ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପ୍ଲାଜ୍‌ମା ଦାନ କଲେ କେନ୍ଦ୍ରମନ୍ତ୍ରୀ

0

ଭୁବନେଶ୍ୱର/କଟକ: କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ବେଚ୍ଛାକୃତ ଭାବେ କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏଥିପାଇଁ ସମସ୍ତଙ୍କୁ ଆଗେଇବା ଆସିବା ସହ ପ୍ଲାଜମା ଦାନ କରିବା ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଓଡିଶାକୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ପ୍ଲାଜମା ଦାନ କରିବା ପାଇଁ ମନରେ ଇଚ୍ଛା ଥିଲା । ଆଜି ଏହି ଆଶା ପୂରଣ ହୋଇଛି । ମୁଁ ଦେଇଥିବା ପ୍ଲାଜମା ରାଜ୍ୟର ଯେକୌଣସି କରୋନା ସଂକ୍ରମିତଙ୍କ କାମରେ ଆସିପାରିଲେ, ଏହା ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ।

Leave A Reply

Your email address will not be published.