ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ଦିଲ୍ଲୀରେ ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

0

ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ ଏବଂ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଦିଲ୍ଲୀ ସରକାର ନୂତନ ‘ଦିଲ୍ଲୀ ଇଭି ପଲିସି ୨.୦’କୁ ମଞ୍ଜୁରୀ ଦେଇଛନ୍ତି। ଜୁଲାଇ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ନୀତିରେ ଇଭି କ୍ରେତାଙ୍କ ପାଇଁ ବିଭିନ୍ନ ରିହାତି ଘୋଷଣା କରାଯାଇଥିବାବେଳେ ପେଟ୍ରୋଲ ଓ ସିଏନଜି ଚାଳିତ ଯାନ ଉପରେ ପର୍ଯ୍ୟାୟକ୍ରମେ କଟକଣା ଲାଗୁ କରାଯିବ।

ନୂଆ ନୀତି ଅନୁଯାୟୀ, ୩୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ମୂଲ୍ୟର ଇଲେକ୍ଟ୍ରିକ୍ କାର୍ ଉପରେ ଶତପ୍ରତିଶତ ରୋଡ୍ ଟ୍ୟାକ୍ସ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ ମିଳିବ। ଏହି ସୁବିଧା ୩୧ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ଜାରି ରହିବ।
ସେହିପରି, ୧ ଏପ୍ରିଲ ୨୦୨୮ରୁ ଦିଲ୍ଲୀରେ ନୂଆ ପେଟ୍ରୋଲ କିମ୍ବା ସିଏନଜି ଚାଳିତ ଦୁଇଚକିଆ ଯାନର ପଞ୍ଜୀକରଣ ବନ୍ଦ ହେବ। ଏହାପରେ କେବଳ ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟରର ପଞ୍ଜୀକରଣ କରାଯିବ। ଏଥିସହ ୧ ଜାନୁଆରୀ ୨୦୨୭ରୁ କେବଳ ଇଲେକ୍ଟ୍ରିକ୍ ଅଟୋ ଏବଂ ଏନ-୧ ଶ୍ରେଣୀର ଇଲେକ୍ଟ୍ରିକ୍ ମାଲବାହୀ ଯାନର ପଞ୍ଜୀକରଣକୁ ଅନୁମତି ମିଳିବ।

ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ କ୍ରୟ କରୁଥିବା ଗ୍ରାହକଙ୍କୁ ପ୍ରଥମ ବର୍ଷ ୩୦ ହଜାର ଟଙ୍କା, ଦ୍ୱିତୀୟ ବର୍ଷ ୨୦ ହଜାର ଟଙ୍କା ଏବଂ ତୃତୀୟ ବର୍ଷ ୧୦ ହଜାର ଟଙ୍କା ସବସିଡି ମିଳିବ। ଇଲେକ୍ଟ୍ରିକ୍ ଅଟୋ କିଣୁଥିବା ଲୋକଙ୍କୁ ପ୍ରଥମ ବର୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

ଏହାବ୍ୟତୀତ, ବିଏସ୍-୪ କିମ୍ବା ତା’ଠାରୁ ପୁରୁଣା ଚାରିଚକିଆ ଯାନକୁ ସ୍କ୍ରାପ୍ କରି ନୂଆ ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ପ୍ରୋତ୍ସାହନ ମିଳିବ। ତେବେ ହାଇବ୍ରିଡ୍ କାର୍‌ଗୁଡ଼ିକୁ କୌଣସି ଟ୍ୟାକ୍ସ ଛାଡ଼ କିମ୍ବା ସବସିଡି ମିଳିବ ନାହିଁ। ସରକାର ସ୍ପଷ୍ଟ କରିଛନ୍ତି ଯେ ଶୂନ୍ୟ-ନିର୍ଗମନ ବୈଦ୍ୟୁତିକ ଯାନକୁ ହିଁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାର୍ଜିଂ ଭିତ୍ତିଭୂମି ବିକାଶ ପାଇଁ ଦିଲ୍ଲୀ ସରକାର ୧୫ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି। ସହରରେ ପ୍ରାୟ ୩୨ ହଜାର ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.