ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ବର୍ଷା ସମ୍ପର୍କରେ ଆସୁଛି ଏମିତି ବଡ ଖବର

0
  • ଆଗାମୀ ୨୪ ଘଣ୍ଟା ଯାଏ ବର୍ଷା ସମ୍ଭାବନା
  • ଅକ୍ଟୋବରରେ ଏଯାଏ ୭୯% ଅଧିକ ବର୍ଷା
  • ୧୭-୧୮ ବେଳକୁ ଆଉ ଏକ ଲଘୁଚାପ ଆସୁଛି

ଭୁବନେଶ୍ୱର: ଅବପାତ ପ୍ରଭାବରେ ଗତ ୪୮ ଘଣ୍ଟା ଧରି ବର୍ଷା ଜାରି ରହିଛି । ବିଶେଷକରି ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇଛି। ତେବେ ଆସନ୍ତା ୨୪ ଘଣ୍ଟା ଯାଏ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଆଖପାଖ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି l ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି।

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାଦଲ ଗୁଡ଼ିକ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଦେଇ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ହେତୁ ରାଜ୍ୟରେ ବର୍ଷା ରହୁଛି । ଚଳିତ ଅକ୍ଟୋବର ମାସ ରେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁ ଓଡ଼ିଶା ରେ ବର୍ଷା ପରିମାଣ ଅଧିକ ରହିଛି ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ରେ ବିଳମ୍ବ ହେଉଛି। ୧ ରୁ ୧୩ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୭୯% ଅଧିକ ବର୍ଷା ହୋଇଛି।

ଆଗାମୀ ଦିନ ମାନଙ୍କରେ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ । ଆସନ୍ତା ୧୭-୧୮ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି କ୍ଷେତ୍ର ଅଧିକ ଘନୀଭୂତ ହେବ କି ନାହିଁ ଏବଂ କେଉଁ ଉପକୂଳ ଆଡେ ଗତି କରିବ ସେ ନେଇ ବିଭିନ୍ନ ପାଣିପାଗ ମଡେଲ ମାନେ ଭିନ୍ନ ଭିନ୍ନ ସଂକେତ ଦେଉଛନ୍ତି । ୧୬ ତାରିଖ ବେଳକୁ ଲଘୁଚାପ ବିଷୟରେ ଅଧିକା ସୂଚନା ମିଳିପାରିବ।

ସେପଟେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତକାଲି କାକିନାଡ଼ା ନିକଟ ରେ ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇ ଅବପାତ ରୂପ ରେ ପଶ୍ଚିମ ତେଲେଙ୍ଗାନା ଉପରେ ରହିଛି । ଏହି କ୍ଷେତ୍ର ଆସନ୍ତା ୧୨ ଘଣ୍ଟା ମଧ୍ୟ ରେ ଆହୁରି ଦୁର୍ବଳ ହୋଇ ଚିହ୍ନିତ ଲଘୁଚାପ ରେ ପରିଣତ ହେବ ।

                   
Leave A Reply

Your email address will not be published.