ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଉ ପାଦେ

0
  • ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ୭ ତାରିଖ ଯାଏ ଚାଲିବ
  • ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜଙ୍କ ସମେତ ୧୮ଜଣଙ୍କ ପାଇଁ ଶୋକ ପ୍ରସ୍ତାବ
  • ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପାଇଁ ବିଧାନସଭାରେ ଶୋକ ପ୍ରସ୍ତାବ ଆସିଲା
  • ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂରେ ବିଧାନସଭାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଭଳି କଠିନ ପରିସ୍ଥିତିର ମୁକାବିଲା ସମୟରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଘଟଣା ରାଜ୍ୟରେ ଲକ୍ଷାଧିକ କରୋନା ଯୋଦ୍ଧାଙ୍କ ମନୋବଳ ଅବଶ୍ୟ ବଢାଇବ। ରାଜ୍ୟ ସରକାର ସେମାନଙ୍କୁ ସମ୍ମାନ ଦେଖାରେ ଯଥେଷ୍ଟ ଗୁରୁତ୍ବ ଦେଇଥିବା ଏହି ଘଟଣା ସୂଚାଉଛି।

କୋଭିଡ୍ କଟକଣା ଭିତରେ ଆଜିଠାରୁ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ୭ ତାରିଖ ଦିନ ଯାଏ ଚାଲିବ। ଏହି ସମୟ ପାଇଁ ହୋଇଥିବା ନମୁନା ପରୀକ୍ଷାରେ ବି ୧୯ଜଣ ବିଧାୟକ ସଂକ୍ରମିତ ଥିବା ଜଣାପଡିଛି, ଯେଉଁମାନଙ୍କ ଭିତରେ ଉପବାଚସ୍ପତି ରଜନୀ ସିଂହ ବି ଅଛନ୍ତି। ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଯୋଗେ ବିଧାନସଭା କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ।

ବିଜେଡି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡିଶାବାସୀଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା କରୋନା ଯୋଦ୍ଧାଙ୍କ ପାଇଁ ଆମେ ଗର୍ବିତ ଏବଂ ସେହି ହିରୋମାନଙ୍କ ବଳିଦାନକୁ ଆମେ ସାଲ୍ୟୁଟ କରୁଛୁ । ଆମ ସହିତ ରହି ଏଭଳି ଏକ ଅପ୍ରତ୍ୟାଶିତ ମହାମାରୀକୁ ସାମ୍ନା କରୁଥିବା ସାଢେ ୪କୋଟି ଓଡିଶାବାସୀ ବି ଧନ୍ୟବାଦର ପାତ୍ର। ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ମାସେ ବ୍ୟାପି ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ସାମାଜିକ ଦୂରତା ସହିତ ଅନ୍ୟାନ୍ୟ କୋଭିଡ ନିୟମ ସଂକ୍ରାନ୍ତରେ ସଚେତନ କରିବା ଲାଗି ବି ସୂଚାଇଥିଲେ।

ଏହା ପୂର୍ବରୁ ନବୀନ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁକୁ ସହିଦ ଭଳି ସମ୍ମାନ ଦିଆଯିବ ବୋଲି ଘୋଷଣା କରିବା ସହିତ ସେମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା, ଚାକିରି ଥିବା ପର୍ଯ୍ୟନ୍ତ ପରିବାରକୁ ଦରମା ସୁବିଧା ଭଳି ଅନେକ ଘୋଷଣା କରିଥିଲେ। ଏଇଥିପାଇଁ ଯେ ଗତ ୮ମାସ ଧରି ସେମାନେ ନିରବଚ୍ଛିନ୍ନ ଭାବେ ସାଧାରଣ ଲୋକଙ୍କ ଜୀବନ ପାଇଁ ନିଜକୁ ଓ ନିଜ ପରିବାରକୁ ଉତ୍ସର୍ଗ କରିଛନ୍ତି। ରାଜ୍ୟ ସରକାରଙ୍କ ନୀତି ଯେତିକି ବଡ଼ ଭୂମିକା ଗ୍ରହଣ କରୁଛି, କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠା ରାଜ୍ୟରେ କରୋନା ସଂକ୍ରମଣ ଜନିତ ମୃତ୍ୟୁକୁ ନିୟନ୍ତ୍ରଣରେ ରଖିବାରେ ତା ଠାରୁ ଅଧିକ ପ୍ରଭାବୀ ହୋଇଛି।

ଏଠାରେ ଉଲ୍ଲେଖଥାଉକି, ଆଜି ମୁଖ୍ୟମନ୍ତ୍ରୀ ଆଣିଥିବା ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ସମର୍ଥନ କରିବା ପରେ ପାରିତ ହୋଇଥିଲା। ଏହାବ୍ୟତୀତ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଏ ଗୃହରେ ବିଧାୟକ ଥିବା ମଦନ ମୋହନ ଦତ୍ତ, ବିଷ୍ଣୁ ପ୍ରସାଦ ଦାସ ଏବଂ ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ର, ସହରାଇ ଓରାମ, ସନାତନ ବିଶି, ସେକ୍ ମତଲୁବ୍ ଅଲ୍ଲୀ, ପୂର୍ବତନ ବିଧାୟକ ଅର୍ଜୁନ ସେଠୀ, ନେଲସନ୍ ସୋରେଙ୍ଗ, ରାମମୂର୍ତି ମୁଟ୍ଟିକା, ରବୀନ୍ଦ୍ର ନାଥ ଭୋଇ, ଅଭିମନ୍ୟୁ କୁମାର, ଚିନ୍ତାମଣି ଜେନାଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହୋଇଥିଲା। ସେହିଭଳି ଭାରତୀୟ ସେନା ବାହିନୀର ପୂର୍ବତନ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ନାଏକ ସୁବେଦାର ନୁତୁରାମ ସୋରେନ୍, ଓଡ଼ିଶା ପୁଲିସର ପୂର୍ବତନ କମାଣ୍ଡୋ ସୁଧୀର ଟୁଡୁ, ଦେବାଶିଷ ସେଠୀ, ପୂର୍ବତନ ହୋମଗାର୍ଡ ବନବାସୀ ମହାରାଣାଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଥିଲା।

Leave A Reply

Your email address will not be published.