ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ସୁସ୍ଥ ହୃଦୟ ପାଇଁ ୧୦ ଟି ନିୟମ

0

୧.ସ୍ବାସ୍ଥ୍ୟକର ଖାଦ୍ୟ-ହୃଦୟକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ପାନୀୟକୁ ସଜାଡନ୍ତୁ। ଆପଣ କଣ ଖାଉଛନ୍ତି ଓ କେତେବେଳେ ଖାଉଛନ୍ତି ଉଭୟ ଗୁରୁତ୍ବପୂର୍ଣ୍ଣ। ଫଳ ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ସହ ସାମାନ୍ୟ ତେଲେ ବା ଘିଅ ଖାଆନ୍ତୁ।

୨.ଓଜନ -ମେଦ ଓ ଓଜନ ସବୁ ପ୍ରକାର ହୃଦ ରୋଗ ,ରକ୍ତଚାପ ଏବଂ ଡାଇବେଟିସର ବିପଦ ବଢ଼ାଏ। ତେଣୁ ଓଜନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟ ଓ ପରିଶ୍ରମ ଉପରେ ଧ୍ୟାନ ଦେଇ ଓଜନ କମାଇ ହେବ।

୩.ବ୍ୟାୟାମ – ଦୈନିକ ଅଧଘଣ୍ଟା ଏରୋବିକ ଏକ୍ସସରସାଇଜ ହୃଦୟ ପାଇଁ ଭଲ। ଦୈନଦିନ ଯୋଗ ଏବଂ ଧ୍ୟାନ ଚାପ କମ କରିବାରେ ସହାୟକ ହୁଏ। ଚାପ କମ କଲେ ହୃଦୟର ଠିକ୍ ରୁହେ।

୪. ସକ୍ରିୟ ହୁଅନ୍ତୁ – ନିଜକୁ ଶାରୀରିକ ଭାବରେ ସକ୍ରିୟ ରଖନ୍ତୁ । ଲିଫ୍ଟ ବଦଳରେ ସିଡିର ବ୍ୟବହାର କରନ୍ତୁ। ସବୁ କାମ ପାଇଁ ଗାଡି ବ୍ୟବହାର ନକରି କିଛି ବାଟ ଚାଲନ୍ତୁ। ଛୋଟ ଛୋଟ କାମ କରିବା ପାଇଁ ଚେଷ୍ଟା କରନ୍ତୁ।

୫. ମାନସିକ ଚାପ କୁ ଦୂରାନ୍ତୁ – ଅଧିକାଂଶ ରୋଗର ମୁଳ ମାନସିକ ଚାପ। ହୃଦରୋଗ ବି ଏଥିରେ ସାମିଲ। ମାନସିକ ଚାପ ସମସ୍ତଙ୍କର ଅଛି। କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତୁ।

୬ .ସିଗାରେଟ ଓ ମଦ ଛାଡନ୍ତୁ – ମଦ ରକ୍ତରେ ଟ୍ରାଇଗ୍ଲିସେରାଇଡ୍ ପରିମାଣ ବଢ଼ାଏ। ଏହା ରକ୍ତରେ ଫ୍ୟାଟର କାରଣ ହୁଏ। ଅଧିକ ଆଲକୋହଲ୍ ମେଦ ବୃଦ୍ଧି,ଉଚ୍ଚ ରକ୍ତଚାପ ଓ ହାର୍ଟ ଫେଲ୍ୟୁଅରର କାରଣ ହୋଇପାରେ। ସେମିତି ଧୂମପାନ ମଧ୍ୟ ହୃଦରୋଗ ପାଇଁ ଦାୟୀ।

୭. ଭଲ ନିଦ – ନିଦର ଅଭାବ ରକ୍ତଚାପ ଏବଂ କୋଲଷ୍ଟ୍ରୋଲକୁ ପ୍ରଭାବିତ କରେ। ନିଦ କମ୍ ହେଲେ ମାନସିକ ଚାପ ବଢ଼େ।

୮. ମନ‌ ଖୋଲି ହସନ୍ତୁ – ଯେଉଁମାନେ ମନଖୋଲି ଜୋରରେ ହସି ପାରନ୍ତି ସେମାନଙ୍କଠାରେ ହୃଦରୋଗର ସମ୍ଭାବନା କମ୍। ଅଧିକ ହସିବା ଦ୍ବାରା ରକ୍ତ ପ୍ରଭାବ ଠିକ୍ ରୁହେ।

୯. ପାରିବାରିକ ରୋଗର ଇତିହାସ – ଯଦି ଆପଣଙ୍କ ପରିବାରରେ କାହାକୁ ହୃଦରୋଗ ଅଛି ତେବେ ଆପଣ ଅଧିକ ସଚେତନ ହେବା ଆବଶ୍ୟକ। ଆପଣ ନିଜ ଜିନ୍ କୁ ତ ବଦଳାଇ ପାରିବେ ନାହିଁ ,କିନ୍ତୁ ସତର୍କ ରହି ରୋଗକୁ ଅଟକାଇ ପାରିବେ।

୧୦. ଡାକ୍ତରଙ୍କ ପାଖକୁ ଯାଆନ୍ତୁ – ଅନେକ ସମୟରେ ଲୋକମାନେ ଛାତି ଯନ୍ତ୍ରଣା,ମୁଣ୍ଡ ବୁଲାଇବା,ଅନିୟମିତ ହୃଦସ୍ପନ୍ଦନ ଆଦି ସମସ୍ୟାକୁ ଅଣଦେଖା କରିଦିଅନ୍ତି। ଫଳରେ ଦୀର୍ଘ ସମୟ ପଯ୍ୟର୍ନ୍ତ ଜଣାପଡେନି ଯେ,ସେମାନେ ହୃଦରୋଗର ଶିକାର ହୋଇଯାଇଛନ୍ତି। ତେଣୁ ଆପଣ ନିୟମିତ ଭାବରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

Leave A Reply

Your email address will not be published.