ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବର୍ଷା ସମ୍ପର୍କରେ ଆସୁଛି ଏମିତି ବଡ ଖବର

0
  • ଆଗାମୀ ୨୪ ଘଣ୍ଟା ଯାଏ ବର୍ଷା ସମ୍ଭାବନା
  • ଅକ୍ଟୋବରରେ ଏଯାଏ ୭୯% ଅଧିକ ବର୍ଷା
  • ୧୭-୧୮ ବେଳକୁ ଆଉ ଏକ ଲଘୁଚାପ ଆସୁଛି

ଭୁବନେଶ୍ୱର: ଅବପାତ ପ୍ରଭାବରେ ଗତ ୪୮ ଘଣ୍ଟା ଧରି ବର୍ଷା ଜାରି ରହିଛି । ବିଶେଷକରି ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇଛି। ତେବେ ଆସନ୍ତା ୨୪ ଘଣ୍ଟା ଯାଏ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଆଖପାଖ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି l ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି।

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାଦଲ ଗୁଡ଼ିକ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଦେଇ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ହେତୁ ରାଜ୍ୟରେ ବର୍ଷା ରହୁଛି । ଚଳିତ ଅକ୍ଟୋବର ମାସ ରେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁ ଓଡ଼ିଶା ରେ ବର୍ଷା ପରିମାଣ ଅଧିକ ରହିଛି ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ରେ ବିଳମ୍ବ ହେଉଛି। ୧ ରୁ ୧୩ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୭୯% ଅଧିକ ବର୍ଷା ହୋଇଛି।

ଆଗାମୀ ଦିନ ମାନଙ୍କରେ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ । ଆସନ୍ତା ୧୭-୧୮ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି କ୍ଷେତ୍ର ଅଧିକ ଘନୀଭୂତ ହେବ କି ନାହିଁ ଏବଂ କେଉଁ ଉପକୂଳ ଆଡେ ଗତି କରିବ ସେ ନେଇ ବିଭିନ୍ନ ପାଣିପାଗ ମଡେଲ ମାନେ ଭିନ୍ନ ଭିନ୍ନ ସଂକେତ ଦେଉଛନ୍ତି । ୧୬ ତାରିଖ ବେଳକୁ ଲଘୁଚାପ ବିଷୟରେ ଅଧିକା ସୂଚନା ମିଳିପାରିବ।

ସେପଟେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତକାଲି କାକିନାଡ଼ା ନିକଟ ରେ ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇ ଅବପାତ ରୂପ ରେ ପଶ୍ଚିମ ତେଲେଙ୍ଗାନା ଉପରେ ରହିଛି । ଏହି କ୍ଷେତ୍ର ଆସନ୍ତା ୧୨ ଘଣ୍ଟା ମଧ୍ୟ ରେ ଆହୁରି ଦୁର୍ବଳ ହୋଇ ଚିହ୍ନିତ ଲଘୁଚାପ ରେ ପରିଣତ ହେବ ।

                   
Leave A Reply

Your email address will not be published.