ପ୍ରମୁଖ ଖବର

ଭୁବନେଶ୍ବର: ତଳସରା ବିଧାୟକ ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ
ନୂଆ ଆୟକର ବ୍ୟବସ୍ଥାରେ ବଦଳିଲା ଛାଡସୀମା, ପୁରୁଣା ବ୍ୟବସ୍ଥାରେ ଅପରିବର୍ତ୍ତିତ, ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦କୁ ବୃଦ୍ଧି
୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା: ଶସ୍ତା ହେବ ସୁନା, ରୂପା, କ୍ୟାନ୍ସର ଔଷଧ, ମୋବାଇଲ
ଏଥର ବଜେଟ୍ ରେ ନୂଆ ଚାକିରିଆଙ୍କ ପାଇଁ ଖୁସି ଖବର, ତିନୋଟି କିସ୍ତିରେ ମିଳିବ ୧୫ ହଜାର

ବିଜେପି ସ୍ବାସ୍ଥ୍ୟ ଏବେ କେମିତି ଅଛି?

0

ଭୁବନେଶ୍ବର: ପରୀ ପ୍ରସଙ୍ଗ ନେଇ ବିଧାନସଭା ଉଠିଲା ପଡ଼ିଲା। ଏହି ପ୍ରସଙ୍ଗରେ ବିଜେପି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଛି। ଏହା ପୂର୍ବରୁ ବଗଲା ଧର୍ମଶାଳା ବିବାଦ, କୋଭିଡ୍ କେଳେଙ୍କାରୀ ଆଦି ପ୍ରସଙ୍ଗରେ ବି ବିଜେପି ଚର୍ଚ୍ଚା ଭିତରେ ରହିଥିଲା। ହେଲେ ଯେଉଁ କଥାଟି ରାଜନୈତିକ ମହଲକୁ ଆନ୍ଦୋଳିତ କରୁଛି, ତାହା ହେଲା, ବିଜେପିର କିଛି ପ୍ରଭାବଶାଳୀ ନେତା ଇତିମଧ୍ୟରେ ନିଖୋଜ ହୋଇଯାଇଛନ୍ତି। ଅର୍ଥାତ୍ କୌଣସି ପ୍ରସଙ୍ଗରେ ସେମାନଙ୍କର କିଛି ଯେମିତି ମତ ନାହିଁ। ନା ଆନ୍ଦୋଳନରେ ଅଛନ୍ତି, ନା ସାମ୍ବାଦିକ ସମ୍ମିଳନୀ କରୁଛନ୍ତି କି ପ୍ରଧାନମନ୍କ୍ରୀଙ୍କ କାର୍ଯ୍ୟକ୍ରମ ଲୋକଙ୍କ ପାଖକୁ ପହଞ୍ଚାଇବା କାର୍ଯ୍ୟରେ ବି ଦଳ ସେମାନଙ୍କୁ ନିୟୋଜିତ କରିଛି।

ରାଜନୈତିକ ମହଲ ଯେଉଁମାନଙ୍କୁ ଖୋଜୁଛନ୍ତି, ସେମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ପାଞ୍ଚବର୍ଷର ଶିଶୁ କନ୍ୟାକୁ ଅପହରଣ ଓ ପରେ ହତ୍ୟା କରାଗଲା। ଅଳ୍ପ କିଛି ଦିନ ତଳେ ଯେଉଁଠାରେ ରାଜନୈତିକ କମ୍ପନ ସୃଷ୍ଟି ହେଉଥିଲା, ସେହି ବାଲେଶ୍ବର ଜିଲ୍ଲା ନୀଳଗିରିରେ ଗୋଟିଏ ଛୋଟ ଶିଶୁକୁ ଦୁଷ୍କର୍ମ ପରେ ବିଷ ପିଆଇ ଦିଆଗଲା। ଶିଶୁର ବିପଜ୍ଜନକ ସ୍ଥିତି ସଂପର୍କରେ ଜଣେ ମା’ ଠାରୁ ଆଉ କିଏ ଅଧିକ ପ୍ରଭାବୀ ମତ ରଖିପାରିବ। ପରୀ ଘଟଣାରେ ବି ତାର ମାଆ ବିଧାନସଭା ଯାଏ ଆସି ଆତ୍ମାହୁତି ଉଦ୍ୟମ କରୁଥିଲେ। ଏହି ଘଟଣାରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କାହିଁକି ମୁହଁ ଖୋଲୁନାହାନ୍ତି? ବିଜେପି ରାଜରାସ୍ତାରେ ଥିବା ବେଳେ ସେଥିରେ ତାଙ୍କୁ ଦେଖିବାକୁ ମିଳୁନାହିଁ।

ବାଲେଶ୍ବର ନିର୍ବାଚନ ହାରିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ହଠାତ୍ ନିରବ। ନୀଳଗିରି ଘଟଣା ସଂପର୍କରେ ତାଙ୍କର ମତ ଏଯାଏ ଗଣମାଧ୍ୟମ ମୁଖ୍ୟ ପୃଷ୍ଠାକୁ ଆସିପାରିଲା ନାହିଁ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ କଣ ରାଜନୀତିରୁ ସନ୍ନ୍ୟାସ ନେଇଗଲେ? ନା ନିଜ ସଂସଦୀୟ କ୍ଷେତ୍ର ଭିତରେ ନିଜକୁ ଅଟକାଇ ରଖିବାକୁ ମାନସିକ କରିଛନ୍ତି? ସଂସଦ ଭିତରେ କି ବାହାରେ ତାଙ୍କର ସ୍ବର ଶୁଭୁନି। ପୂର୍ବତନ ରାଜ୍ୟ ସଭାପତି ତଥା ମନ୍ତ୍ରୀ କନକ ବର୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖଙ୍କର କଣ ହେଇଛି?

ଗୋଟିଏ ମହଲ ମତ ରଖୁଛନ୍ତି ଯେ ବିଜେପି ଏବେ ସରକାର ସହିତ ମୁକାବିଲାକୁ ପଛ କରି ନିଜ ନିଜ ଭିତରେ କ୍ଷମତା ଲଢେଇରେ ମାତିଛି। ପରୀ ପ୍ରସଙ୍ଗରେ ଯେହେତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ସରକାରଙ୍କୁ ଘେରିଛନ୍ତି, ଏଣୁ ସାଂସଦଙ୍କ ଗୋଷ୍ଠୀ ମୁହଁ ଖୋଲିବେନି। ହେଲେ ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି, ସରକାରଙ୍କୁ ହଟାଇବା ଲାଗି ବିଜେପି ଚାପ କୌଶଳ ପ୍ରୟୋଗ କରିବା ପରିବର୍ତେ ନିଜ ଦଳ ଭିତରେ ଥିବା ପ୍ରତିପକ୍ଷଙ୍କୁ ନୀଚ୍ଚା ଓ ପରାହତ କରିବା ଲାଗି ଜୋର ଲଗାଇଛି। ଏଥିରେ ଉଭୟ ରାଜ୍ୟବାସୀଙ୍କ ବିଶ୍ବାସ ହରାଇଥିବେ।

ଏସବୁ ସତ୍ତ୍ବେ ବିଜେପି ରାଜନୀତିରେ ଯେଉଁ ଉଲ୍ଲେଖନୀୟ ଦିଗଟି ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି, ତା ହେଲା ଦଳ କଂଗ୍ରେସ ରାସ୍ତାରେ ନାହିଁ। ଆଉ ସ୍ପଷ୍ଟ କରି କହିଲେ, କଂଗ୍ରେସ ବିଧାନସଭାରେ ଯେତିକି ତମ୍ବିତୋଫାନ କରେ, ବିଧାନସଭା ବାହାରେ ସେତିକି ଶାନ୍ତ। ମାନେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଗର୍ଜନ ବିଧାନସଭା ଭିତରେ ହିଁ ରହିଯାଏ। ଦଳ ଏହାକୁ ଲୋକଙ୍କ ନିକଟକୁ ନିଏ ନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ କେବେ ଏମିତି କାର୍ଯ୍ୟ କରେ ନାହିଁ। ମହାନଦୀ ଠାରୁ ଆରମ୍ଭ କରି ଖଣି, ଚିଟ୍‌ଫଣ୍ଡ କେଳେଙ୍କାରୀ ଏଭଳି ଅନେକ ଘଟଣାରେ ଏହା ଦେଖିବାକୁ ମିଳିଛି।

ହେଲେ ବିଜେପିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ମତକୁ ନେଇ ପୂରା ବିଧାନସଭା ଟିମ୍ ବାହାରେ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏପରିକି ବିଜେପି ସଭାପତି ଓ ବିରୋଧୀ ଦଳ ନେତା ଆଜି ଏକାଠି ସାମ୍ବାଦିକ ସମ୍ମିଳନୀ କରିଥିବା ଦେଖାଯାଇଛି।

ଏସବୁ କଥାକୁ ତର୍ଜମା କଲେ, ଗୋଟିଏ କଥା ଦେଖାଯାଉଛି ଯେ ସମ୍ମିଳିତ ଭାବେ ବିରୋଧୀ ସରକାର ବିରୋଧରେ ଯୁଝିବା ବଦଳରେ ନିଜ ନିଜ ସ୍ତରରେ ବିଭାଜିତ ହେଇ ଚାଲିଛନ୍ତି। ଏଥିରେ ଲୋକମତ ଗୋଟାଇବା ଓ ସାଙ୍ଗରେ ରହିବା କେବଳ କଷ୍ଟକର ତା ନୁହେଁ, ଦଳ ଆଗକୁ ବଢ଼ିବା ବଦଳରେ କେବେ ବି ଛିଡିଯାଇପାରେ।

ଏଠାରେ ଉଲ୍ଲେଖଥାଉକି, ଭୁବନେଶ୍ବର ସାଂସଦଙ୍କୁ ସରକାର ଘେରିଥିବା ସମୟରେ ବିଜେପିର ଅନ୍ୟ ଗୋଷ୍ଠୀ ମୁହଁ ଖୋଲିନଥିଲେ। ଏହା ବି ସେବେ ଆଲୋଚନାର ବିଷୟ ହୋଇଥିଲା।

Leave A Reply

Your email address will not be published.