ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବାଲେଶ୍ବର ମୂଲଚାଲ ପଛରେ କିଏ?

0
  • ନିର୍ବାଚନ ଠାରୁ ଟିକେଟ୍ ରାଜନୀତି ବଢିଗଲା
  • ଅନ୍ୟମାନେ ଫାଇଦା ନେବା ସମ୍ଭାବନା ଅଧିକ
  • ପ୍ରାର୍ଥୀ ବଦଳିଲେ ନବୀନଙ୍କୁ ଝଟ୍‌କା ଲାଗିବ
  • ରବି ଜେନା ସବୁଦିନ ପାଇଁ ଗୁରୁତ୍ବ ହରାଇଲେ

ଭୁବନେଶ୍ବର: ଦୀର୍ଘ ବର୍ଷ ବ୍ୟବଧାନରେ ପରେ ବିଜୁ ଜନତା ଦଳରେ ମୂଲଚାଲ ରାଜନୀତି ଦେଖିବାକୁ ମିଳିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ବିରୋଧରେ ବାଲେଶ୍ବରରୁ ସ୍ବର ଉଠିବା ଘଟଣାକୁ ରାଜନୈତିକ ତଥ୍ୟାଭିଜ୍ଞ ମହଲ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ବାଲେଶ୍ବର ସଦର ଆସନ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ସ୍ବରୂପ ଦାସଙ୍କ ନାମ ଘୋଷଣା ପରେ ଗତ ୨୪ ଘଣ୍ଟା ଧରି ଏହାକୁ ନେଇ ସ୍ଥାନୀୟ ବିଜେଡି ନେତା ବିଦ୍ରୋହ ଚଳାଇଛନ୍ତି। କିଏ କହୁଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀ, ଆଉ କିଏ କହୁଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାଷିନୀ ଜେନାଙ୍କୁ ସ୍ବାଧୀନ ପ୍ରାର୍ଥୀ କରାଯିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପରିସ୍ଥିତିରେ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବେ ନାହିଁ ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ। ଏପରିକି ଗତକାଲି ରାତିରେ ହିଁ ପ୍ରାର୍ଥୀ ସ୍ବରୂପ ଦାସଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ଓ ବିଜେଡି ସେଠାରେ ଜିତିବା ପାଇଁ ଲଢୁଥିବା ସ୍ପଷ୍ଟ କରିଦେଇଛନ୍ତି। ଦୃଢତାର ସହିତ ନିର୍ବାଚନ ଲଢିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ ପ୍ରମୁଖ ନିଜ ନିଜ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି। ଘଟଣାଟି ଅତି ସଙ୍ଗିନ ସ୍ଥିତିରେ ରହିଛି। ଏପଟେ ବିଜେଡି ତୁଙ୍ଗ ନେତା ଓ ଶୀର୍ଷସ୍ତରରେ ବି ବାଲେଶ୍ବରକୁ ନେଇ ଘନ ଘନ ବୈଠକ ଜାରି ରହିଛି। ଏହାର କିଭଳି ପରିସମାପ୍ତି ଘଟୁଛି, ତାହାକୁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି।

ବିଜେଡି ରାଜନୀତି ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ଅଳ୍ପ କିଛି ନେତାଙ୍କୁ ଛାଡିଦେଲେ ଅନ୍ୟମାନେ ବିଜେଡି ଚିହ୍ନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରାରେ ଜିତି ଆସୁଛନ୍ତି। ସରକାର ପାଞ୍ଚଥର ହେବା ପଛରେ ହିଁ ଏକମାତ୍ର ମୁଖ୍ୟମନ୍ତ୍ରୀ ଦାୟୀ। ଏହା ବାଦ୍ ଦୁଇ ତୃତୀୟାଂଶ ନେତାଙ୍କର କୌଣସି ବିଶେଷ ପ୍ରଭାବ ସେମାନଙ୍କର ନିର୍ବାଚନମଣ୍ଡଳୀରେ ନାହିଁ। ଏକଥା ବିଜେପୁରରେ ହୋଇଥିବା ଦୁଇ ଦୁଇଟି ଉପନିର୍ବାଚନରୁ ସ୍ପଷ୍ଟ ସଙ୍କେତ ମିଳିଛି। ପ୍ରମିଳା ବିଷୋଇଙ୍କୁ ସଂସଦକୁ ପଠାଇବା ଠାରୁ ଆରମ୍ଭ କରି ପ୍ରତି ନିର୍ବାଚନରେ ୪୦ରୁ ଅଧିକ ନେତାଙ୍କ ଟିକେଟ୍ ପରିବର୍ତ୍ତନ କରି ନବୀନ ସ୍ପଷ୍ଟ କରିସାରିଛନ୍ତି ଯେ ତାଙ୍କ ଛଡ଼ା ବିଜେଡିର ଆଉ କିଛି ସମ୍ବଳ ନାହିଁ। ସାଧାରଣରେ ମଧ୍ୟ ଭୋଟ ବ୍ୟାଙ୍କ କେବଳ ବିଜେଡି ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ନାମରେ ରହିଥିବା ଭଳି ବିଶ୍ବାସ ରହିଛି, ବିଶେଷକରି ମହିଳା ଭୋଟ୍।

ଏପରିସ୍ଥଳେ ବାଲେଶ୍ବର ଉପନିର୍ବାଚନ କ୍ଷେତ୍ରରେ ବାରମ୍ବାର ବୈଠକ କରି ଦଳ ଗୋଟିଏ ନିଷ୍ପତ୍ତି ନେବା ପରେ ଯେଉଁଭଳି ଅଶାନ୍ତି ଦେଖାଗଲା, ତାହା ବିଜେପି ଓ କଂଗ୍ରେସର ସାହସ ବଢାଇ ଦେଇଛି ଓ ବିଜେଡିର ଅସନ୍ତୁଷ୍ଟ ଥିବା ନେତାଙ୍କୁ ଖୁସି କରିଛି। ଉପନିର୍ବାଚନ ଠାରୁ ଟିକେଟ୍ ରାଜନୀତିର ତାତି ବଢିଗଲାଣି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଟିକେଟ୍ ରାଜନୀତି ପଛରେ ଏକ ବଡ଼ ଧରଣର ସଙ୍କେତ ଲକ୍ଷ୍ୟ ରଖୁଛନ୍ତି। ଏହି ମହଲର ମତ ହେଉଛି, ପୂର୍ବତନ ସାଂସଦ ରବି ଜେନା କାହା ଇସାରାରେ ଏଭଳି କରୁଛନ୍ତି ନା ଏହା ପଛରେ ଆଉ କିଛି ସମୀକରଣ କାର୍ଯ୍ୟ କରୁଛି, ତାହା ଏବେ ଅନୁଧ୍ୟାନ କରାଯିବା ଦରକାର। କାରଣ ନିର୍ବାଚନ ବିଜେଡି ଜିିତିବା ବା ହାରିବା ଯେତିକି ଗୁରୁତର ପ୍ରସଙ୍ଗ ନୁହେଁ, ତା ଠାରୁ ବଡ଼ କଥା ହେଲା, ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ରବୀନ୍ଦ୍ର। ବିଜେଡିରେ ଏତେ ଅଧିକ ସଂଖ୍ୟକ ଆସନ ଅଛି ଯେ ଏହି ଦୁଇଟି ଆସନରେ କିଛି ବି ଫରକ ପଡିବାର ନାହିଁ। ଅନ୍ୟ ଦଳ ହାତେଇ ନେଲେ ବି କୌଣସି ପ୍ରଭାବ ପଡିବନାହିଁ, କାରଣ ବାଲେଶ୍ବର ଆସନ ଏମିତିରେ ବି ବିଜେଡିର ମଧ୍ୟ ନଥିଲା।

ବିଜେଡିରେ ରବୀନ୍ଦ୍ର ନିଜର ଆଉ ଭବିଷ୍ୟତ ଦେଖିନପାରି ଏଭଳି ପଦକ୍ଷେପ ନେଲେ କି? ରବୀନ୍ଦ୍ର କଣ ବିଜେଡିର ତୁଙ୍ଗ ନେତାଙ୍କ ସହିତ ଆଉ ଭଲ ସଂପର୍କରେ ନାହାନ୍ତି କି? ଆଗକୁ ବାଲେଶ୍ବର ରାଜନୀତିରେ କିଛି ଗୋଟିଏ ବଡ଼ ପରିବର୍ତ୍ତନର ଆଭାସ ପାଇ ଆଗୁଆ ଏଭଳି ପଦକ୍ଷେପ ନେଲେ କି? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲକୁ ଆନ୍ଦୋଳିତ କରୁଛି।

ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା, ଏତେ ବଡ଼ ଅସନ୍ତୋଷ ସେଠାରେ ରହିଛି, ଏକଥା ବାଲେଶ୍ବର ଦାୟିତ୍ବରେ ଥିବା ନେତାମାନେ ଜାଣିପାରିଲେନି କେମିତି? ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ବିରୋଧ କରିବାର ପ୍ରକ୍ରିୟା ଆରମ୍ଭ କରି କୌଣସି ଷଡ଼ଯନ୍ତ୍ରକାରୀ ବିଜେଡିକୁ ଦୁର୍ବଳ କରିବାକୁ ଚାହିଁନାହାନ୍ତି ତ? ସେମାନଙ୍କୁ ବିଜେଡି ଚିହ୍ନଟ କଲେଣି କି?

ଏଠାରେ ଉଲ୍ଲେଖଥାଉକି, ସ୍ବରୂପ ଦାସଙ୍କ ପ୍ରାର୍ଥିତ୍ବକୁ ଯଦି ବିଜେଡି ଚାପରେ ପଡି ବଦଳାଇଲା ତେବେ ନବୀନ ପଟ୍ଟନାୟକଙ୍କ ପତିଆରା ସଙ୍କଟରେ ପଡିବ। ଅତୀତରେ ସରକାରରେ ମଧ୍ୟ ନବୀନଙ୍କ ନିଷ୍ପତ୍ତିକୁ ଯିଏ ଚ୍ୟାଲେଞ୍ଜ କରିଛି ସେ ଘୋର କ୍ଷତି ସହିଛି। ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାତ କରିଛନ୍ତି। ପଞ୍ଚାନନ କାନୁନଗୋ, ରାମକୃଷ୍ଣ ପଟ୍ଟନାୟକଙ୍କ ଠାରୁ ଅନେକ ନେତାଙ୍କ କ୍ଷେତ୍ରରେ ଏ ସଂକ୍ରାନ୍ତ ଉଦାହରଣ ରହିଛି। ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ଅତ୍ୟନ୍ତ କ୍ଷମତାଶାଳୀ ନେତା ବି କିଛି କରିପାରିନାହାନ୍ତି। ନିକଟରେ ଏକଦା ନିଜ ଗଡ ବୋଲି କହୁଥିବା ଏରସମାରେ ଡାକ୍ତର ଦାମୋଦର ରାଉତ ନିଜର ଅସ୍ତିତ୍ବ ରଖିପାରିନାହାନ୍ତି।

ଅନ୍ୟପକ୍ଷରେ ରବୀନ୍ଦ୍ର ଯଦି ଦଳରେ ରହିବେ, ତେବେ ସବୁଦିନ ପାଇଁ ଗ୍ରହଣୀୟତା ହରାଇବେ। ଦଳ ଛାଡିଲେ ବି ଲୋକମାନେ ଯେ ତାଙ୍କ ସହିତ ଯିବେ ଏକଥା ଏବେଠାରୁ ଆକଳନ କରିବା ମୁସ୍କିଲ୍। ଆଉ ଯଦି ଚାପରେ ପଡି ବିଜେଡି ରବୀନ୍ଦ୍ରଙ୍କୁ ପ୍ରାର୍ଥୀ କରେ, ତେବେ ଏହା ଦଳକୁ କେତେ ଲାଭ ଦେବ, ତାହା ଅଲଗା କଥା, ନବୀନଙ୍କ ନିଷ୍ପତ୍ତି ଉପରେ ନିଜେ ବିଜେଡି ପ୍ରଶ୍ନଚିହ୍ନ ଲଗାଇ ଅନ୍ୟମାନଙ୍କୁ ଏଭଳି ପଦକ୍ଷେପ ନେବା ଲାଗି ସାହସ ଦେବା ବି ବିଚିତ୍ର ନୁହେଁ।

Leave A Reply

Your email address will not be published.