ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ସୁଭାଷିନୀ ଓ ଲଭ୍‌ଙ୍କ ଉପରେ ଆଖି

0
  • ଓବିସି ଭୋଟ ହାତଛଡା, ବିଜେପିର ଶକ୍ତି ବୃଦ୍ଧି ଦଳକୁ ସମସ୍ୟା ଆଣିଲା
  • ୧୯୯୦ରୁ ବିହାର ରାଜନୀତିରେ ଆଉ ଅଣ୍ଟା ସଳଖି ପାରୁନାହିଁ କଂଗ୍ରେସ

ପାଟନା: ପାଞ୍ଚ କି ଦଶ ବର୍ଷ ନୁହେଁ, ୧୯୯୦ ମସିହାରୁ ଅର୍ଥାତ୍ ପ୍ରାୟ ୩୦ ବର୍ଷ ତଳୁ ବିହାରରେ କଂଗ୍ରେସ ପତନ ଆରମ୍ଭ ହୋଇଯାଇଛି।ପ୍ରଥମେ ଦଳ ସେଠାରେ ଓବିସି ଭୋଟ୍ ସମର୍ଥନ ହରାଇଲା ଓ ପରେ ପ୍ରମୁଖ ଜାତିଭିତ୍ତିକ ଭୋଟ୍ ଧୀରେ ଧୀରେ ବିଜେପି ଆଡକୁ ଢଳିବା କାରଣରୁ ବିପଜ୍ଜନକ ସ୍ଥିତିକୁ ଚାଲି ଆସିଥିଲା କଂଗ୍ରେସ। ୨୦୦୦ ମସିହା ପରେ କଂଗ୍ରେସ ସଂଖ୍ୟା ଏହି ରାଜ୍ୟରେ ୩୦ ଡେଇଁନାହିଁ।

ସଂପ୍ରତି ବିହାର ରାଜନୀତିରେ ଦୁଇ ବିଶିଷ୍ଟ ନେତା ଶରତ ଯାଦବ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ଓ ପୁଅ କଂଗ୍ରେସରେ ସାମିଲ ହେବା ପରେ ବିହାର ରାଜନୀତି ଆଗକୁ ରୋଚକ ମୋଡ଼ ନେଇପାରେ ବୋଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି। କାରଣ ଉଭୟଙ୍କ ଆବିର୍ଭାବ ସହିତ ବିହାରରେ କଂଗ୍ରେସର ପୁନରୁତ୍‌ଥାନ ସମ୍ଭାବନା ଖୋଜୁଛନ୍ତି କଂଗ୍ରେସ ହାଇକମାଣ୍ଡ। ଶରତ ଯାଦବଙ୍କ ଝିଅ ସୁଭାଷିନୀ ଏଥର (୨୦୨୦) ବିହାରୀ ଗଞ୍ଜରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢୁଛନ୍ତି। ସେହିଭଳି ଶତ୍ରୁଘ୍ନଙ୍କ ପୁଅ ଲଭ୍‌ ସିହ୍ନା ବ୍ୟାଙ୍କିପୁରରୁ ପ୍ରାର୍ଥୀ ହୋଇଥିବା ଜଣାପଡିଛି। ଉଭୟ ନିର୍ବାଚନରେ ଜିତିଲେ କଂଗ୍ରେସ ସେମାନଙ୍କୁ ଧରି ନୂଆ ବାଟ ଖୋଜିବ ବୋଲି ଆସ୍ଥା ରଖିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିହାର ରାଜନୀତିରେ ୧୯୯୦କୁ ଏକ ଗୁରୁତ୍ବପୂର୍ଣ୍ଣ ସମୟ ଭାବେ ଗଣିଥାନ୍ତି। ଏହି ବର୍ଷ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଝଲକ ଦେଖାଗଲା। ୧୯୮୫ରେ ୪୦ ପ୍ରତିଶତ ଭୋଟ ରଖିଆସିଥିବା କଂଗ୍ରେସର ଭୋଟ ହାର ହଠାତ୍ ୧୫ ପ୍ରତିଶତ ଖସି ୨୫ ପ୍ରତିଶତରେ ପହଞ୍ଚିଥିଲା। ଆଉ ଧୀରେ ଧୀରେ ପତନ ଆରମ୍ଭ ହୋଇଥିଲା।

ବିହାର ରାଜନୀତି ଇତିହାସକୁ ନିରେଖି ଦେଖିଲେ ଏକଥା ସହଜରେ ବୁଝାପଡୁଛି ଯେ ୧୯୮୫ରେ ସରକାରରେ ଥିବାବେଳେ ଓବିସି (୫୫ ପ୍ରତିଶତ ଭୋଟ୍) ବେଶ ସନ୍ତୁଷ୍ଟ ହୋଇନଥିଲେ। ପରବର୍ତୀ ସମୟରେ ଭି ପି ସିଂହଙ୍କ ମଣ୍ଡଳ କମିସନ ଓ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା ରାଜନୀତି ବିହାରକୁ ଯଥେଷ୍ଟ ପ୍ରଭାବିତ କରିଥିଲା। ଲାଲୁ ଯାଦବଙ୍କ ଉତ୍‌ଥାନ ପଛରେ ଯାଦବ ଗୋଷ୍ଠୀର ବଡ଼ ଭୂମିକା ରହିଥିଲା। ମୁସଲ୍‌ମାନ ଭୋଟର ବି ବିଚାର କରିଥିଲେ ଯେ କ୍ରମବର୍ଧିଷ୍ଣୁ ବିଜେପିକୁ ଦୂରେଇ ରଖିବାକୁ ହେଲେ ଲାଲୁଙ୍କ ସପକ୍ଷରେ ରହିବାକୁ ହେବ। ଏହି କାରଣରୁ ଲାଲୁ ଯାବତୀୟ ଦୁର୍ନୀତି ଅଭିଯୋଗ ସତ୍ତ୍ବେ ପ୍ରାୟ ୧୫ବର୍ଷ ଶାସନ କ୍ଷମତା ଉପଭୋଗ କଲେ ଏବଂ କଂଗ୍ରେସ ପତନାଭିମୁଖୀ ହେଲା। ୧୯୭୭ ମସିହାରେ ଜରୁରୀ କାଳୀନ ପରିସ୍ଥିତିରେ ଜବରଦସ୍ତ ଧକ୍‌କା ଖାଇବାପରେ ୧୯୮୦ ମସିହାରେ ଦଳ ପୁଣି କ୍ଷମତାକୁ ଫେରିଆସିପାରିଥିଲେ ହେଁ, ୧୯୯୦ ପରେ କିନ୍ତୁ ଆଉ ସେ ସୁଯୋଗ ହାତେଇବାରେ ଦଳର ନେତାମାନେ ଆଉ ସକ୍ଷମ ହୋଇନଥିଲେ। ସେଭଳି ଚେହେରା ବି ଆଉ କଂଗ୍ରେସ ପାଖରେ ନଥିଲା, ଯାହାକୁ ଲୋକେ ଭରସା କରିପାରିବେ।

ପରବର୍ତୀ ସମୟରେ ନୀତିଶଙ୍କ ଉତ୍‌ଥାନ ବିହାର ରାଜନୀତିରେ କଂଗ୍ରେସକୁ ଅଧିକ ତଳିତଳାନ୍ତ କରିଦେଲା। ଓବିସି ଭୋଟର ଏକ ବଡ଼ ଅଂଶର ହକ୍‌ଦାର ନୀତିଶ ( ସେ ନିଜେ ଓବିସି) ରହିଲେ। ଫଳରେ କଂଗ୍ରେସର ଏ ସଂକ୍ରାନ୍ତ କାର୍ଡ ବିଫଳ ହେଲା, ଯଦିଓ ଉପା ସରକାର କେନ୍ଦ୍ରରେ ଆସିବା ପରେ ସେମାନେ ବିହାର ରାଜନୀତିରେ ଶକ୍ତି ବୃଦ୍ଧି ପାଇଁ କିଛିଟା ଉଦ୍ୟମ କରିଥିଲେ। ଦ୍ବିତୀୟ ବଡ଼ କାରଣଟି ହେଲା, ବିହାର ଅର୍ଥନୀତିରେ ବୟନ ଶିଳ୍ପର ଏକ ବଡ ଭୂମିକା ରହିଛି।ନୀତିଶ ଏ କ୍ଷେତ୍ରକୁ ଦୃଷ୍ଟିରେ ରଖି ଗୋଟିଚାଳନା କରିବା ଦ୍ବାରା ପରବର୍ତୀ ସମୟରେ ଏହି ବର୍ଗ ସହିତ ଯୋଡି ହୋଇଥିବା ଭୋଟର ତାଙ୍କ ସପକ୍ଷରେ ରହିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ୧୯୯୦ ମସିହାରେ ଜନତା ଦଳ ୧୬୭ ସିଟ୍ ଦଖଲ କରିଥିବା ବେଳେ ବିଜେପି ସେବେ ୪୧ଟି ସିଟ୍ ହାସଲ କରିଥିଲା। ହେଲେ ଗତ ୩୦ବର୍ଷ ଭିତରେ ବିଜେପି ବି ରାଜ୍ୟ ରାଜନୀତିକୁ ଶତ ପ୍ରତିଶତ ନିୟନ୍ତ୍ରଣକୁ ଆଣିପାରିନାହିଁ, ଯେଉଁଥିପାଇଁ ଏକ ଯୋଜନାବଦ୍ଧ ଖେଳ ଏବେ ମୋଦୀ ସରକାର ଖେଳୁଛନ୍ତି। ନୀତିଶଙ୍କ ସହିତ ଆସନ ବାଣ୍ଟି ବିଜେପି ଏକ ବଡ଼ ଶକ୍ତି କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି, ଯାହା ପରବର୍ତୀ ସମୟରେ ପୂର୍ଣ୍ଣ କ୍ଷମତା ପାଇଁ ସୁଯୋଗ ସୃଷ୍ଠି କରିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ସେହି ୧୯୯୦ ମସିହାରେ କଂଗ୍ରେସ ମାତ୍ର ୨୯ଟି ଆସନ ହାତେଇଥିଲା। ୨୦୦୦ ବିଧାନସଭା ନିର୍ବାଚନ ବେଳକୁ କଂଗ୍ରେସର ଭୋଟ ପ୍ରତିଶତ ୧୧କୁ ଖସିଆସିଥିଲା। ୨୦୨୦ରେ ଆର୍‌ଜେଡି ଓ କଂଗ୍ରେସ ପୁଣି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି, ଯେଉଁଥିରେ କଂଗ୍ରେସ ମାତ୍ର ୭୦ ଆସନରେ ଲଢୁଛି ଏବଂ ଆର୍‌ଜେଡି ୧୪୪ଟିରେ।

Leave A Reply

Your email address will not be published.