ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

କରୋନା ଯାଇନି, ଲଢ଼େଇ ସରିନି: ମୋଦୀ

0

ନୂଆଦିଲ୍ଲୀ: ଦେଶରେ ପୂଜାର ମାହୋଲ। ବଜାରରେ ଭିଡ। ଅନେକ ରାଜ୍ଯରେ ନିର୍ବାଚନ ସରଗରମ। ଏଭଳି ପରିବେଶକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗମ୍ଭୀରତା ପ୍ରକାଶ କରିବା ସହିତ ସତର୍କ କରାଇବା ଉଦ୍ଦେଶ୍ୟରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି।

ମୋଦୀ କହିଛନ୍ତି, କୋରୋନା ସହ ଯେମିତି ଭାରତ ଲଢିଛି ଭଲ ସୁଫଳ ମିଳିଛି। ଏହାକୁ ଜାରି ରଖିବାକୁ ହେବ। ଲକଡାଉନ୍ ସବୁବେଳେ ହେବନି କିନ୍ତୁ ଭାଇରସ୍ ବି ଯାଇନି।ଏଣୁ ସମସ୍ତଙ୍କୁ ସତର୍କ ରହି ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ।

ପ୍ରଧାନମନ୍ତ୍ରୀ ଦେଶକୁ ଆଶ୍ବସ୍ତ କରିବାକୁ ଯାଇ କହିଛନ୍ତି ଯେ, ବିଭିନ୍ନ ପର୍ୟ୍ଯାୟରେ ଟିକା ପରୀକ୍ଷା ହେଉଛି। ସବୁ ଭାରତୀୟଙ୍କୁ ଏହା ଯେଭଳି ମିଳିବ ସେ ଦିଗରେ କାମ ତୀବ୍ର ଗତିରେ ଚାଲିଛି। ଯେବେ ଆସିବ ସବୁ ଭାରତୀୟଙ୍କୁ ମିଳିବା ପ୍ରକ୍ରିୟାକୁ ନିଶ୍ଚିତ କରାଯିବ।ଏବେ ବି ଦୁଇ ଗଜ ଦୂରତା ମାନିବା ଓ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ଏଦିଗରେ ସଚେତନ ରହିବାକୁ ହେବ। ପ୍ରଧାନମନ୍ତ୍ରୀ କର ବଦ୍ଧ ପ୍ରାର୍ଥନା କରି କହିଛନ୍ତି ଯେ ”ମୁଁ ଆପଣଙ୍କୁ ଆପଣଙ୍କ ପରିବାର କୁ ସୁରକ୍ଷିତ ଦେଖିବାକୁ ଚାହୁଁଛି।” ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ମାନିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି।

Leave A Reply

Your email address will not be published.