ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଶିଶୁର ଯତ୍ନ

0

ଶିଶୁଟିକୁ ଜନ୍ମ ଦେଇଦେଲେ କେବଳ ବାପା,ମାଆଙ୍କର କର୍ତ୍ତବ୍ୟ ସରିଯାଇ ନ ଥାଏ। ଏଥିପାଇଁ ଗର୍ଭାବସ୍ଥାରୁ ସେମାନଙ୍କର ଯତ୍ନ ନେବାକୁ ହୋଇଥାଏ। ଯେଉଁଥି ପାଇଁ କି ବାପା,ମାଆଙ୍କୁ ସଚେତନ ହେବା ନିହାତି ଆବଶ୍ୟକ।

ଗର୍ଭାବସ୍ଥାରେ ଶିଶୁର ଯତ୍ନ :ଗର୍ଭରେ ବୀଜ ସ୍ବରୁପ ଶିଶୁକୁ ଯଦି ଉଚିତ ଆହାର ନମିଳେ ତାହେଲେ ତାର ବିକାଶର ଗତି ଧିର ହୋଇଯାଇଥାଏ ଓ ବିଭିନ୍ନ ପ୍ରକାର ତ୍ରୁଟି ପରିଲିକ୍ଷିତ ହୁଏ। ତେଣୁ ଗର୍ଭାବସ୍ଥା ସମୟରେ ଶିଶୁର ମାଆକୁ ଅଧିକ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ଏହା ବ୍ୟତୀତ ଡାକ୍ତରଙ୍କ ପରାମର୍ଶ ଅନୁସାରେ କ୍ୟାଲସିୟମ ଏବଂ ଲୌହ ତତ୍ବ ଥିବା ଭିଟାମିନ ଖାଇବା ଉଚିତ। ଏହି ସମୟରେ ମାଆ ନିଜକୁ ଖୁସି ଏବଂ ଚିନ୍ତା ମୁକ୍ତ ରଖିବା ଦରକାର।

ଜନ୍ମରୁ ଛ’ ମାସ ମଧ୍ୟରେ ଶିଶୁର ଯତ୍ନ : ଜନ୍ମରୁ ଛ’ ମାସ ପଯ୍ୟର୍ନ୍ତ ଶିଶୁକୁ କେବଳ ମା’ କ୍ଷୀର ଦେବା ଆବଶ୍ୟକ। କାରଣ ଏହା ସବୁ ଗୁଣରେ ଭରପୁର। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ପରିମାଣରେ ଥାଏ। ଏହା ଶିଶୁର ପୋଷଣ କରିବା ସଙ୍ଗେ ସ‌ଙ୍ଗେ ଶିଶୁକୁ ସବୁପ୍ରକାର ରୋଗ ସଂକ୍ରମଣରୁ ରକ୍ଷା କରିଥାଏ। ମା’ କ୍ଷୀର ଥଣ୍ଡା କିମ୍ବା ଗରମ ହୋଇ ନଥିବାରୁ ଏହାକୁ ଉଚିତ୍ ତାପମାତ୍ରାରେ ଶିଶୁ ଗ୍ରହଣ କରିଥାଏ। ଛଅ ମାସ ପରେ ଶିଶୁଟି ପାଇଁ କେବଳ ମା’ କ୍ଷୀର ଯଥେଷ୍ଟ ହୋଇ ନଥାଏ । ସେଥିପାଇଁ ଶିଶୁମାନଙ୍କୁ ମା’ କ୍ଷୀର ସହିତ ଡାଲି,ସୁଜି,ଫଳ ରସ,ପରିବା ସିଝା ଦେବା ଉଚିତ୍।

ଏକ ବର୍ଷରୁ ଚାରି ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଏସବୁ ଖାଦ୍ୟ ଛଡା ,ପତଳା ରୁଟି ବିଭିନ୍ନ ପ୍ରକାରର ଫଳ,ସାଲାଡ ଆଦି ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଦେବା ଉଚିତ୍। ମାତ୍ର ବାହାର ଖାଦ୍ୟ ତଥା ଜଙ୍କ ଫୁଡ୍,ଚାଟ୍,ଗୁପଚୁପ୍,ପକୋଡି ଆଦି ନଦେବା ସ୍ବାସ୍ଥ୍ୟ ପାଇଁ ଭଲ। ଶିଶୁର ଭବିଷ୍ୟତର ସୁରକ୍ଷା ପାଇଁ ନିର୍ଦ୍ଧାରିତ ବୟସରେ ଟୀକାକରଣର ଆବଶ୍ୟକତା ରହିଛି।ବିସିଜି,ଡିପିଟି,ଚିକନ ଫକ୍ସ,ଟାଇଫଏଡ,ହେପାଟାଇଟସ-ବି ଆଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯଥା ସମୟରେ ଦେବା ଆବଶ୍ୟକ। ଶିଶୁଟିର ସମସ୍ତ ଅଙ୍ଗ କ୍ରିୟାଶୀଳ ରହିବା ପାଇଁ ପ୍ରତିଦିନ ତେଲ ମାଲିସ କରିବା ଆବଶ୍ୟକ। ଦେହ ଖରାପ ହେଲେ ହୋମିଓପାଥି ଔଷଧ ଦେବା ଭଲ।

Leave A Reply

Your email address will not be published.