ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

କରୋନା ବେଳେ ବି ସଫଳ କିଡ୍‌ନି ପ୍ରତ୍ୟାରୋପଣ କଲା ସମ୍ ଅଲ୍‌ଟିମେଟ୍

0

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଆସୁଛି
ସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍‌ରେ ଦୁଇଟି କିଡ୍‌ନି ପ୍ରତ୍ୟାରୋପଣ
ସଫଳତାର ସହ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଉଭୟ ରୋଗୀ ଜଟିଳ କିଡ୍‌ନି ରୋଗର ପଞ୍ଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା। ସମସ୍ତ କୋଭିଡ-୧୯ ସଂକ୍ରାନ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ
କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି।

ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା
ବେଳେ ସର୍ଜରି ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି। ସିନିୟର ୟୁରୋଲୋଜିଷ୍ଟ ଓ କିଡ୍‌ନି
ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ
ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‌ନି
ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ। ଏହି ଟିମ୍‌କୁ ନର୍ସିଂ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସଂଯୋଜକ ସମସ୍ତ ସହଯୋଗ କରିଥିଲେ।

ସମ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଯାହାକି ପ୍ରତ୍ୟାରୋପଣ ସର୍ଜରି ନିମନ୍ତେ ସ୍ୱତନ୍ତ୍ର ମୋଡୁଲାର୍‌
ଅପରେସନ୍ ଥିଏଟର୍ ପ୍ରସ୍ତୃତ କରିଛନ୍ତି। ଆନ୍ତର୍ଜାତୀକ ନିୟମ ଏବଂ ସୁଲଭ ମୂଲ୍ୟରେ ପ୍ରତ୍ୟାରୋପଣ କାର୍ଯ୍ୟ
ଏବଂ ଉନ୍ନତ ଧରଣର ରୋଗୀ ସେବା ଯୋଗାଇଦେବା ସମ୍‌ର ଲକ୍ଷ୍ୟ। ସମ୍‌ରେ ପ୍ରତ୍ୟାରୋପଣ ଅପରେସନ୍ ଥିଏଟର୍ ଏବଂ ଆଇସିୟୁ ପରସ୍ପରର ଅତି ନିକଟରେ ରହିଛି ଯାହା ଦ୍ୱାରା କି ପ୍ରତ୍ୟାରୋପଣ ୟୁନିଟ୍‌କୁ ଏକ ସମ୍ପୂର୍ଣ୍ଣ ଓ ସ୍ୱତନ୍ତ୍ର ଜୋନ୍‌ରେ ପରିଣତ କରାଯାଇପାରିଛି ।

Leave A Reply

Your email address will not be published.