିଜେପିର ବରିଷ୍ଠ ନେତା, ବହୁ ବିଧାୟକ ଶୋକ ବ୍ୟକ୍ତ କରିଛନ୍ତି।

ଶ୍ରୀ ଦତ୍ତଙ୍କ ମୃତ୍ୟୁ ପରେ ବିଧାନସଭାରେ ବିଜେପିର ସଭ୍ୟ ସଂଖ୍ୟା ୨୨କୁ ଖସିଆସିଛି। ରାଜ୍ୟ ପୁଣି ଏକ ଉପନିର୍ବାଚନ ସାମ୍ନା କରିବ। ପୂର୍ବରୁ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ବିୟୋଗରେ ପାଟକୁରା ଆସନରେ ବହୁ ବିଳମ୍ବରେ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ରାଜ୍ୟ ସେଠାରେ ଉପନିର୍ବାଚନ ସାମ୍ନା କରିଥିଲା। ଉଭୟ ଆସନ ବିଜେଡି ଖାତାକୁ ଯାଇଥିଲା।

Leave A Reply

Your email address will not be published.