ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ବୈତରଣୀରେ ବନ୍ୟା, ବୁଢାବଳଙ୍ଗ ଫୁଲୁଛି

0
  • କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା ରେକର୍ଡ
  • ୯ ଜିଲ୍ଲାରେ ହାରାହାରି ବୃଷ୍ଚିପାତ ୧୦୦ମିମି ଉପରେ
  • ଆଜି ବ୍ରାହ୍ମଣୀ ଓ ମହାନଦୀ ଅବବାହିକାରେ ବର୍ଷା ଜାରି

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବଡ଼ ବର୍ଷା ଏବେ ବନ୍ୟା ସୃଷ୍ଟି କଲାଣି। ଗତ ୨୪ ଘଣ୍ଟାରେ ବଡ଼ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି। ନଦୀ ବିପଦ ସଙ୍କେତ ଅତିକ୍ରମ କରିବା ପରେ ବି ଆହୁରି ଫୁଲୁଛି। ବୁଢାବଳଙ୍ଗରେ ବି ବନ୍ୟା ଆସିପାରେ। ସେପଟେ ଆଜି ବ୍ରାହ୍ମଣୀ ଓ ମହାନଦୀ ଅବବାହିକାରେ ଭୀଷଣ ବର୍ଷା ହେଉଥିବା ଖବର ମିଳୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୭୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢେ ଆଠଟା ସୁଦ୍ଧା) ରାଜ୍ୟରେ ସର୍ବାଧିକ ବର୍ଷା କେନ୍ଦ୍ରାପଡା ଜିଲ୍ଲାରେ ହୋଇଛି। ସେଠାରେ ୧୬୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିଭଳି ସୁବର୍ଣ୍ଣପୁରରେ ୧୬୨.୩ମିମି, ଜଗତସିଂହପୁର ୧୬୪.୫ମିମି, ବୌଦ୍ଧ ୧୩୩.୩ ମିମି, କେନ୍ଦୁଝର ୧୨୪.୮ମିମି, ମୟୂରଭଂଜ ୧୨୨.୨ ମିମି, ଭଦ୍ରକ ୧୧୭ମିମି, ଯାଜପୁର ୧୧୫.୦ ମିମି, କଟକ ୧୦୧.୯ମିମି, ଦେବଗଡ, ୯୪.୨ ମିମି, ଅନୁଗୁଳ ୮୯.୨, ସମ୍ବଲପୁର ୮୭ମିମି, ବାଲେଶ୍ବର ୮୪.୩ମିମି, ଢେଙ୍କାନାଳ ୭୮.୩ମିମି, ପୁରୀ ୭୬.୧ମିମି ବର୍ଷା ହୋଇଛି।

ଏହାର ପ୍ରଭାବରେ ବୈତରଣୀ ନଦୀରେ ବନ୍ୟା ଆସୁଛି। ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ, ରିପୋର୍ଟ ଲେଖା ହେବା ବେଳକୁ ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଙ୍କେତ ଡେଇଁ ସାରିଲାଣି। ସେଠାରେ ବିପଦ ସଙ୍କେତ ୧୭.୬୧ ମିଟର ଥିବା ବେଳେ ଜଳସ୍ତର ତା ଉପରେ ଅର୍ଥାତ୍ ୧୮.୧୦ମିଟର ରହିଛି। ୨୦ମିଟର ପର୍ଯ୍ୟନ୍ତ ନଦୀ ବଢିପାରେ ବୋଲି ଆକଳନ କରାଯାଉଛି। ଏହାର ପ୍ରଭାବରେ ଯାଜପୁର ଓ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରନ୍ତି। ସେହିଭଳି ବୁଢାବଳଙ୍ଗ ନଦୀ ଜାତୀୟ ରାଜପଥ ନିକଟରେ ବିପଦ ସଙ୍କେତ ଠାରୁ ଢେର୍ ତଳେ ଥିଲେ ହେଁ, ଏଠାରେ ବନ୍ୟା ଆଶଙ୍କା କରାଯାଉଛି। ସେଠାରେ ବିପଦ ସଙ୍କେତ ୮.୧୩ ମିଟର ଥିଲା ବେଳେ ଏବେ ଜଳପ୍ରବାହ ୫.୪୦ ମିଟର ପାଖରେ ପହଞ୍ଚିଛି।

ଏହାବ୍ୟତୀତ ବିଭିନ୍ନ ଜିଲ୍ଲାରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ସୁନ୍ଦରଗଡରେ କୋଇଡା ଓ କାଲଟା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ନିକଟରେ ୨୦ଫୁଟର ଘାଇ ହେବା କାରଣରୁ ସ୍ଥିତି ଗମ୍ଭୀର ରହିଛି। କିଛି ଦିନ ତଳେ ସେଠାରେ ପୋଲଟି ଆଂଶିକ ଭାସି ଯାଇଥିଲା।

Leave A Reply

Your email address will not be published.