ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) କର୍ମଶାଳା ଉଦ୍‌ଘାଟିତ

0

ଭୁବନେଶ୍ୱର, ଜୁନ୍ ୩୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗଣିତ ବିଭାଗ ପକ୍ଷରୁ ମଙ୍ଗଳବାର “ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ” (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) ସମ୍ପର୍କିତ ଏକ ୫ ଦିବସୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଟି ରାଉରକେଲାର ଗଣିତ ବିଭାଗର ବରିଷ୍ଠ ପ୍ରଫେସର (ଡକ୍ଟର) ସ୍ନେହାଶିଷ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଗଣିତର ବିନା ସହାୟତାରେ ମେସିନ ଶିକ୍ଷଣ ସହିତ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଘଟିବା ଅସମ୍ଭବ। ସେ ଅଭିନବ ଚିନ୍ତାଧାରା, ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ୟାର ସମାଧାନ କରିବା ସହିତ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ। ବର୍ତମାନ କୃତ୍ରିମ ବୁଦ୍ଧିମତା (ଏଆଇ)କୁ ବୁଝିବା ଏବଂ ଏହାକୁ ବ୍ୟବହାର କରିବାରେ ଗଣିତର ଭୂମିକା ବେଶ୍ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ବହୁବିଧ ଗବେଷଣା ଓ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର ଗୁରୁତ୍ୱ ଉପରେ ଆଲୋକପାତ କରି ଗଣିତରେ ପାରଙ୍ଗମ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ପ୍ରଶିକ୍ଷଣ ଅଧିବେଶନରୁ ଲାଭବାନ ହେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସେ ଉତ୍ସାହିତ କରିବା ସହ କର୍ମଶାଳାର ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ।

ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀମାନେ ଖୁବ୍ ଉପକୃତ ହେବେ। କିପରି ଭାବେ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ କରାଯାଇ ପାରିବ ଏବଂ ଭବିଷ୍ୟତରେ ଏହି ପ୍ରଶିଷଣ ଛାତ୍ରଛାତ୍ରୀମାନଙ୍କୁ କିପରି ସାହଯ୍ୟ କରିବ ସେ ନେଇ ସେ ବକ୍ତବ୍ୟ ରଖିଥିଲେ।

ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ କହିଥିଲେ ଯେ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର କେତେ ଆବଶ୍ୟକତା ରହିଛି ସେ ନେଇ ଏହି କର୍ମଶାଳାରେ ଛାତ୍ରାଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ତେବେ ଏଆଇକୁ ବ୍ୟବହାର କରିବା ଓ ତାକୁ ବୁଝିବା ପାଇଁ ଗଣିତର ଆବଶ୍ୟକତା ରହିଛି । ମେସିନ୍ ଲର୍ଣ୍ଣିରେ ଗଣିତ କିପରି ବ୍ୟବହାର ହେବ ଓ ଆଗକୁ ଛାତ୍ରଛାତ୍ରୀମାନେ କିପରି ଏହାର ସୁବିଧା ପାଇପାରିବେ ସେ ନେଇ ଏହି କର୍ମଶାଳାରେ ଆଲୋଚନା କରାଯିବ ବୋଲି ପ୍ରଫେସର ସାହୁ କହିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଟିଇଆରର ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ତଥା ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬ ଅର୍ଗାନାଇଜିଂ ଚେୟାର ପ୍ରଫେସର ସୁନିତା ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇଥିଲେ। ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟରୁ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି। କର୍ମଶାଳାରେ ଥିଓରୀ ଓ ପ୍ରାକ୍ଟିକାଲ ଉପରେ ଗୁରୁତ୍ୱ ଦିଆଯିବ। ପ୍ରତିଦିନ ବିଭିନ୍ନ ବିଷୟବସ୍ତୁ ଉପରେ ବାହାରୁ ଆସିଥିବା ବିଶେଷଜ୍ଞ ଯଥା ଏନ୍‌ଆଇଟି ଦୁର୍ଗାପୁରର ପ୍ରଫେସର ନନ୍ଦ ଦୁଲାଲ ଜାନା ଓ ଆଇଆଇଟି ପାଟନାର ପ୍ରଫେସର ପ୍ରତିଭାମୟ ଦାସ ଆଲୋଚନାଚକ,ଲ୍ୟାବ ସେସନ୍‌, ଇଂଟରାକ୍ଟିଭ୍ ସେସନ୍ ଏବଂ ମେସିନ୍ ଲର୍ଣ୍ଣିଂ ଆପ୍ଲିକେସନ୍ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବେ।

କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଧବଳେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହିତ ସହ ସଂଯୋଜକ ଡକ୍ଟର ଶ୍ରଦ୍ଧାରାମ ସ୍ୱାଇଁ ଏବଂ ଡକ୍ଟର ଲୋପାମୁଦ୍ରା ଦାସ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.