ପ୍ରମୁଖ ଖବର

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ୫୮ ଲକ୍ଷ ଲୋକଙ୍କୁ ନୋଟିସ୍
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କୁଆରମୁଣ୍ଡ ଆର୍‌ଆଇ
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ
ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ
ପ୍ରବଳ ବର୍ଷା ଆଶଙ୍କା: ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
୨୦%ରୁ ଅଧିକ ଇଥାନଲ୍ ମିଶ୍ରଣ ନେଇ ହୋଇନାହିଁ ନିଷ୍ପତ୍ତି : କେନ୍ଦ୍ର ସରକାର
କର୍ଣ୍ଣାଟକର ବେଙ୍ଗାଲୁରୁ ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ

0

ଭୁବନେଶ୍ବର: ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ ବିଲ୍ଡିଂରେ ମଙ୍ଗଳବାର ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୫ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ମାର୍କେଟ ବିଲ୍ଡିଂ ଅନ୍ତର୍ଗତ ବିଏମସି ବହୁତଳ ପାର୍କିଂ ନିକଟରେ ଥିବା କିଛି ଲୁଗା ଦୋକାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।
ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଥିବା ସତ୍ତ୍ୱେ ନିଆଁର ପ୍ରକୋପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ନିୟନ୍ତ୍ରଣ କରିବାରେ ବେଶ୍ କଷ୍ଟ ସହିବାକୁ ପଡ଼ିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା।

ଅଗ୍ନିକାଣ୍ଡ ଫଳରେ ଅନେକ ଦୋକାନରେ ଥିବା ପୋଷାକ ଓ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ କୋଟିଏ ଟଙ୍କା ଛୁଇଁପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ଘଟିନଥିବା ବେଳେ ବର୍ତ୍ତମାନ କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯାଉଛି।


ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ମାର୍କେଟ ବିଲ୍ଡିଂ ଅନ୍ତର୍ଗତ ବିଏମସି ବହୁତଳ ପାର୍କିଂ ନିକଟରେ ଥିବା କିଛି ଲୁଗା ଦୋକାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।
ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଥିବା ସତ୍ତ୍ୱେ ନିଆଁର ପ୍ରକୋପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ନିୟନ୍ତ୍ରଣ କରିବାରେ ବେଶ୍ କଷ୍ଟ ସହିବାକୁ ପଡ଼ିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡ ଫଳରେ ଅନେକ ଦୋକାନରେ ଥିବା ପୋଷାକ ଓ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ କୋଟିଏ ଟଙ୍କା ଛୁଇଁପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ଘଟିନଥିବା ବେଳେ ବର୍ତ୍ତମାନ କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯାଉଛି।

Leave A Reply

Your email address will not be published.