ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଅତି ଭୀଷଣ ହେବ ନିଭାର୍‌; ଓଡ଼ିଶା ଉପରେ କି ପ୍ରଭାବ ରଖିବ ଜାଣନ୍ତୁ

0

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ଧାରଣ କରି ନିଭାର୍ ଏବେ ଚେନ୍ନାଇ ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ। ସାମୁଦ୍ରିକ ତାପମାତ୍ରା ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୨୯-୩୦° ସି ରହିଛି। ପାଣିପାଗ ମଡେଲମାନେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ନିଭାର୍‌ର ଅତି ଭୟଙ୍କର ରୂପ ସଂପର୍କରେ ଆକଳନ କରିଛନ୍ତି।

ପାଣିପାଗ ସ୍ଥିତି ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି ଯେ ବାତ୍ୟା ନିଭାର୍ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ତାମିଲନାଡୁ ଓ ପୁଡୁଚେରି ଉପକୂଳ ନିକଟସ୍ଥ କରାଇକଲ୍ ଓ ମାମଲପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାର। ଲ୍ୟାଣ୍ଡ ଫଲ୍ ସମୟରେ ପବନ ର ବେଗ ଘଣ୍ଟା ପ୍ରତି ୧୨୦-୧୩୦କିମି ଓ ବେଳେବେଳେ ୧୪୫ କିମି ପର୍ଯ୍ୟନ୍ତ ରହିପାରେ। ସେହିପରି ତାମିଲନାଡୁ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମୁଦ୍ର ରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଆସନ୍ତା ୨୮ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇପାରେ।

ଓଡ଼ିଶା ରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଉପକୂଳ ଓଡ଼ିଶାରେ ପାଣିପାଗ କୋହଲା ରହିବା ସହିତ ଆକାଶ କିଛି ଅଂଶରେ ମେଘୁଆ ରହିବ। ରାତି ତାପମାତ୍ରା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨-୩ ଡିଗ୍ରି ବଢିପାରେ।

ଗତକାଲି ରାତିରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରେକର୍ଡ କରାଯାଇଛି। ତେବେ ୧୫ ଡ଼ିଗ୍ରି ତଳେ ୧୩ଟି ସହର ରହିଥିଲା। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୮.୫ ଡିଗ୍ରି ଥିବା ବେଳେ ସୋନପୁର ୯.୪ ,ଫୁଲବାଣୀ ୧୦.୫, ଅନୁଗୁଳ ୧୧.୦, ବାରିପଦା ୧୨.୦, କେନ୍ଦୁଝର ୧୨.୦,ଝାରସୁଗୁଡା ୧୨.୨, ଭବାନୀପାଟଣା ୧୨.୨ ,ତାଳଚେର ୧୨.୩ ,କୋରାପୁଟ ୧୨.୬, ବୌଦ୍ଧ ୧୪.୦, କଟକ ୧୪.୦ ଏବଂ ବଲାଙ୍ଗୀରରେ ୧୪.୮ ଡିଗ୍ରି ଥିଲା।

Leave A Reply

Your email address will not be published.