ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

କରୋନା ବଦଳାଇଲା ବିଧାନସଭା କାର୍ଯ୍ୟ ତରିକା

0

ଭୁବନେଶ୍ବର: ସବୁ ବିଧାୟକ, ଷ୍ଟାଫ୍ ଓ ପିଏସ୍‌ଓମାନଙ୍କର କରୋନା ପରୀକ୍ଷା ହେବ। ଦିନକୁ ଦୁଇଟି ପର୍ଯ୍ୟାୟରେ ସାଢେ ଚାରିଘଣ୍ଟା ବସିବ ବିଧାନସଭା। ପ୍ରଶ୍ନକାଳ ହେବନାହିଁ। କିନ୍ତୁ ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।ଅପରାହ୍ନ ଅଧିବେଶନ ୩ଟାରୁ ୫ଟା ଯାଏ ଚାଲିବ।

ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଧାନସଭା ଲାଗି ଏମିତି ରଣନୀତି ଚୂଡାନ୍ତ ହୋଇଛି। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଶୋକପ୍ରସ୍ତାବ ଆଗତ କରାଯିବ ଓ ସେଦିନ ଗୃହକୁ ତା ପରେ ମୁଲତବୀ ରଖାଯିବ। ଦ୍ବିତୀୟ ଦିନରୁ ବିଧାନସଭା ସାଢେ ଦଶଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ ଓ ପରେ ମଧ୍ୟାହ୍ନ ଭୋଜନ କରାଯିବ।

ବିଧାନସଭାରେ ୧୪୫ ଜଣ ବିଧାୟକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ତଳମହଲାରେ ବାଚସ୍ପତି ଗ୍ୟାଲେରି ଓ ଦର୍ଶକ ଗ୍ୟାଲେରିରେ ବିଧାୟକ ବି ବସିବେ। ସମସ୍ତେ ବସିକି ସଂସଦୀୟ ଶୈଳୀରେ ପ୍ରଶ୍ନ ପଚାରି ପାରିବେ ଓ ମନ୍ତ୍ରୀମାନେ ବି ସେମିତି ଉତ୍ତର ଦେବେ। ଯେଉଁମାନେ ବିଧାନସଭା ଆସିପାରିବେ ନାହିଁ, ସେମାନଙ୍କୁ ଆଗତୁରା ଲେଖିକି ଦେବାକୁ ହେବ। ଆସନ୍ତାକାଲି ସକାଳୁ ଅର୍ଥାତ୍ ଶନିବାର କୋଭିଡ୍ ପରୀକ୍ଷା ଆରମ୍ଭ ହେବ ବୋଲି ବାଚସ୍ପତି କହିଛନ୍ତି।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ  ବସିଥିବା  ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ।

Leave A Reply

Your email address will not be published.