ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପୁରୀ ସାରା ଦୁନିଆକୁ ବାଟ ଦେଖାଇଛି

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରଥଯାତ୍ରା ଉଦାହରଣ ରଖି କୋଭିଡ୍ ସଂକ୍ରାନ୍ତରେ ନିଜର ଆଭିମୁଖ୍ୟ ରଖିଥିଲେ। ସ୍ପଷ୍ଟ ଭାବେ ଜଣାଇଥିଲେ ଯେ ପୁରୀ ସାରା ଦୁନିଆକୁ କିଭଳି ବାଟ ଦେଖାଇଛି। କୋଭିଡ଼ ଜିତିବା ପାଇଁ ତ୍ୟାଗ, ସଂଯମ ଓ ଶୃଙ୍ଖଳା ହିଁ ତିନି ପ୍ରମୁଖ ଅସ୍ତ୍ର ବୋଲି ମହାପ୍ରଭୁ ବଡ଼ଦାଣ୍ଡରୁ ସଙ୍କେତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ”ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି। ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି। ଏଥିପାଇଁ ସେବାୟତ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୁଲିସ, ସ୍ବାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ ସରକାରଙ୍କର ସବୁ ବିଭାଗ, ପୁରୀର ଜନସାଧାରଣ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଧନ୍ୟବାଦ ଜଣାଉଛି।”

ନବୀନ କହିଥିଲେ, ”ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ଯେ ସାରା ବିଶ୍ବ ଆମ ଉପରେ ନଜର ରଖିଛି। ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା, ନିୟମ ମାନି କରୁଛୁ ତା ଉପରେ ସାରା ବିଶ୍ବ ନଜର ରଖିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ। ଶୃଙ୍ଖଳାର ସହ କାମ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛୁ। ମହାପ୍ରଭୁ ୪ ଦିନ ବଡ ଦାଣ୍ଡରେ ରହିଲେ। କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ। ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ। ପୁରୀ ବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସେମାନଙ୍କ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ। ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି। କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି।”

ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ। ଏ ତିନିଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ”ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି। ଆଉ ବିଶେଷ କିଛି କଟକଣା ନାହିଁ। ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି। ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି। କୋଭିଡ୍‌ ପାଇଁ ଟିକା ବା ଔଷଧ ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ। ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ।”

ନବୀନ କହିଥିଲେ, ”ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ। ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ। ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ। ବାରମ୍ବାର ସାବୁନରେ ଭଲଭାବରେ ହାତ ଧୁଅନ୍ତୁ। ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ। ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ।”

ଯୁବ ସମାଜକୁ ମୋର ବିଶେଷ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଥିଲେ ସେମାନେ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ। କାରମ ସେମାନେ ସଂକ୍ରମିତ ହେଲେ ଆପଣଙ୍କର ବାପା, ମାଆ, ପରିବାର, ପିଲାମାନଙ୍କ ସଂକ୍ରମଣ ଆଶଙ୍କା ବଢିବ। ତେଣୁ କେବେବି ହେଳା କରନ୍ତୁ ନାହିଁ, ସତର୍କ ରୁହନ୍ତୁ ବୋଲି ନବୀନ ଚେତାଇ ଦେଇଥିଲେ।

Leave A Reply

Your email address will not be published.