ପ୍ରମୁଖ ଖବର

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି

କରୋନା ବେଳେ ବି ସଫଳ କିଡ୍‌ନି ପ୍ରତ୍ୟାରୋପଣ କଲା ସମ୍ ଅଲ୍‌ଟିମେଟ୍

0

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଆସୁଛି
ସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍‌ରେ ଦୁଇଟି କିଡ୍‌ନି ପ୍ରତ୍ୟାରୋପଣ
ସଫଳତାର ସହ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଉଭୟ ରୋଗୀ ଜଟିଳ କିଡ୍‌ନି ରୋଗର ପଞ୍ଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା। ସମସ୍ତ କୋଭିଡ-୧୯ ସଂକ୍ରାନ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ
କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି।

ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା
ବେଳେ ସର୍ଜରି ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି। ସିନିୟର ୟୁରୋଲୋଜିଷ୍ଟ ଓ କିଡ୍‌ନି
ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ
ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‌ନି
ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ। ଏହି ଟିମ୍‌କୁ ନର୍ସିଂ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସଂଯୋଜକ ସମସ୍ତ ସହଯୋଗ କରିଥିଲେ।

ସମ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଯାହାକି ପ୍ରତ୍ୟାରୋପଣ ସର୍ଜରି ନିମନ୍ତେ ସ୍ୱତନ୍ତ୍ର ମୋଡୁଲାର୍‌
ଅପରେସନ୍ ଥିଏଟର୍ ପ୍ରସ୍ତୃତ କରିଛନ୍ତି। ଆନ୍ତର୍ଜାତୀକ ନିୟମ ଏବଂ ସୁଲଭ ମୂଲ୍ୟରେ ପ୍ରତ୍ୟାରୋପଣ କାର୍ଯ୍ୟ
ଏବଂ ଉନ୍ନତ ଧରଣର ରୋଗୀ ସେବା ଯୋଗାଇଦେବା ସମ୍‌ର ଲକ୍ଷ୍ୟ। ସମ୍‌ରେ ପ୍ରତ୍ୟାରୋପଣ ଅପରେସନ୍ ଥିଏଟର୍ ଏବଂ ଆଇସିୟୁ ପରସ୍ପରର ଅତି ନିକଟରେ ରହିଛି ଯାହା ଦ୍ୱାରା କି ପ୍ରତ୍ୟାରୋପଣ ୟୁନିଟ୍‌କୁ ଏକ ସମ୍ପୂର୍ଣ୍ଣ ଓ ସ୍ୱତନ୍ତ୍ର ଜୋନ୍‌ରେ ପରିଣତ କରାଯାଇପାରିଛି ।

Leave A Reply

Your email address will not be published.