ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମନ୍ତ୍ରୀଙ୍କୁ ସମୟ ମିଳିଲା, ବିପଦ ବଢିଲା

0
  • କିଛି ଦିନ ସ୍ଥଗିତ ରହିଲା ମନ୍ତ୍ରିମଣ୍ଡଳ ଅଦଳବଦଳ
  • ପ୍ଲାଜମା ପାଇଁ ଜିଲ୍ଲା ଗସ୍ତ ବି ଏକ ମାପଦଣ୍ଡ ହେବ

ଭୁବନେଶ୍ବର: ଆପାତତଃ ଯୋଜନା ସରିଥିଲା। କିଏ କିଏ ମନ୍ତ୍ରୀ ପଦରୁ ଯିବେ, ଆଉ କାହାକୁ ସାମିଲ କରାଯିବ, ସେ ନକ୍ସା ବି ପ୍ରସ୍ତୁତି ଚାଲିଥିଲା। ହେଲେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଏହିି ପ୍ରକ୍ରିୟାକୁ କିଛି ଦିନ ପାଇଁ ଟାଳି ଦିଆଯାଇଛି। ଅର୍ଥାତ୍ ମନ୍ତ୍ରିମଣ୍ଡଳ ଅଦଳବଦଳ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି।

ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ଥଗିତ ନିଷ୍ପତ୍ତି ଏବେ ଆଉ କିଛି ନେତାଙ୍କ ପ୍ରତି ବିପଦ ବଢାଇ ଦେଲାଣି। କାରଣ କିଛି ମନ୍ତ୍ରୀଙ୍କର ପ୍ରଦର୍ଶନ ଖରାପ ଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ହେଲେ ଶୁକ୍ରବାର ମୁଖିଆ ଯେଉଁ ଗୁରୁଦାୟିତ୍ବ ଦେଇଛନ୍ତି, ଏଇଟା ହିଁ ସେମାନଙ୍କ ପାଇଁ ଅସଲ ପରୀକ୍ଷା ହେବ ବୋଲି କୁହାଯାଉଛି। ଯେଉଁମାନେ ଏ କ୍ଷେତ୍ରରେ ବିଫଳ ହେବେ,ସେମାନଙ୍କ ପ୍ରତି ଆଗକୁ ବଡ଼ ସମସ୍ୟା ଆସିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏଇଟା ମନ୍ତ୍ରୀ ପଦରେ ରହିବା ବା ବିଦା ହେବା ଲାଗି ଆଉ ଗୋଟିଏ ମାପଦଣ୍ଡ ହେବ।

ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ଅଫିସ ବନ୍ଦ କରିନାହାନ୍ତି। ମାତ୍ର ଦୁଇ ଚାରିଜଣଙ୍କୁ ଛାଡିଦେଲେ ଅନ୍ୟମାନେ କେବଳ ମନ୍ତ୍ରିମଣ୍ଡଳଳ ବୈଠକ ଆଦିକୁ ଛାଡ଼ିଦେଲେ ଅନ୍ୟ କୌଣସିଥିରେ ସକ୍ରିୟ ନାହାନ୍ତି। ବରଂ ସେମାନଙ୍କ ଲାଗି ମନ୍ତ୍ରୀ ହୋଇପାରିନଥିବା କିଛି ସକ୍ରିୟ ନେତା ଏବେ ସରକାରୀ ବିରୋଧୀ ଆଭିମମୁୁଖ୍ୟରେ ବେଶ ଆଗରେ ଅଛନ୍ତି। ଏଭଳି କ୍ଷେତ୍ରରେ ସରକାରଙ୍କ ପ୍ରତି ବିଶେଷ ସମସ୍ୟା ସୃଷ୍ଟି ହେଉଛି। ଏ ସଂପର୍କରେ ଠୋସ୍ ଖବର ପାଇବା ପରେ ସୁପ୍ରିମୋ ଏବେ ଏଭଲି ମନ୍ତ୍ରୀମାନଙ୍କୁ କଡ଼ା ନଜରରେ ରଖିଥିବା ସୂଚନା ମିଳିଛି। ବିଶେଷକରି ତିନିଜଣ ଟାଣୁଆ ଓ ପ୍ରଭାବୀ ମନ୍ତ୍ରୀ ଆଦୌ କୌଣସି କାମ କରିବା ଲାଗି ଆଗ୍ରହ ଦେଖାଉନାହାନ୍ତି।

ଏବେ ପ୍ଲାଜମା ଚିକିତ୍ସା ସଫଳ ହେବା ପରେ ମନ୍ତ୍ରୀମାନଙ୍କୁ ଜିଲ୍ଲା ଗସ୍ତ ଲାଗି ବାଟ ଖୋଲି ଦିଆଯାଇଛି। ଜିଲ୍ଲାକୁ ଯାଇ ବିଜେଡି କର୍ମୀଙ୍କୁ ଆୟୁଧ କରି ଦରବାର ନୁହେଁ, ବରଂ ସାମାଜିକ ଦୂରତାକୁ କଡ଼ାକଡି ଭାବେ ପାଳନ କରି ସେମାନଙ୍କୁୁ କୋଭିଡ୍ ପରିବାରକୁ ଭେଟିବାକୁ ହେବ। କୋଭିଡ୍ ନାଁ ଶୁଣି ପୂରା ଲୁଚିଥିବା ମନ୍ତ୍ରୀମାନେ ଏବେ କେତେ ଜଣଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେଉଛନ୍ତି, ତାହା ଦେଖିବା କଥା।

ଏଠାରେ ଉଲ୍ଲେଖଥାଉକି, ବୟନ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟେତିପ୍ରକାଶ ପାଣିଗ୍ରାହୀ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରତି ସବୁଠାରୁ ବେଶୀ ବିପଦ ରହିଛି। ଏମାନେ ସରକାରଙ୍କ ପ୍ରଦର୍ଶନରେ ନିଜର କୌଣସି ଯୋଗଦାନ ରଖିନାହାନ୍ତି। ରାଜନୈତିକ କାରଣରୁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏବେ ମନ୍ତ୍ରୀ ପଦରୁ ବିଦା କରାଯିବା ସମ୍ଭାବନା କମ୍ ରହିଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତି ମଧ୍ୟ କିଛି କମ୍ ବିପଦ ନାହିଁ। ଶ୍ରୀ ପୂଜାରୀ ଅର୍ଥ ଭଳି ଏକ ବଡ଼ ବିଭାଗ ରଖିଥିଲେ ହେଁ, ସରକାରଙ୍କୁ ଏ ପ୍ରସଙ୍ଗରେ ବିରୋଧରେ ଯେତେଥର ବି ଶାଣିତ ଆକ୍ରମଣ କରିଛନ୍ତି, ଏହାକୁ ରୋକିବା ଦିଗରେ ସର୍ବିନିମ୍ନ ଉଦ୍ୟମ କରିନାହାନ୍ତି। ଏପରିକି ବାରମ୍ବାର ମନ୍ତ୍ରୀ ପଦରେ ରହୁଥିଲେ ହେଁ, ସରକାରଙ୍କ ପାଇଁ କୌଣସି ଭଲ ସ୍ଥିତି ଉପୁଜାଇବାରେ ତାଙ୍କର ଅବଦାନ ବିଶେଷ ନାହିଁ। ସୋନପୁର ଜିଲ୍ଲାରୁ ଉଭୟ ପଦ୍ମନାଭ ବେହେରା ଓ ଶ୍ରୀ ପୂଜାରୀ ମନ୍ତ୍ରୀ ଅଛନ୍ତି।

ସେହିଭଳି ପଞ୍ଚାୟତିରାଜ, ନଗର ଉନ୍ନୟନ, ଆଇନ ଭଳି ବହୁତ ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିଥିଲେ ହେଁ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ବେଶୀକିଛି ସହଯୋଗ କରିନାହାନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ ତାଙ୍କ ପ୍ରଦର୍ଶନ କାହାକୁ ବି ସନ୍ତୁଷ୍ଟ କରିନାହିଁ। ବାରମ୍ବାର ବିବାଦ ଭିତରେ ଥିବା ମନ୍ତ୍ରୀ ନବ କିଶୋର ଦାସଙ୍କ ବିଭାଗ ବଦଳିବା ସମ୍ଭାବନା ଅଧିକ। ସେହିପରି ଆଗଧାଡିର ଆଉ ଦୁଇ ତିନିଜଣ ମନ୍ତ୍ରୀଙ୍କ ବିଭାଗ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୫ ତାରିଖ ସୁଦ୍ଧା ସରକାରରେ ନବକଳେବର କରିବା ଲାଗି ଯୋଜନା ଚାଲିଥିଲା। ଇତିମଧ୍ୟରେ ଆଇପିଏସ୍ ବଦଳି ପ୍ରାୟ ଶେଷ ହୋଇଛି। ପ୍ରଥମ ସପ୍ତାହରେ ଅଳ୍ପକିଛି ପୁଲିସ ଅଧିକାରୀଙ୍କ ବଦଳି ହେବ। ସେହିଭଳି କିଛି ଆଇଏଏସ ଅଫିସରଙ୍କ ବିଭାଗ ବଦଳିବ। ହେଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଲାଗି ମୁଖ୍ୟମନ୍ତ୍ରୀ ଆଉ କିଛି ଦିନ ସମୟ ନେବେ।

Leave A Reply

Your email address will not be published.