ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ସୀମା ବିବାଦ ପ୍ରସଙ୍ଗ: ସାମ୍ନାକୁ ଆସିଲେ ଧର୍ମେନ୍ଦ୍ର

0
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ, ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କର
  • ଆପୋସ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ, ମୁଖ୍ୟ ଭୂମିକା ନେଇ ଓଡ଼ିଶା
  • ଆବଶ୍ୟକସ୍ଥଳେ ଆଇନଗତ ପଦକ୍ଷେପ ନିଅନ୍ତୁ, ହେଲେ ଲୋକଙ୍କ ସ୍ୱାର୍ଥ ସହ ସାଲିସ ନହେଉ

ନୂଆଦିଲ୍ଲୀ: ଓଡିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଟିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ନାକୁ ଆସିଛନ୍ତି। ଆପୋସ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଓ ଅନ୍ୟାନ୍ୟ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ପଡୋଶୀ ରାଜ୍ୟ ଗୁଡିକ ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ। ଏହି ବୈଠକରେ ଓଡିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ କଥାକୁ ଗୁରୁତ୍ୱକୁ ଦିଆଯାଉ। ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡିଶା ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟ ମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ। ଯଦ୍ୱାରା ସେମାନେ ଏହା ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ।

ଏହି ସୀମା ବିବାଦ ବିଷୟର ଗୁରୁତ୍ୱକୁ ଅଧିକ ଧ୍ୟାନରେ ରଖି ଓଡିଶା ଏବଂ ପଡୋଶୀ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସୂଚାଇଛନ୍ତି। କହିଛନ୍ତି, ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡିଶା ନିଜ ପଡୋଶୀ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ , ଝାଡଖଣ୍ଡ ରାଜ୍ୟ ଗୁଡିକ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରିପାରିବ। ସଂଘୀୟ ବ୍ୟବସ୍ଥା ତଥା ରାଜ୍ୟ ମାନଙ୍କ ମଧ୍ୟରେ ଭାଇଚାରା ଦୃଷ୍ଟିରେ ଓଡିଶା ଏହି ସବୁ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ। ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ଯେପରି ସାଲିସ ନହୁଏ ତାହାକୁ ସୁନିଶ୍ଚିତ କରିବା ସହ ଆବଶ୍ୟକତା ପଡିଲେ ରାଜ୍ୟ ଏହି ବିବାଦକୁ ସମାଧାନ କରିବା ପାଇଁ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରିବା ଉଚିତ୍ ବୋଲି ଶ୍ରୀ ପ୍ରଧାନ
ଚିଠିରେ ଦର୍ଶାଇଛନ୍ତି।

ସେ ଆହୁରି କହିଛନ୍ତି, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଣି ଥରେ
ଉତେଜନା ଦେଖିବାକୁ ମିଳିଛି । ଜଣାପଡିଛି ଯେ, ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକପାଖିଆ ଭାବରେ ସାମ୍ବାଇ ପଂଚାୟତ ଅନ୍ତର୍ଗତ ସୁନାବେଡା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ଏକ ପୋଖରୀ ଖୋଳିଛି । ଏହି ପୋଖରୀ ଖୋଳାକୁ ଓଡିଶା ଗ୍ରହଣ କରୁନାହିଁ । ଏହି ଘଟଣାର ପ୍ରତିବାଦ କରି ଆନ୍ଧ୍ରପ୍ରଦେଶ ପାଶ୍ୱର୍ରେ ଥିବା ପଟାଙ୍ଗି-ଆର୍କୁ ରାସ୍ତାକୁ ସ୍ଥାନୀୟ ଗ୍ରାମବାସୀମାନେ ଅବରୋଧ କରିଦେବା ପରେ ଏହି ମାମଲା ବଢିଛି ।

ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବରୁ ଓଡିଶା -ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ଦ୍ୱାରା ଏକାପାଖିଆ ଭାବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ସୁବର୍ଣ୍ଣରେଖା ନଦୀ ପଠାରୁ ବାଲି ଖନନ କରାଯାଇଥିଲା । ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ , ଛତିଶଗଡ, ଝାଡଖଣ୍ଡ ସହ ସୀମା ସେୟାର କରୁଛି । ଐତିହାସିକ, କାଟୋଗ୍ରାଫିକ୍ ଓ ଭୌଗଳିକ କାରଣରୁ ଓଡିଶାର ଏହି
ପଡୋଶୀ ରାଜ୍ୟ ଗୁଡିକ ସହ ସୀମା ତଥା ଜଳ ବିବାଦର ଏକ ଦୀର୍ଘ ଇତିହାସ ରହିଛି ।

ଓଡିଶା ରାଜ୍ୟ ଗଠନ ହେବା ପାଇଁ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବା ସହିତ ଏହି ସମୟରେ ଅନେକ କଷ୍ଟ ଦେଖିଛି । ତେବେ ଭାଷାଭିତିକ ରାଜ୍ୟ ଭାବରେ ଓଡିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା । ମାତ୍ର ଏହାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ ସେ ସମୟରେ ଅନେକ ଓଡିଆ ଭାଷାଭାଷୀ ଗାଁ ମାଡ୍ରାସ, ବିହାର ଏବଂ ବଙ୍ଗାଳ ପ୍ରଦେଶର ସୀମା ମଧ୍ୟରେ ରହିଯାଇଥିଲା । ସ୍ୱାଧୀନତୋର ଭାରତର ପ୍ରାରମ୍ଭରେ ହୋଇଥିବା ଓଡିଶା ପୁନଃଗଠନର ଦ୍ୱିତୀୟ ପର୍ଯ୍ୟାୟରେ କୋରାପୁଟ ସମେତ ୨୭ଟି ପ୍ରିନ୍ସଲି ଷ୍ଟେଟ୍ କିମ୍ବା ଗଡଜାତ ଓଡିଶା ସହ ମିଶିଥିଲା ଏବଂ ୧୯୫୧ ମସିହାରେ ମୟୂରଭଞ୍ଜ ମଧ୍ୟ ଏହି ଧାରାରେ ସାମିଲ ହୋଇଥିଲା । ସ୍ୱାଧୀନ ଭାରତର ପାଂଚଦଶନ୍ଧି ମଧ୍ୟରେ ଆନ୍ଧ୍ରପ୍ରଦେଶ ୧୯୫୬ ମସିହାରେ ଗଠନ ହୋଇଥିଲା ଏବଂ ୨ ହଜାର ମସିହାରେ ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟ ଗଠନ କରାଯାଇଥିଲା । ଯାହାର ଓଡିଶା ସହିତ ସୀମା ବିବାଦ ରହିଥିଲା।

ପୂର୍ବ ସୀମା ବିବାଦରୁ ଯାହା ଜଣାପଡେ ଯେ, ଜମିର ସଠିକ୍ ଚିତ୍ରଣରୁ ଉପୁଜୁଥିବା ବିବାଦ ବସବାସ କରୁଥିବା ଲୋକଙ୍କ ସମସ୍ୟାକୁ ଲୁଚାଇ ଦେଇଥାଏ । ଏହି ପରିସ୍ଥିତିର ସାମଗ୍ରିକ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ସୀମାର ଉଭୟ ପାର୍ଶ୍ବରେ ରହୁଥିବା ଲୋକଙ୍କ ବିକାଶ ତଥା ଭିତିଭୂମି ଆହ୍ୱାନ ଯଥା ଦୁର୍ଗମ ଅଂଚଳରେ ଉତମ ସଂଯୋଗ ସ୍ଥାପନା ସହ ଭିତିଭୂମି ଯୋଗାଇବା, ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ସୁନି୧⁄୨ିତ କରିବା ଏବଂ ନକ୍ସଲ ସମସ୍ୟାକୁ ମିଳିତ ଭାବେ ଦମନ କରିବା ଦିଗରେ ଧ୍ୟାନ ଦେବା ଉଚିତ୍।

ସୀମାନ୍ତ ଅଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ରୋଜଗାର ତଥା ସାମଗ୍ରୀ ପରିବହନ ଭଳି ସାମାଜିକ-ଅର୍ଥନୈତିକ ବାସ୍ତବତାକୁ ପ୍ରଶଂସା କରିବା ମଧ୍ୟ ଆବଶ୍ୟକ । ସୀମା ବିବାଦ ଫଳରେ ଏହାର ପ୍ରଭାବ ଏହି ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ଉପରେ ରହୁଛି । ତେବେ କାଗଜରେ ସୀମା ସମ୍ପୂର୍ଣ୍ଣ ନିର୍ଦ୍ଧାରିତ ଥିବା ମନେହୁଏ କିନ୍ତୁ ସୀମାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ସାଂସ୍କୃତିକ, ସାମାଜିକ ନୀତି, ଭାଷାର ସମ୍ପର୍କ ରହୁଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.