ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମାସକ ପରେ ପୁଣି ୩ କେଜି ଧଳାପାଉଡର ଜବତ

0

ଭୁବନେଶ୍ବର: ଓଡିଶା ସ୍ପେଶାଲ ଟାସ୍କ ଫୋର୍ସକୁ ଏକ ବଡ ସଫଳତା ମିଳିଛି। ମାତ୍ର ଗୋଟିଏ ମାସ ବ୍ୟବଧାନରେ ଏସଟିଏଫ ମୟୂରଭଞ୍ଜ କୁଳିଅଣାରୁ ୩କେଜି୨୮୫ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ମୁଲ୍ୟ ପ୍ରାୟ ୩କୋଟି୨୮ଲକ୍ଷ ଟଙ୍କା ହେବ। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

୨୦୧୩ ରୁ ୨୦୧୯ ମଧ୍ୟରେ ୭ କେଜି ୨୩୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୨୦୨୦ରେ କେବଳ ୧୫ କେଜି ୬୪୮ଗ୍ରାମ ଧଳାଜହର ପୁଲିସ ଜବତ କରିଛି।

ଉଲ୍ଲେଖଯୋଗ୍ୟ,୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏସଟିଏଫ ୧କେଜି ୭୪୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ପରେ ସେହି ମାସ ୧୯ ତାରିଖରେ ୨କେଜି ୭୨୯ ଗ୍ରାମ,ଜୁନ୍ ୨ ତାରିଖରେ ୧କେଜି ୮ଗ୍ରାମ ଓ ଗତ ମାସ ୧୯ ତାରିଖରେ ୪କେଜି ୪୫୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା।

ଏହି ଜବତ ବ୍ରାଉନସୁଗାର ପରିମାଣ ସୂଚାଇ ଦେଉଛି ଯେ ଓଡିଶାରେ ଧଳାପାଉଡର ବା ଧଳା ଜହରର ଚାହିଦା ସମ୍ଭବତଃ ବଢ଼ିଗଲାଣି।

Leave A Reply

Your email address will not be published.