ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଦଳବଦଳ ଲାଭ ନା କ୍ଷତି?

0

ଭୁବନେଶ୍ବର: ଯଦି ବିଜେଡିରେ କିଛି ଇଚ୍ଛା ପୂରଣ ନ ହେଉଛି, ତେବେ ବିଜେପି ଚାଲ। ଯଦି ବିଜେପି ଟିକେଟ୍ ନ ଦେଲା, ତେବେ ବିଜେଡି ଦେବ କି? କଂଗ୍ରେସରେ ଜିତିବାର ସୁଯୋଗ ନାହିଁ, ବିଜେପି କିମ୍ବା ବିଜେଡି ଗଲେ ଜିତିହେବ, ଏଣୁ ସେଠି ଯୋଗଦିଅ।

ଗତ କିଛି ବର୍ଷ ଧରି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତା ଯେଭଳି ଦଳବଦଳ ପ୍ରକ୍ରିୟା ଜାରି ରଖିଛନ୍ତି, ତାହା ଭାରତବର୍ଷରେ ଅନ୍ୟ ରାଜନୈତିକ ଠାରୁ ଢେର୍ ଆଗରେ ବୋଲି ବିଚାର କରାଯାଉଛି। ଏଥିରେ ଆଉ କିଛି ଘଟଣା ସାମ୍ନାକୁ ଆସୁ କି ନଆସୁ ଏସବୁ ନେତାମାନେ କୌଣସି ନିର୍ଦିଷ୍ଟ ରାଜନୈତିକ ଦଳର ଆଦର୍ଶରେ ବିଶ୍ବାସ କରନ୍ତି ନାହିଁ ଏକଥା ସ୍ପଷ୍ଚ ସଙ୍କେତ ମିଳିଥାଏ। ସଂପୃକ୍ତ ନେତାଙ୍କର ଧୈର୍ଯ୍ୟର ବି ଏକପ୍ରକାର ପରୀକ୍ଷା ହୋଇଯାଏ। ଏ କ୍ଷେତ୍ରରେ ସଂପୃକ୍ତ ନେତା ଶାସନକୁ ଆସିବା ଲାଗି ମନ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ଇଚ୍ଛାକୁ ଚରିତାର୍ଥ କରିବା ଓ ବ୍ୟକ୍ତିଗତ ସ୍ବାର୍ଥକୁ ପ୍ରାଥମିକତା ଦେଇଥାନ୍ତି। ହେଲେ ଇତିହାସ ପୃଷ୍ଠାକୁ ଓଲଟାଇବାରେ ଦେଖାଇଛି, ଏଭଳି ନେତାମାନେ ନିଜକୁ କେବେ ବି ଜଣେ ପ୍ରଭାବୀ ରାଜନେତା ଭାବେ ପ୍ରମାଣିତ କରିପାରିନାହାନ୍ତି ଏବଂ ରାଜ୍ୟ ପାଇଁ ଏମାନଙ୍କର ଅବଦାନ ମଧ୍ୟ ଯଥେଷ୍ଟ କମ୍ ବୋଲି ବିଚାର କରାଯାଇପାରେ।

ହଁ, ଏକଥା ସତ ଯେ ଯେଉଁ ନେତାମାନେ ନିଜର ପ୍ରଚଣ୍ଡ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ନୂଆ ଦଳ ଗଠନ କରିଛନ୍ତି, ସେମାନଙ୍କ ମଧ୍ୟରୁ କ୍ବଚିତ୍ ବିଫଳ ହୋଇଛନ୍ତି। ଭାରତ ରାଜନୀତିରେ ଏନସିପି, ଟିଏମସି ଭଳି ଅନେକ ରାଜନୈତିକ ଦଳ ଏହି ଧାରାରେ ହୋଇଛି, ଯଦିଓ ଓଡ଼ିଶା କ୍ଷେତ୍ରରେ ନଜିର୍ ନାହିଁ।

ଗତ ଦୁଇ ଦଶନ୍ଧିର ରାଜ୍ୟ ରାଜନୀତିକୁ ନିରେଖି ଦେଖିଲେ, ଦଳବଦଳକାରୀମାନେ ଥରୁଟିଏ ବା ଦୁଇ ତିନି ଥର ବିଧାନସଭା ଜିତିବାରେ ସକ୍ଷମ ହୋଇପାରିଛନ୍ତି। ହେଲେ ସେମାନଙ୍କ ପ୍ରଭାବ କିନ୍ତୁ ମୂଳ ଦଳରେ ଯେଭଳି ଥିଲା, ନୂଆ ଦଳରେ ସେଭଳି ପରିଦୃଷ୍ଟ ହୋଇନାହିଁ। ଏପରିକି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲେ ବି ପତିଆରା ଜାହିର କରିବାରେ ଏସବୁ ନେତାଙ୍କୁ ବିଶେଷ ସଫଳତା ପାଇନାହାନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସ ଦଳରୁ ବାରମ୍ବାର ସଂସଦକୁ ଯାଇଥିଲେ। ଶେଷ ମୁହୂର୍ତରେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ହେଲେ ନିଜର ବ୍ୟକ୍ତିଗତ ସ୍ବାର୍ଥ କାରଣରୁ ବିଜେପିକୁ ଡେଇଁଥିବା ଗିରିଧର ଏବେ କେଉଁଠି?ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବିଜୟ ମହାପାତ୍ରଙ୍କ ପର୍ଯ୍ୟନ୍ତ ଡଜନେରୁ ଅଧିକ ଜନତାଦଳର ନେତାଙ୍କ ସ୍ଥିତି ବି ଅନୁରୂପ। ଏମାନେ ଏଯାଏ ବିଜେପିରେ ନିଜ ପତିଆରା ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିନାହାନ୍ତି।

ଠିକ୍ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି ବିଜେଡିରେ। ଏକଦା କଂଗ୍ରେସ ବିଧାୟକ ଥିବା ଡାକ୍ତର ନୃସିଂହ ଚରଣ ସାହୁ ବିଜେଡି ଆସି ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ସତ। ହେଲେ ନା ସେ ସରକାରରେ ପ୍ରଭାବୀ ହୋଇପାରିଲେ ନା ଲୋକଙ୍କ ଆସ୍ଥା ଜିଣିବାରେ ସକ୍ଷମ ହେଲେ। ଏବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ଥିତି ବି ସେମିତି। ସେ ବିଜେଡିକୁ ଆସି ମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ ଆଜି ବି ରାଜ୍ୟ ତାଙ୍କୁ ଠିକଣା ଭାବେ ଗ୍ରହଣ କରିନାହିଁ। ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ପୂର୍ବତନ ବିଧାୟକ ଅନୁପ ସାଏ, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ଏମିତି ଅନେକ ନେତାଙ୍କର କାର୍ଯ୍ୟ ନିରେଖି ଦେଖିଲେ ଯେ କେହି ସେମାନଙ୍କର ଦଳରେ ପତିଆରା ସଂପର୍କରେ ବୁଝିପାରିବ। କଂଗ୍ରେସରେ ଯେ ଏମିତି ହୋଇନାହିଁ ତା ନୁହେଁ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ଏଯାଏ ପୂରା ଦଳ ଗ୍ରହଣ କରିପାରିନାହିଁ। ଏ ତାଲିକା ବେଶ୍ ଲମ୍ବା।

ଏଇଥିପାଇଁ ଯେ ସାମୟିକ ସ୍ବାର୍ଥ ବା କ୍ଷଣିକ ଉତ୍ତେଜନାବଶତଃ ନେତାମାନେ ଦଳବଦଳ କରୁଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ନୂଆ ଦଳ ସେମାନଙ୍କୁ କୋଳେଇ ନେବା ବେଳେ ରେଡ୍ କାର୍ପେଟ ପକାଇପାରେ, କିନ୍ତୁ ଯେବେ କ୍ଷମତା ନେବା ଦବାର ବେଳ ଆସେ, ସେବେ ତାଙ୍କର ଗ୍ରହଣୀୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଚିହ୍ନ ଛିଡ଼ା କରେ। ଅତୀତରେ ରାଜ୍ୟର ବହୁ ତୁଙ୍ଗ ନେତା ଏଥିପାଇଁ ଢେର୍ କ୍ଷତି ସହିଛନ୍ତି।

ଓଡ଼ିଶା ରାଜନୀତି କ୍ଷେତ୍ରରେ ଯେଉଁ କିଛି ନେତା ନୂଆ ଦଳ ଗଢିବାକୁ ଚେଷ୍ଟା କରିଛନ୍ତି, ସେମାନେ ସଫଳ ହୋଇପାରିନାହାନ୍ତି। ତାର କାରଣ ହେଲା, ଗୋଟିଏ ଜିଲ୍ଲା ବା ରାଜ୍ୟର ନିର୍ଦିଷ୍ଟ କିଛି ଅଞ୍ଚଳରେ ପତିଆରା ସାବ୍ୟସ୍ତ କରି ତିଷ୍ଠିବା ପରେ ସମଗ୍ର ରାଜ୍ୟକୁ କରାୟଚ କରିବା ବଦଳରେ ଜନ୍ମରୁ ସମଗ୍ର ରାଜ୍ୟରେ ନିଜର ପରାକାଷ୍ଠା ଦେଖାଇବାକୁ ଚାହିଁଛନ୍ତି। ଏଥିପାଇଁ ଆବଶ୍ୟକ ଲୋକବଳ ହୁଏତ ମିଳିଯାଇପାରେ, କିନ୍ତୁ ଆର୍ଥିକ ସମସ୍ୟା ହେବ ହିଁ ହେବ। ଏଇ ଯେମିତି ଗୋଟିଏ ସମୟରେ ଓଡ଼ିଶା ଗଣ ପରିଷଦ ଅଳ୍ପ କିଛି ଆସନରେ ନିଜକୁ ସୀମାବଦ୍ଧ କରିବା ପରେ ଯେଉଁ ସଫଳତା ପାଇଥିଲା, ପରବର୍ତୀ ସମୟରେ ରାଜ୍ୟରେ ନିଜର ପତିଆରା ବୃଦ୍ଧି କରିବାକୁ ଯାଇ ଅସ୍ତିତ୍ବ ହରାଇଲା। ଅନ୍ୟ ଆଞ୍ଚଳିକ ଦଳ କିନ୍ତୁ ସତ୍ତା ହରାଇଛନ୍ତି।

Leave A Reply

Your email address will not be published.