ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

କିଏ ନେବେ ବିଜେଡି ଛାତ୍ର ନେତୃତ୍ବ, ଜାଣନ୍ତୁ

0

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାର ଛାତ୍ର ସଂଗଠନର ପୁର୍ନବିନ୍ୟାସ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ଦଳର ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ବ୍ୟୋମକେଶ ରାୟଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଯୁବ ସଂଗଠନ ଭଳି ଏଥିରେ ମଧ୍ୟ ଜଣେ ଛାତ୍ରୀ ଇସ୍ପିତା ସାହୁଙ୍କୁ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି।

୩ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଆଯାଇଛି। ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶ ରାଜ ସ୍ବାଇଁ ଏହି ଦାୟିତ୍ବରେ ରହିବେ। ତେବେ ଏଥର ବି ଜଗତସିଂହପୁର ଓ ବାଲେଶ୍ବର ଜିଲ୍ଲାର ଛାତ୍ର ସଂଗଠନ ସଭାପତିଙ୍କ ନାମ ପ୍ରକାଶ କରାଯାଇନାହିଁ। ସମ୍ଭବତଃ ଉପନିର୍ବାଚନ କାରଣରୁ ଦଳରେ କାଳେ ମତ ପାର୍ଥକ୍ୟ ହେବ, ସେଥିଲାଗି ଏଭଳି ପଦକ୍ଷେପ ନିଆଯାଇଥାଇପାରେ ବୋଲି କୁହାଯାଉଛି।

ଏହାବ୍ୟତୀତ ବରିଷ୍ଠ ଉପସଭାପତି ଭାବେ ତିନିଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସମଗ୍ର ରାଜ୍ୟକୁ ୬ଟି ଜୋନରେ ବିଭକ୍ତ କରି ସେଠାରେ ଜଣେ ଜଣେ ଛାତ୍ର ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ୧୧ ଜଣ ଉପସଭାପତି, ୪୦ଜଣ ସାଧାରଣ ସଂପାଦକ, ୪୪ ଜଣ ସଂପାଦକ, ୩୩ ଜଣ ଯୁଗ୍ମ ସଂପାଦକଙ୍କ ନାମ ତାଲିକାରେ ରହିଛି। ୩୨ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ଛାତ୍ର ସଭାପତିଙ୍କ ନାମ ପ୍ରକାଶ ପାଇଛି।

ଏଠାରେ ଉଲ୍ଲେଖଥାଉକି, ଏଥର ରାଜ୍ୟସ୍ତରରେ ଛାତ୍ର ସଭାପତି ଭାବେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ବରଂ ଯୁବରେ ଯେଭଳି ପ୍ରଣବ ବଳବନ୍ତରାୟ ସାଧାରଣ ସଂପାଦକ ଭାବେ ରହି ଏହି ବର୍ଗକୁ ନେତୃତ୍ବ ଦେବେ, ସେହିଭଳି ବ୍ୟୋମକେଶ ରାୟ ଛାତ୍ର ସଂଗଠନ ଆଗରେ ରହି ସମୁଦାୟ ଟିମ୍‌ ପରିଚାଳନା କରିବେ।

Leave A Reply

Your email address will not be published.