ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ହେଙ୍ଗୁ ଏବେ ଭାରତରେ ଚାଷ ହେବ; କାହିଁକି ଏହା ଗୁରୁତ୍ବପୂର୍ଣ୍ଣ ମସଲା ଜାଣନ୍ତୁ

0

ଆସଫୋଏଟିଡା (ହେଙ୍ଗୁ) ବର୍ତ୍ତମାନ ଭାରତରେ ବୃଦ୍ଧି ପାଇବ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଯାହାକୁ ଭାରତରେ ପ୍ରଥମ ଥର ପାଇଁ ଚାଷ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ, କେବଳ ଆମଦାନୀ ମାଧ୍ୟମରେ ଏହାର ଚାହିଦା ପୂରଣ ହେଉଥିଲା।

ଭାରତୀୟ ରୋଷେଇରେ ସାଧାରଣତଃ ବ୍ୟବହୃତ ମସଲା ମଧ୍ୟରୁ ହେଙ୍ଗୁ ଅନ୍ୟତମ। ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ହିମାଚଳ ପ୍ରଦେଶରେ ହେଙ୍ଗୁ ଚାଷ କରିବା ପାଇଁ ଯୋଜନା କରିଛି। ହେଙ୍ଗୁ ହେଉଛି, ଭାରତୀୟ ରୋଷେଇର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମସଲା ଏବଂ ଏହା ଆମ ଖାଦ୍ୟ ସଂସ୍କୃତିର ସବୁଦିନ ପାଇଁ ଏକ ଅତ୍ୟାବଶ୍ୟକ ଅଂଶ। ଏହା ଆମ ଖାଦ୍ୟର ସ୍ୱାଦ ଏବଂ ସୁଗନ୍ଧ ବଢାଇଥାଏ।

ଏମିତି କ୍ବଚିତ୍ ପରିବାର ଥିବେ, ଯେଉଁମାନେ ଏହାକୁ ବ୍ୟବହାର କରୁନଥିବେ। ଏଣୁ ସ୍ବାଭାବିକ ଭାବେ ଏହାର ଚାହିଦା ଭାରତୀୟ ବଜାରରେ ବେଶ୍ ଅଧିକ ଥିଲା। ଏଣୁ ଭାରତକୁ ଏହାର ଆମଦାନୀ ହେଉଥିଲା। ହିମାଚଳ ପ୍ରଦେଶର ଲାହଲ୍‌ ଉପତ୍ୟକାରେ ଏହି ମସଲା ଚାଷ କରାଯିବ। କେନ୍ଦ୍ର ସରକାରଙ୍କ ସିଏସ୍ଆଇଆର୍ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟ ବାୟୋ ରିସୋର୍ସ ଟେକ୍ନୋଲୋଜି ଏ ଦିଗରେ ପଦକ୍ଷେପ ନେଇଛନ୍ତି।

ଅଦ୍ୟାବଧି ଭାରତ ଆଫଗାନିସ୍ତାନ, ଇରାନ ଏବଂ ଉଜ୍‌ବେକିସ୍ତାନ ପରି ମଧ୍ୟ ପୂର୍ବ ଦେଶରୁ ପ୍ରତିବର୍ଷ ପ୍ରାୟ ୧୨୦୦ ଟନ୍ କଞ୍ଚା ହେଙ୍ଗୁ ଆମଦାନୀ କରାଯାଉଛି। ଭାରତୀୟଙ୍କୁ ବାର୍ଷିକ ପ୍ରାୟ ୧୦୦ ନିୟୁତ ଡଲାରର ବିପୁଳ ଖର୍ଚ୍ଚ ବହନ କରିବାକୁ ପଡୁଛି। ଅକ୍ଟୋବର ୧୫ ତାରିଖରେ କ୍ବାରିଙ୍ଗ୍ ଗାଁର କୃଷକ ଏହି ଚାଷ ଆରମ୍ଭ କରିଛନ୍ତି। ଲୋକଙ୍କୁ ପାରମ୍ପରିକ ଚାଷରୁ ଦୂରେଇ ହେଙ୍ଗୁ ଚାଷ ଲାଗି ପ୍ରବର୍ତାଇବା ଭଳି ଏକ ଐତିହାସିକ ପରିବର୍ତ୍ତନ ଲକ୍ଷ୍ୟରେ ଉଦ୍ୟମ ଜାରି ରହିଛି। ଯେହେତୁ ଏହି ଉଦ୍ଭିଦ ଶୀତ ଓ ଶୁଷ୍କ ଅବସ୍ଥାରେ ବଢିଥାଏ, ଏଣୁ ଭାରତୀୟ ହିମାଚଳ ଅଞ୍ଚଳର ଶୀତଳ ମରୁଭୂମିରେ ଏହାର ଚାଷ ପାଇଁ ମନୋନୀତ ହୋଇଛି। ୨୦୧୮ ମସିହାରୁ ସିଏସ୍‌ଆଇଆର୍-ଆଇଏଚ୍‌ବିଟିର କୃଷି ବିଜ୍ଞାନୀମାନେ ଇରାନରୁ ୬ଟି ମଞ୍ଜି କିଣି ଏଥିପାଇଁ ଗବେଷଣା ଜାରି ରଖିଥିଲେ।

ଏଠାରେ ଉଲ୍ଲେଖଥାଉକି, ହେଙ୍ଗୁର ଅନେକ ଭଲ ଗୁଣ ରହିଛି, ଯେଉଁଥିପାଇଁ ଏହା ରୋଷେଇଘରର ଗୋଟିଏ ବଡ଼ ମସଲା ଭାବେ ବ୍ୟବହାର ହୋଇଥାଏ। ବିଶେଷଜ୍ଞମାନେ କୁହନ୍ତି, ହେଙ୍ଗୁ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଦିଗରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରେ ଓ ପେଟରୁ ବାୟୁ ନିଷ୍କାସନରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଏହା ଶରୀରରେ ରକ୍ତଚାପ ପରିଚାଳନାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ସହିତ ଥଣ୍ଡା-କାଶ ଓ ଶ୍ବାସ କ୍ରିୟାରେ ଆଜ୍‌ମା, ବ୍ରୋଙ୍କାଇଟିସ୍ ଭଳି ରୋଗକୁ ସହଜରେ ମୁକାବିଲା କରିଥାଏ। କେତେକ ଏକଥା ଗବେଷଣା ବେଳେ ଏକଥା ବି ଦାବି କରାଯାଇଛି ଯେ ରକ୍ତକୁ ପତଳା କରିବା ଓ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ମଧୁମେହ ରୋଗୀ ବେଶୀ ଉପକାର ପାଇଥାନ୍ତି। ଚର୍ମ ଓ କେଶର ସ୍ବାସ୍ଥ୍ୟକୁ ସୁଦୃଢ କରିବାରେ ହେଙ୍ଗୁ ଏକ ବଡ ଭୂମିକା ଗ୍ରହଣ କରିଥାଏ।

Leave A Reply

Your email address will not be published.