ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମୌସୁମୀ ଅଧିବେଶନ ୮ ଦିନ

0

ଭୁବନେଶ୍ବର: ନା ପ୍ରଶ୍ନକାଳ ରହିବ ନା ଶୂନ୍ୟକାଳ। ଗାନ୍ଧୀଜୟନ୍ତୀକୁ ଛାଡିଦେଲେ ଆଉ କୌଣସି କାର୍ଯ୍ୟଦିବସରେ ବନ୍ଦ ରହିବ ନାହିଁ ବିଧାନସଭା।ଏମିତି ଭାବେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଆଜି ରାଜ୍ୟପାଳ ସମନ ଜାରି କରିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ମୌସୁମୀ ଅଧିବେଶନରେ ଅନେକ ଆଇନଗତ କାର୍ଯ୍ୟ ଥିବା ପରିପ୍ରେକ୍ଷୀରେ ଗୋଟିଏ ଦିନ ପାଇଁ ବେସରକାରୀ କାର୍ଯ୍ୟ ଦିବସ ରହିଛି। ଅନ୍ୟ ସବୁ ସରକାରୀ କାର୍ଯ୍ୟଦିବସ ଭାବେ ପରିଗଣିତ ହେବ। ସଂସଦ ଢାଞ୍ଚାରେ ସବୁ ବିଧାୟକଙ୍କ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ଓ ସାମାଜିକ ଦୂରତ୍ବ ଉପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜୋର ଦେଇଛନ୍ତି।

Leave A Reply

Your email address will not be published.