ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଅତି ଭୀଷଣ ହେଉଛି କରୋନା

0
  • ବିଧାୟକ ସଂକ୍ରମିତ, ବିଧାନସଭା କମିଟି ବୈଠକ ବାତିଲ୍
  • ଅତି ଜରୁରୀ ନ ଥିଲେ କଟକର ୪ ମେଡ଼ିକାଲକୁ ନଯିବାକୁ ଜିଲ୍ଲାପାଳଙ୍କ ନିର୍ଦେଶକ
  • ଦେଶର ପରିସ୍ଥିତି ବି ଗୁରୁତର, ୨୪ ଘଣ୍ଟାରେ ୪୨୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ବର: ଯାହା ପୂର୍ବରୁ ଆକଳନ କରାଯାଉଥିଲା, ତାହା ଏବେ ବାସ୍ତବ ରୂପ ନେବା ଆରମ୍ଭ କଲାଣି। ଜୁନ୍ ମାସରେ କରୋନା ତାର ଭୀଷଣ ରୂପ ଦେଖାଇବା ଆରମ୍ଭ କରିଛି। ସଂକ୍ରମଣ ଯେଭଳି ବଢ଼ୁଛି, ମୃତ୍ୟୁ ସଂଖ୍ୟା ବି ଅନୂରୂପ ଢଙ୍ଗରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୯୭ ହଜାର ୪୧୩ ଛୁଇଁ ସାରିଲାଣି। ଗତ ୨୪ ଘଣ୍ଟାରେ ଏହି ଖାତାରେ ୨୪ ହଜାର ୨୪୮ ଜଣଙ୍କ ନାମ ଯୋଡି଼ ହୋଇଥିଲା। ସେହିଭଳି ଏହି ୨୪ ଘଣ୍ଟା ସମୟ ମଧ୍ୟରେ ୪୨୫ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ଦେଶରେ ୨ଲକ୍ଷ ୫୩ ହଜାର ୨୮୭ ଜଣ ସଂକ୍ରମିତ ରୋଗୀ ବିଭିନ୍ନ ଡାକ୍ତରଖାନା ଆଦିରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

ଓଡ଼ିଶାରେ ବି ପରିସଂଖ୍ୟାନ ଏବେ ଉପରମୁହାଁ ଧରିଛି। ରାଜ୍ୟରେ ୨୨ଟି ଜିଲ୍ଲାର ୪୫୬ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଏ ମଧ୍ୟରୁ ୩୦୯ ଜଣ କ୍ବାରାଣ୍ଟିନରେ ପୂର୍ବରୁ ଅଛନ୍ତି। ବାକି ୧୪୭ ଜଣ ବାହାରେ ଅଛନ୍ତି। ସରକାର କହିଛନ୍ତି ଯେ ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ

ରାଜ୍ୟରେ ୨୨ଟି ଜିଲ୍ଲାରୁ ନୂଆ ୪୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୭ଟି ଲୋକାଲ କେସ୍‌ ବୋଲି ଜଣାପଡ଼ିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଥିବା ବେଳେ ୬୨୨୪ଜଣ ସୁସ୍ଥ ହୋଇ ସାରିଲେଣି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ୩୨୫୪ଜଣ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କରୋନା ମହାମାରୀରେ ମଧ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମରେ ୭୭ ବର୍ଷୀର ମୃତ ବ୍ୟକ୍ତିଜଣକ ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ସରକାର କହିଛ୍ତି। ସେହିଭଳି ଯାଜପୁରର ୬୪ ବର୍ଷୀୟ ମୃତକ ଜଣେ ମଧୁମେହ ରୋଗୀ। ଏଥିସହିତ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୮ ଛୁଇଁଛି। ସବୁଠାରୁ ବଡ଼ କଥା ହେଲା, ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ନିଜେ ଗଣମାଧ୍ୟମ ସାମ୍ନାରେ ସ୍ବୀକାର କରିଛନ୍ତି।

ସେପଟେ ପରିସ୍ଥିତି ଗମ୍ଭୀର ଆଡ଼କୁ ଯାଉଥିବା ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଗଲାଣି। ଆଜି କଟକ ଜିଲ୍ଲାପାଳ ଅତି କଠୋର ପଦକ୍ଷେପ ନେଇଛନ୍ତି। ଅତି ଜରୁରୀ ନଥିଲେ କଟକର  ୪ଟି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ। ସେଗୁଡିକ ହେଲା ଆଚାର୍ଯ୍ୟ ହରିହର, ଏସସିବି. ଶିଶୁ ଭବନ ଓ ସିଟି ହସ୍ପିଟାଲ। କଟକ ଶିଶୁଭବନରୁ ଜଣେ ପଜିଟିଭ ଚିହ୍ନଟ ପରେ ଆଉଟଡୋରକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏପଟେ ସିଏମସି ଗତକାଲି ରାତିରେ ନିର୍ଦେଶ ଦେଇଛି ଯେ ୫ ଟି ହଟସ୍ପଟ୍ ଜିଲ୍ଲା ଓ କଟକର ୫ଟି ବ୍ଳକରୁ ସହରକୁ କେହି ଆସିଲେ ପ୍ରଥମେ ୧୪ ଦିନ କ୍ବାରାଣ୍ଟିନରେ ରହିବାକୁ ହେବ। ଏହା ପୂର୍ବରୁ ବିଶେଷ କିଛି କାମ ନ ଥିଲେ, ପୁରୀ ଜିଲ୍ଲାକୁ ନ ଆସିବା ଲାଗି ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

କେବଳ ସରକାର ନୁହେଁ, ଆଜି ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭିନ୍ନ କମିଟି ବୈଠକକୁ ବାତିଲ୍ କରିଛନ୍ତି। ଗତମାସରେ ଏହି ବୈଠକ ପାଇଁ ଅନୁମତି ଦିଆଯାଇଥିଲେ ହେଁ, ଏବେ ପରିସ୍ଥିତିର ଗମ୍ଭୀରତ ବଢ଼ିଯାଇଥିବାରୁ ବାଚସ୍ପତୁ ପୁଣି ଥରେ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଜଣେ ବିଧାୟକଙ୍କୁ କରୋନା ଆକ୍ରାନ୍ତ ହୋଇଥିବା କାରଣରୁ ପରବର୍ତୀ ଅଧିବେଶନ ଯେ ଖୁବ୍ ଶୀଘ୍ର ହେବାର ସମ୍ଭାବନା ନାହିଁ, ତାହା ଜଳ ଜଳ ହୋଇ ଦିଶୁଛି।

Leave A Reply

Your email address will not be published.