ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଅତି ଭୀଷଣ ହେବ ନିଭାର୍‌; ଓଡ଼ିଶା ଉପରେ କି ପ୍ରଭାବ ରଖିବ ଜାଣନ୍ତୁ

0

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ଧାରଣ କରି ନିଭାର୍ ଏବେ ଚେନ୍ନାଇ ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ। ସାମୁଦ୍ରିକ ତାପମାତ୍ରା ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୨୯-୩୦° ସି ରହିଛି। ପାଣିପାଗ ମଡେଲମାନେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ନିଭାର୍‌ର ଅତି ଭୟଙ୍କର ରୂପ ସଂପର୍କରେ ଆକଳନ କରିଛନ୍ତି।

ପାଣିପାଗ ସ୍ଥିତି ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି ଯେ ବାତ୍ୟା ନିଭାର୍ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ତାମିଲନାଡୁ ଓ ପୁଡୁଚେରି ଉପକୂଳ ନିକଟସ୍ଥ କରାଇକଲ୍ ଓ ମାମଲପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାର। ଲ୍ୟାଣ୍ଡ ଫଲ୍ ସମୟରେ ପବନ ର ବେଗ ଘଣ୍ଟା ପ୍ରତି ୧୨୦-୧୩୦କିମି ଓ ବେଳେବେଳେ ୧୪୫ କିମି ପର୍ଯ୍ୟନ୍ତ ରହିପାରେ। ସେହିପରି ତାମିଲନାଡୁ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମୁଦ୍ର ରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଆସନ୍ତା ୨୮ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇପାରେ।

ଓଡ଼ିଶା ରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଉପକୂଳ ଓଡ଼ିଶାରେ ପାଣିପାଗ କୋହଲା ରହିବା ସହିତ ଆକାଶ କିଛି ଅଂଶରେ ମେଘୁଆ ରହିବ। ରାତି ତାପମାତ୍ରା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨-୩ ଡିଗ୍ରି ବଢିପାରେ।

ଗତକାଲି ରାତିରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରେକର୍ଡ କରାଯାଇଛି। ତେବେ ୧୫ ଡ଼ିଗ୍ରି ତଳେ ୧୩ଟି ସହର ରହିଥିଲା। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୮.୫ ଡିଗ୍ରି ଥିବା ବେଳେ ସୋନପୁର ୯.୪ ,ଫୁଲବାଣୀ ୧୦.୫, ଅନୁଗୁଳ ୧୧.୦, ବାରିପଦା ୧୨.୦, କେନ୍ଦୁଝର ୧୨.୦,ଝାରସୁଗୁଡା ୧୨.୨, ଭବାନୀପାଟଣା ୧୨.୨ ,ତାଳଚେର ୧୨.୩ ,କୋରାପୁଟ ୧୨.୬, ବୌଦ୍ଧ ୧୪.୦, କଟକ ୧୪.୦ ଏବଂ ବଲାଙ୍ଗୀରରେ ୧୪.୮ ଡିଗ୍ରି ଥିଲା।

Leave A Reply

Your email address will not be published.