ପ୍ରମୁଖ ଖବର

ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ : ଯୋଗାଣ ମନ୍ତ୍ରୀ
ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ
ତାରାଙ୍କୁ ନିଲମ୍ବନ, ୨୭ରେ ବିଧାନସଭା ଘେରିବ କଂଗ୍ରେସ
ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ
ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ
ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ହଟାଇ ଦିଆଯାଇଛି

ଅମାନିଆଙ୍କ ଲାଗି କରୋନା ବେକାବୁ!

0
  • ଗୋଟିଏ ଦିନରେ ରେକର୍ଡ ୩୩୭୧ କରୋନା ସଂକ୍ରମିତ
  • ଗୋଟିଏ ଦିନରେ ସର୍ବାଧିକ ୧୩ଜଣଙ୍କର ମୃତ୍ୟୁ ସୂଚନା
  • ଅଗଷ୍ଟ ମାସରେ ମୋଟ ସଂକ୍ରମିତ ଲକ୍ଷେ ଟପିପାରନ୍ତି
  • ୨୪ ଘଣ୍ଟାରେ ୬୩ହଜାର ୨୦୯ ନମୁନା ପରୀକ୍ଷା ହୋଇଥିଲା

ଭୁବନେଶ୍ବର: ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ନୂଆ ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେଯାଏ ୩ହଜାର ସଂଖ୍ୟା କେବେ ଟପିନଥିଲା। ଭୁବନେଶ୍ବର-କଟକରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭୁବନେଶ୍ବରରେ ୫୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହିଛି। ସେହିଭଳି ଆଜି ସର୍ବାଧିକ କରୋନା ମୃତ୍ୟୁ ଘଟିଛି। ୧୩ଜଣ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୪୪୧ ଛୁଇଁଛି। କଟକ, ଗଞ୍ଜାମରୁ ଦୁଇଜଣ ଲେଖାଏଁ, କେନ୍ଦୁଝର, ଖୋର୍ଧା ଓ ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡରୁ ୩ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭ହଜାର ୬୦୨ ଛୁଇଁଛି। ଯାହା ପୂର୍ବାନୁମାନ କରାଯାଉଥିଲା, ଅଗଷ୍ଟରେ ଏହି ସଂଖ୍ୟା ୧ଲକ୍ଷ ଛୁଇଁଯିବା ବିଚିତ୍ର ନୁହେଁ। ଯଦିଓ ଗତକାଲି ରେକର୍ଡ ସଂଖ୍ୟକ ବ୍ୟକ୍ତି ସୁସ୍ଥ ହୋଇଥିଲେ ଓ ପୂର୍ବ ଦୁଇ ଦିନକୁ ମିଶାଇଲେ ୭୧୦୦ରୁ ଅଧିକ ବ୍ୟକ୍ତି କରୋନା ମୁକ୍ତ ବୋଲି କୁହାଯାଇଥିଲା, ତଥାପି ଭୁତାଣୁର ଭୀଷଣତା କମିନାହିଁ, ଏକଥା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ଆହୁରି ଚିନ୍ତାଜନକ ବ୍ୟାପାର ହେଉଛି, ଯେତିକି ଲୋକ (୨୦୫୩) ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରକୁ ଚିହ୍ନଟ ହୋଇଛନ୍ତି, ତା’ର ୬୫ ପ୍ରତିଶତରୁ ଅଧିକ (୧୩୧୮) ସ୍ଥାନୀୟ ଅଞ୍ଚଳରୁ ବାହାରିଛନ୍ତି। ବାରମ୍ବାର ତାଗିଦ୍ ପରେ ବି କଟକଣା ନ ମାନିବା ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ଆଇସିଏମ୍‌ଆର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଅମାନିଆଙ୍କ ଲାଗି ଭାରତବର୍ଷରେ କରୋନା ବେକାବୁ ହେବାରେ ଲାଗିଛି।

ଅଳ୍ପ ସଂକ୍ରମିତ ବେଳେ ସମୁଦାୟ ବ୍ୟବସ୍ଥା, ଲୋକ ଯେତେ ସଚେତନ ଥିଲେ, ଭୁତାଣୁ ଏବେ ପିକ୍‌ରେ ଥିବା ବେଳେ ସେଭଳି ସତର୍କତା ଦେଖିବାକୁ ମିଳୁନାହିଁ। ଖାସ୍ ଏହି କାରଣରୁ କରୋନା ପ୍ରକୋପ କମୁନଥିବା ବିଶେଷଜ୍ଞ ମତ ରଖୁଛନ୍ତି। ଟ

ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩ ହଜାର ୨୦୯ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସେ ମଧ୍ୟରୁ ୫୫ହଜାର ୭୮୦ ଜଣଙ୍କର ଆଣ୍ଟିଜେନ୍ ଓ ଆର୍‌ଟିପିସିଆର୍‌ ଜରିଆରେ ୭୨୯୫ଟି ସ୍ବାବ୍ ପରୀକ୍ଷା ହୋଇଛି। ମୟୂରଭଂଜରେ ସର୍ବାଧିକ ୮୪୫୧ ଜଣ କୋଭିଡ୍ ଟେଷ୍ଟ କରିଛନ୍ତି।

Leave A Reply

Your email address will not be published.