ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଲେଖାଯାଉ: ଧର୍ମେନ୍ଦ୍ର

0
  • ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି , ଶାସ୍ତ୍ରୀଜୀଙ୍କୁ ବି ମନେ ପକାଇଲେ
  • ଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର ପାଇଁ ସଂକଳ୍ପ କରିବାକୁ
  • ମହତାବଙ୍କ ଇଞ୍ଚୁଡ଼ି ଠାରେ ଆନ୍ଦୋଳନ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇଥିଲା
  • ଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ଆଦର୍ଶ, ଚିନ୍ତନ, ନୀତିଶିକ୍ଷାର ପ୍ରଚାର କରାଯିବା ଦରକାର

ଭୁବନେଶ୍ବର: ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସକଳ୍ପ କରିବା ଦରକାର ବୋଲି ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଅବସରରେ ‘ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ’ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଡା. ହରେକୃଷ୍ଣ ମହତାବ ବାଲେଶ୍ୱରର ଇଞ୍ଚୁଡ଼ି ଠାରେ
ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଗାନ୍ଧୀଜୀଙ୍କ ଦାଣ୍ଡି ଆନ୍ଦୋଳନ ପରେ ଏହା ଦ୍ୱିତୀୟ ବୃହତ୍ତମ
ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇପାରିଥିଲା। ସେହିପରି ଇରମରେ ସ୍ୱାଧୀନତା ସଂଗ୍ରାମୀଙ୍କ
ବଳିଦାନ, ତାଳଚେରରେ ପ୍ରଜା ଆନ୍ଦୋଳନ, ଦେଶ ପାଇଁ ଶହୀଦ ହୋଇଥିବା ବାଜି ରାଉତଙ୍କ ବଳିଦାନ
ଆଜି ମଧ୍ୟ ପ୍ରାସଙ୍ଗିକତା ରଖିଛି। ଏହାସହ ଭାରତୀୟ ବିଚାରରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ
ଗୌରବ ମଧୁସୂଦନ ଦାସ ଓ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ, ଲକ୍ଷ୍ମଣ ନାୟକ, ଚକରା
ବିଶୋଇ, ଡୋରା ବିଶୋଇଙ୍କ ରାଜ୍ୟ ଓ ଦେଶ ପାଇଁ ସେବା ଏବଂ ଅବଦାନ ଥିଲା ଅତୁଳନୀୟ।

ଶ୍ରୀ ପ୍ରଧାନ କହିଛନ୍ତି ମହାତ୍ମା ଗାନ୍ଧୀ ଗାନ୍ଧୀ ତାଙ୍କ ଜନଚେତନାର ପ୍ରୟାସରେ ଭାରତୀୟତାକୁ ମହତ୍ୱ ଦେଇଥିଲେ। ସେ ସମୟରେ ସ୍ୱାବଲମ୍ବନ, ଆତ୍ମନିର୍ଭର ହେବାକୁ କହି ଗାନ୍ଧିଜୀ ଜଣେ ବୈଷୟିକ ଦିଗଦର୍ଶନ
ଦେବାର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ବିଶ୍ୱରେ ଭାରତୀୟତାର ମୂଲ୍ୟବୋଧକୁ ସ୍ଥାପନ କରିବାରେ
କରିବାରେ ଗାନ୍ଧୀଜୀ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

୨୦୨୨କୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବ ବୋଲି ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଆଜିର ଏକବିଂଶ ଶତାବ୍ଦୀରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ଚିନ୍ତନ, ନୀତିଶିକ୍ଷାର ପ୍ରଚାର ପ୍ରସାର କରିବା ପାଇଁ ଆମକୁ ଅଧିକ ଦାୟିତ୍ୱ ନେବା ପାଇଁ ପଡ଼ିବ ଏବଂ ଏହାକୁ ଆଧାର କରି ଓଡିଶାର ମୂଳ ବିଷୟ ଏବଂ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବାକୁ ପଡିବ।

ଏହି ଅବସରରେ ଶ୍ରୀ ପ୍ରଧାନ କୃଷି ଆଧାରିତ ଅର୍ଥନୀତିର ଦେଶ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ
ଅଦମ୍ୟ ପ୍ରଚେଷ୍ଟା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ
ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସମୟରେ ଶାସ୍ତ୍ରୀଜୀ ଜୟ ଜବାନ ଓ ଜୟ କିଷାନର
ନାରା ଦେଇ ଲୋକଙ୍କୁ ସ୍ୱାବଲମ୍ବୀ କରିବାର ମହତ ବାର୍ତା ଦେଇଥିଲେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଭୁବନେଶ୍ୱର ଠାରେ ସତ୍ୟନିଷ୍ଠା, ସାଧୁତା, କରୁଣା ତଥା ମାନବିକତାର ଅନନ୍ୟ ମୂର୍ତ୍ତିମନ୍ତ ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପୂଜ୍ୟ ବାପୁଙ୍କ ନୀତିଶିକ୍ଷା, ଆଦର୍ଶ ଓ ବିଚାର ଆଜି ମଧ୍ୟ ମାନବଜାତି ପାଇଁ ପ୍ରାସଙ୍ଗିକତା ହୋଇଛି ଶ୍ରୀ ପ୍ରଧାନ କହିଥିଲେ।

Leave A Reply

Your email address will not be published.