ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବିଜେପି ଭାବୁଛି ଅଧିକ, କରୁଛି କମ୍

0

ଭୁବନେଶ୍ବର:ଗତ ମେ’ ୨୩ ତାରିଖରୁ ରାଜ୍ୟ ବିଜେପି ଚରିତ୍ରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା। ସେପ୍ଚେମ୍ବର ୫ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ମନ୍ତବ୍ୟ ସୂଚାଇ ଦେଇଛି ଯେ ବିଜେପି ରାଜ୍ୟରେ କ୍ଷମତା ଦଖଲ ପାଇଁ ପୂରା ସଜବାଜ ଆରମ୍ଭ କରିଦେଇଛି। ନେତାମାନଙ୍କ ମନ୍ତବ୍ୟ ଆହୁରି ସଙ୍କେତ ଦେଉଛି ଯେ ସେମାନେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବା ସ୍ଥିତିରେ ନାହାନ୍ତି।ଅର୍ଥାତ୍ ଅନ୍ୟ ରାଜ୍ୟ ଭଳି ବିଜେପି ଓଡ଼ିଶାରେ ବି କ୍ଷମତା ଚୌକି ଛଡାଇ ନେବା ପାଇଁ ଯେ କୌଣସି କସରତ କରିପାରେ, କେତେବେଳେ ବି।

ସମ୍ଭବତଃ, ଗୋଟିଚାଳନା ଓ ନେତାଙ୍କ ଭୂମିକା ଓ ଗତ କିଛି ବର୍ଷର ଅନୁଭୂତି ବିଜେପି ଶୀର୍ଷ ନେତୃତ୍ବକୁ ଏମିତି ରାସ୍ତା ଦେଖାଇ ଥାଇପାରେ। କାରଣ ଓଡ଼ିଶାରେ ଅନ୍ୟ ରାଜନୈତିକ ଦଳ ଭଳି ବିଜେପି ସାଧାରଣ ନିର୍ବାଚନ ପ୍ରକ୍ରିୟା ଭିତରେ କ୍ଷମତାକୁ ଆସିବା କେବଳ କଷ୍ଟ ନୁହେଁ, ଅତ୍ୟନ୍ତ କାଠିକର ପାଠ। ଏନେଇ ନା ନେତାମାନଙ୍କର ଧର୍ଯ୍ୟ ଅଛି ନା ନେତୃତ୍ବ ସେ ରାସ୍ତାରେ ଯାଉଛି।

ଗତକାଲିର ଉଦାହରଣ ନେଲେ ଏହା ଅଧିକ ସ୍ପଷ୍ଟ ହୋଇଯିବ। କାରଣ ଯେଉଁ ସମୟରେ ଶୀର୍ଷ ନେତୃତ୍ବ କ୍ଷମତା ଦଖଲର ନିଶା ଦଳର କର୍ମୀ ଓ ନେତାଙ୍କୁ ଖୁଆଉଛନ୍ତି, ଠିକ୍ ସେହି ସମୟରେ ରାଜ୍ୟ ନେତାଙ୍କର କାର୍ଯ୍ୟକ୍ରମ ସୂଚାଇ ଦେଉଛି ଯେ ଯାହା କେନ୍ଦ୍ର ଚାହୁଁଛି, ତାହା ରାଜ୍ୟ ନେତାମାନେ ବୁଝିପାରୁନାହାନ୍ତି। ଏବଂ ରାଜ୍ୟ ନେତାମାନଙ୍କର ମନର କଥା ବୁଝିବା ସ୍ଥିତିରେ ବି କେନ୍ଦ୍ରୀୟ ବିଜେପି ନେତା ନାହାନ୍ତି। ଆଉ ଖାସ୍ ସେଇଥିପାଇଁ ଗତ ସାଧାରଣ ନିର୍ବାଚନରେ ନେତୃତ୍ବର ପରିକଳ୍ପନା ଓଡ଼ିଶାରେ ପରିସ୍ପୁଟିତ ହୋଇପାରିଲାନାହିଁ।

ଆଜି ଦଳ ଆସନ୍ତା ୨ ମାସ ପାଇଁ ରାଜନୈତିକ କାର୍ଯ୍ୟକ୍ରମ ଘୋଷଣା କରିଛି। ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ଓଡ଼ିଶାର ବିଭିନ୍ନ ସମସ୍ୟା ନେଇ ରାଜନୈତିକ ଚିଠା ପ୍ରସ୍ତାଵ କାର୍ଯ୍ୟକାରିଣୀରେ ପାରିତ ହୋଇଛି। ମନରେଗା,କୋଭିଡ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ଅନିୟମିତତା,ପିଡିଏସ ସାମଗ୍ରୀ, କାମ୍ପା ଫଣ୍ଡ କୁ ହଡପ କରିବାକୁ ରାଜ୍ୟରେ ଉଦ୍ୟମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଦଳ ଆଗକୁ ଯିବ।

ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ସମୁଦାୟ ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଏହି ମହଲର ହିସାବକିତାବ କହୁଛି, ବିଜେପି ନିଜ ଦଳର କର୍ମୀଙ୍କ ମନରେ ଉତ୍ସାହ ଫେରାଇ ଆଣିବା ଲାଗି ଏଭଳି ଖସଡା ପ୍ରସ୍ତୁତ କରୁଛି। ଦଳ କିନ୍ତୁ ରାଜନୈତିକ କାର୍ଯ୍ୟକ୍ରମ ଭିତରେ ଆଦୌ ନାହିଁ। ଯାହା ମୁଣ୍ଡକୁ କ୍ଷମତା ଚୌକି ନିଶା ଘାରେ, ସେମାନେ ଭାବିଚିନ୍ତି ପ୍ରସଙ୍ଗ ଗୋଟାନ୍ତେ ନାହିଁ।

ଦଳ ଭାଗ ମାପ କରୁ କରୁ ଲୋକଙ୍କ ପ୍ରସଙ୍ଗକୁ ଧୀରେ ଧୀରେ ଦୂରେଇ ଯିବା ଆରମ୍ଭ କଲାଣି। ଯେଉଁ ପ୍ରସଙ୍ଗ ଲୋକ ଚାହୁଁଛନ୍ତି, ସେ ପ୍ରସଙ୍ଗ ଏବେ ନେତାଙ୍କ ପାଖରେ ନାହିଁ। ଏବଂ ଯେଉଁ ପ୍ରସଙ୍ଗ ଲୋକ ଧରିବା ସ୍ଥିତିରେ ନାହାନ୍ତି, ତାକୁ ନେଇ ରାଜ୍ୟ ବିଜେପି ଗର୍ଜୁଛି। ସେହିଭଳି ଯେଉଁ ନେତାଙ୍କୁ ଲୋକେ ଦେଖିବାକୁ ଚାହୁଁଛନ୍ତି, ସେମାନେ ଏଜେଣ୍ଡା ଭିତରେ ନାହାନ୍ତି, ଠିକ୍ ବିପରୀତ ହେଲା, ଯିଏ ଚିତ୍କାର କଲେ ବି କିଛି ପ୍ରଭାବ ପଡିବନି, ତାଙ୍କୁ ଦଳ ସାମ୍ନାରେ ରଖି ଚାଲୁଛି। କେବଳ ସେତିକି ନୁହେଁ, ବିଜେପି ଭିତରେ ଜୋସ୍ କମିଛି, ବାହାରେ ବି। ଏହା ଯେ କୌଣସି ରାଜନୈତିକ ଦଳ ପାଇଁ ଆଦୌ ଭଲ ଲକ୍ଷଣ ନୁହେଁ। ଆଉ ଏହାର ଠୋସ୍ ପରିଣାମ ହେଲା, ୨୦୧୭ ତୁଳନାରେ ୨୦୨୦ ବେଳକୁ ବିଜେପି ଭୋଟ ବଢ଼ିଛି ସିନା, କିନ୍ତୁ ଦଳର ପ୍ରଭାବ କମିଛି, କମୁଛି।

Leave A Reply

Your email address will not be published.