ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

କିଏ ନେବେ ବିଜେଡି ଛାତ୍ର ନେତୃତ୍ବ, ଜାଣନ୍ତୁ

0

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାର ଛାତ୍ର ସଂଗଠନର ପୁର୍ନବିନ୍ୟାସ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ଦଳର ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ବ୍ୟୋମକେଶ ରାୟଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଯୁବ ସଂଗଠନ ଭଳି ଏଥିରେ ମଧ୍ୟ ଜଣେ ଛାତ୍ରୀ ଇସ୍ପିତା ସାହୁଙ୍କୁ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି।

୩ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଆଯାଇଛି। ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶ ରାଜ ସ୍ବାଇଁ ଏହି ଦାୟିତ୍ବରେ ରହିବେ। ତେବେ ଏଥର ବି ଜଗତସିଂହପୁର ଓ ବାଲେଶ୍ବର ଜିଲ୍ଲାର ଛାତ୍ର ସଂଗଠନ ସଭାପତିଙ୍କ ନାମ ପ୍ରକାଶ କରାଯାଇନାହିଁ। ସମ୍ଭବତଃ ଉପନିର୍ବାଚନ କାରଣରୁ ଦଳରେ କାଳେ ମତ ପାର୍ଥକ୍ୟ ହେବ, ସେଥିଲାଗି ଏଭଳି ପଦକ୍ଷେପ ନିଆଯାଇଥାଇପାରେ ବୋଲି କୁହାଯାଉଛି।

ଏହାବ୍ୟତୀତ ବରିଷ୍ଠ ଉପସଭାପତି ଭାବେ ତିନିଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସମଗ୍ର ରାଜ୍ୟକୁ ୬ଟି ଜୋନରେ ବିଭକ୍ତ କରି ସେଠାରେ ଜଣେ ଜଣେ ଛାତ୍ର ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ୧୧ ଜଣ ଉପସଭାପତି, ୪୦ଜଣ ସାଧାରଣ ସଂପାଦକ, ୪୪ ଜଣ ସଂପାଦକ, ୩୩ ଜଣ ଯୁଗ୍ମ ସଂପାଦକଙ୍କ ନାମ ତାଲିକାରେ ରହିଛି। ୩୨ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ଛାତ୍ର ସଭାପତିଙ୍କ ନାମ ପ୍ରକାଶ ପାଇଛି।

ଏଠାରେ ଉଲ୍ଲେଖଥାଉକି, ଏଥର ରାଜ୍ୟସ୍ତରରେ ଛାତ୍ର ସଭାପତି ଭାବେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ବରଂ ଯୁବରେ ଯେଭଳି ପ୍ରଣବ ବଳବନ୍ତରାୟ ସାଧାରଣ ସଂପାଦକ ଭାବେ ରହି ଏହି ବର୍ଗକୁ ନେତୃତ୍ବ ଦେବେ, ସେହିଭଳି ବ୍ୟୋମକେଶ ରାୟ ଛାତ୍ର ସଂଗଠନ ଆଗରେ ରହି ସମୁଦାୟ ଟିମ୍‌ ପରିଚାଳନା କରିବେ।

Leave A Reply

Your email address will not be published.