ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ତିର୍ତ୍ତୋଲ ଟିମ୍ ଘୋଷଣା କଲା କଂଗ୍ରେସ

0

ଭୁବନେଶ୍ୱର: ଆଗାମୀ ତିର୍ତ୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି।। ରଘନାଥପୁର ବ୍ଲକ ନିମନ୍ତେ ଗୁରୁପଦ ନନ୍ଦ ଓ ମାନସ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିରିଡି ବ୍ଲକ ପାଇଁ ବନ୍ଦିତା ପରିଡା ଓ ଗଣେଶ୍ୱର ବେହେରାଙ୍କୁ ଏବଂ ତିର୍ତ୍ତୋଲ ବ୍ଲକ ପାଇଁ ଅମରନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି ଓ ଅରିନ୍ଦମ ସର୍କେଲଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।

ସେହିପରି ଶ୍ରୀ ପଟ୍ଟନାୟକ ଉପନିର୍ବାଚନରେ ଦଳୀୟ ପ୍ରଚାର କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ କଂଗ୍ରେସ ନେତୃବୃନ୍ଦଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଏହି ନେତୃବୃନ୍ଦ ମାନେ ହେଲେ କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଓ ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଂଟିଆ, ରଞ୍ଜିବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍‌, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥି ଗମାଙ୍ଗ, ସି.ଏସ୍‌. ରାଜନ ଏକ୍କା, ଗଣେଶ୍ୱର ବେହେରା, ଅମରନାଥ ପ୍ରଧାନ, ଶରତ ରାଉତ, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା।

ଏମାନଙ୍କ ବ୍ୟତୀତ ଚିନ୍ମୟ ପ୍ରସାଦ ବେହୁରା, ସଂଗ୍ରାମ କେଶରୀ ଜେନା, ବିଶ୍ୱରଂଜନ ମହାନ୍ତି, ସତ୍ୟପ୍ରକାଶ ନାୟକ, ବନ୍ଦିତା ପରିଡା, ସ୍ମୃତିରେଖା ପହି, ଉମେଶ ଜେନା, ନଳିନୀ ସ୍ୱାଇଁ, ମନିଷା ତ୍ରିପାଠୀ, ଶୁଭଶ୍ରୀ ପଣ୍ଡା, ଦେବ ପ୍ରସାଦ ନାୟକ, ମନୋଜ ବିଶ୍ୱାଳ, ସ୍ମୃତିରଂଜନ ଲେଙ୍କା, ଶୁଭେନ୍ଦୁ ମହାନ୍ତି, ମାନସ ଚୌଧୁରୀ, ଅରିନ୍ଦମ ସର୍କେଲ, ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ପ୍ରଫୁଲ୍ଲ ଦାସ, ଅଭିଷେକ ମହାନନ୍ଦ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଭୂଷଣ ଦାସ, ନିଶିକାନ୍ତ ମିଶ୍ର, ଅନନ୍ତ ପ୍ରସାଦ ସେଠୀ, ସସ୍ମିତା ବେହେରା, ଲଲାଟେନ୍ଦୁ ମହାପାତ୍ର, ଅଜିତ୍ କୁମାର ମଙ୍ଗରାଜ, ସୁଦର୍ଶନ ଦାସ, ନାରାୟଣ ପ୍ରସାଦ ଜେନା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜର୍ଜ ତିର୍କୀ, ଜ୍ଞାନଦେବ ବେଉରା ଓ ଆକାଶ ଭୂୟାଁ ପ୍ରମୁଖ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.