ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ବିଜେଡି ଟିକେ ତରତର ହେଉଛି କି ?

0

ଭୁବନେଶ୍ବର: ନୂଆବର୍ଷ ଅବ୍ୟବହିତ ପୂର୍ବରୁ ହଠାତ୍ ଓଡ଼ିଶାର ତିନି ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ବିଜେପି ଓ କଂଗ୍ରେସ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିବା ଓ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବା ଘଟଣା ଅତ୍ୟନ୍ତ ସ୍ବାଭାବିକ ଅଟେ। ସେହିଭଳି ବିଜେଡି ବିରୋଧୀଙ୍କୁ ମୁକାବିଲା କରିବା ଲାଗି ତଥା ସଂଗଠନକୁ କ୍ରିୟାଶୀଳ କରିବା ଲାଗି ରଣନୀତି ନିର୍ଧାରଣ ବୈଠକ କରିବା ଘଟଣା ବି ଆବଶ୍ୟକ ଥିଲା, ବରଂ ବିଳମ୍ବ ହେଲା ବୋଲି କୁହାଯାଇପାରେ।

ହେଲେ ବିଜେଡି ମୁଖିଆ କିଛି ନିର୍ବାଚନୀ ପ୍ରସଙ୍ଗ ସହିତ ମଇଦାନକୁ ଓହ୍ଲାଇ ଆସିବା ଘଟଣାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଉଛନ୍ତି। ହଠାତ୍ ଏମିତି କଣ ହେଲା ଯେ ବିଜେଡି ବିରୋଧୀ ଶକ୍ତିକୁ ଦମନ କରିବା ଲାଗି ପ୍ରସଙ୍ଗ ସହିତ ଓହ୍ଲାଇବାକୁ ପଡ଼ିଲା? ପୁଣି ଏମିତି ସବୁ ପ୍ରସଙ୍ଗ ସାମ୍ନାକୁ ଆସିଛି, ଯାହା ସହିତ ପୌର ବା ପଞ୍ଚାୟତ ନିର୍ବାଚନର କୌଣସି ସଂପର୍କ ନାହିଁ। ଏସବୁକୁ ନେଇ ବିଜେଡି ଯେତେ ଆଗକୁ ଯିବ, ସେତେ ଝୁଣ୍ଟିବ। ତା ପରେ ବି ?

ବିଜେଡିର ରଣନୀତିକାରମାନେ ଆଉ କିଛି ଆଶଙ୍କା କରୁଛନ୍ତି କି?

ବିଜୁ ଜନତା ଦଳ ଗତ ୨୦ବର୍ଷ ଧରି ଓଡ଼ିଶା ରାଜନୀତିରେ ଯେଉଁ ଗୋଟି ଚଳାଇଆସିଛି, ତାହା ଅତ୍ୟନ୍ତ ସଫଳ ହୋଇଛି। ସରକାରୀସ୍ତରରେ ଅନେକ ନିଷ୍ପତ୍ତି ମଧ୍ୟ ବିଜେଡି ଭୋଟ୍ ବ୍ୟାଙ୍କ ବଢ଼ାଇବାରେ ମୁଖ୍ୟ ଭୂମିକା ସାଜିଛି। ଏଥିରେ କାହାର ଦ୍ବିମତ ନାହିଁ। ହେଲେ କାହିଁକି କେଜାଣି; ଗତ କିଛି ଦିନ ଧରି ସରକାରୀସ୍ତରରେ ନିଆଯାଉଥିବା ନିଷ୍ପତ୍ତି ବା କାର୍ଯ୍ୟ ହିଁ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି। ଏଇ ଯେମିତି ରଥଯାତ୍ରା କରାଯିବା ଠାରୁ ଆରମ୍ଭ କରି ପାଠକ, ପରୀ ପ୍ରସଙ୍ଗ। ଏସବୁ ପ୍ରସଙ୍ଗରେ ପଦକ୍ଷେପ ନା ସରକାରଙ୍କୁ ସୁହାଉଛି ନା ବିଜେଡିକୁ। ବରଂ କେଉଁଠି ନା କେଉଁଠି ଜଳ ଜଳ ହୋଇ ଦିଶୁଛି ଯେ ଏହା ଉଭୟଙ୍କୁ କ୍ଷତି କରିଛି ଓ ଆଗକୁ ସଙ୍ଗିନ୍ ପରିସ୍ଥିତିରେ ପକାଇପାରେ। ସମାନ୍ତରାଳ ଭାବେ ବିରୋଧୀ ଶକ୍ତିକୁ ସକ୍ରିୟ କରିବାରେ ସହଯୋଗ ଦେଉଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏ କ୍ଷେତ୍ରରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗଟିକୁ ସଙ୍କେତ ଦେଉଛନ୍ତି। ସେମାନଙ୍କର କହିବା କଥା ହେଲା ବିଜେଡିରେ ଯେଉଁମାନେ ରଣନୀତି ନିର୍ଧାରଣ କରୁଛନ୍ତି, ସେମାନେ ସମ୍ଭବତଃ ନିଷ୍ପତ୍ତି ନେବା ବେଳେ ଭାବିପାରୁନାହାନ୍ତି ଯେ ଗତ ୨୦ବର୍ଷ ଧରି ସେମାନେ ହିଁ ଶାସନ କରୁଛନ୍ତି। ଓଡ଼ିଶାର ସବୁ ପ୍ରସଙ୍ଗ ସହିତ ଶତ ପ୍ରତିଶତ ସେମାନଙ୍କ ନେତୃତ୍ବାଧୀନ ସରକାର ହିଁ ଜଡିତ। ଏଣୁ ଯେଉଁ ପ୍ରସଙ୍ଗ ଧରିବେ ବା ଆଣିବେ, ସେଥିରେ ଗତ ୨୦ବର୍ଷର ଇତିହାସ ଉଖାରିବା ଲାଗି କୌଣସି ସୁଯୋଗ ରହୁନି ତ? ଏ ଦିଗକୁ ଯଦି ଅଣଦେଖା କରାଯିବ, ତେବେ ଅଡ଼ୁଆ ବଢ଼ିବା ସ୍ବାଭାବିକ।

ଯେମିତି ଆଇଏଏସ୍ ଅଫିସର ପ୍ରଫୁଲ୍ଲ ମିଶ୍ରଙ୍କ ମାମଲାରେ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହୋଇଥିଲା ଓ ୨୦୦୪ରେ ସରକାର ଆସିବା ପଛରେ ଏହା ଗୋଟିଏ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଥିଲା, ପରବର୍ତୀ ସମୟରେ ବିଜୟ କେତନ ଉପାଧ୍ୟାୟ ବା ଅଭୟକାନ୍ତ ପାଠକ ପ୍ରସଙ୍ଗରେ ସେମିତି କିଛି ହେଲାନି ବା ହେବାର ସମ୍ଭାବନା ନାହିଁ। ବରଂ ଏୟା ହେଲା ଯେ ପାଠକ ପ୍ରସଙ୍ଗ ସହିତ ବନୀକରଣ କେଳେଙ୍କାରୀରେ ସରକାର ଛନ୍ଦି ହୋଇଗଲେ। ଏଭଳି ଅଫିସରଙ୍କୁ କାହିଁକି ଏଯାଏ ଧରାଯାଇନଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଲା। ବନ ବିଭାଗରେ ଯେ ଦୁର୍ନୀତି ଶୀର୍ଷ ଛୁଇଁଛି ଏକଥା ପାଇଁ ଆଉ କୌଣସି ପ୍ରମାଣକୁ କେହି ଅପେକ୍ଷା କଲେନି।

ଅତୀତରେ ନବୀନ ଯେତେ ରାଜନୈତିକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେସବୁ ବିଜେଡି ଓ ସରକାର ପାଇଁ ଯଥେଷ୍ଟ ଲାଭଦାୟକ ହୋଇଛି। ପରୀ ପ୍ରସଙ୍ଗରେ କିନ୍ତୁ ସେମିତି ହେଲାନି। ବରଂ ବିଜେଡି ଗଡରେ ବିଜେପି ମାସାଧିକ ଧରି ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି। କେବଳ ସେତିକି ହୋଇଥିଲେ ଚଳିଥାନ୍ତା। ତା ଠାରୁ କିିଛି ଅଧିକ ଘଟଣା ଦେଖାଯାଉଛି। ଶିଶୁ ଅପହରଣ ପ୍ରସଙ୍ଗଟି ରାଜ୍ୟରେ ଅତ୍ୟନ୍ତ ସମ୍ବେଦନଶୀଳ ହେବାରେ ଲାଗିଛି, ଠିକ୍ ଯେମିତି ୧୯୯୦ ଦଶକ ଶେଷ ବେଳରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ କଂଗ୍ରେସ ସାମ୍ନା କରୁଥିଲା। ଯେଉଁଠି ଯେଉଁ ଶିଶୁ ଅପହରଣ ହେଲା ବା ନିଖୋଜ ହେଲା, ତାକୁ ସେଠାରେ ପରୀ ବୋଲି ଚିତ୍ରଣ କରିବା ଦ୍ବାରା ସମସ୍ତଙ୍କ ଅଜାଣତରେ ଏହି ପ୍ରସଙ୍ଗଟିର ଚେର ତଳକୁ ଯିବା ଆରମ୍ଭ କଲାଣି।

ବିଜେଡି ରଣନୀତିକାର ଭୁଲିଯିବା ଉଚିତ୍ ନୁହେଁ ଯେ ସୁଶାନ୍ତ ରାଜପୁତ ମାମଲା ବିହାରରେ ବିଜେଡିର ସଫଳତା ପଛରେ ଯଥେଷ୍ଟ ସହାୟକ ହୋଇଛି। ସେହି ଗୋଟିଏ ପ୍ରସଙ୍ଗକୁ ମୁମ୍ବାଇରୁ ବିହାର ଆଣି ବିଜେପି ସବୁ ଘରେ ତାଙ୍କ ପ୍ରତି ସହାନୁଭୂତି ସୃଷ୍ଟି କରିବାରେ ସଫଳ ହୋଇଥିଲେ। ସାରା ଭାରତର ଯୁବ ଗୋଷ୍ଠୀ ଏହି ପ୍ରସଙ୍ଗ ପଛର ରାଜନୀତି ଠାରୁ ଦୂରରେ ରହିଗଲେ, ବରଂ ପ୍ରସଙ୍ଗ ସହିତ ମାସାଧିକ କାଳ ଯୋଡି ହୋଇ କେନ୍ଦ୍ର ସରକାର, ବିଜେପିର ସବୁ ନେତାଙ୍କୁ ଶୁଣିଛନ୍ତି। ଏବେ ଓଡ଼ିଶାରେ ପରୀ ପ୍ରସଙ୍ଗଟି ସେହି ଧାରାରେ ଆଗକୁ ବଢୁଛି। ଏଥିରେ ସତ ଯିଏ ଯେତେ ସାମ୍ନାକୁ ଆଣିଲେ ବି ପ୍ରସଙ୍ଗଟି ଅଧାବାଟରେ ମୋଡ଼ିମକଚି ହୋଇଯାଉଛି। କାରଣ ସରକାରରେ ରାଜନୈତିକ ପତିଆରାର ଘୋର ଅଭାବ ରହୁଥିବାରୁ ବିରୋଧୀ ଶକ୍ତିକୁ ଜବାବ ଦିଆଯାଇପାରୁନି। ସରକାରୀ ଅଧିକାରୀ କୌଣସି ପରିସ୍ଥିତିରେ ଆସି ରାଜନୈତିକ ଦଳ ବିରୋଧରେ ପ୍ରତ୍ୟେକ୍ଷ ଲଢ଼େଇ କରିପାରିବେ ନାହିଁ, ଯାହା ଜାଣି ବିଜେପି ଆଗକୁ ବଢ଼ୁଛି।

ସ୍ମରଣଯୋଗ୍ୟ, ୧୯୯୦ ଦଶକ ଶେଷରେ ବିରୋଧୀ ଏଭଳି ଅସ୍ତ୍ର ଧରି ଆଗକୁ ବଢ଼ୁଥିଲେ। ଠିକ୍ ୩୦ବର୍ଷ ପରେ ଠିକ୍ ସେମିତି ଏକ ପରିସ୍ଥିତି ସୃଷ୍ଟି ହେଲାଣି। ଏବେ ଗଣମାଧ୍ୟମର ମାତ୍ରାଧିକ ସକ୍ରିୟତା କାରଣରୁ ବିରୋଧୀଙ୍କ ଛୋଟ ଛୋଟ କାର୍ଯ୍ୟକ୍ରମର ପ୍ରଭାବ ବଡ଼ ପ୍ରଭାବ ରହୁଛି। ଗୋଟିଏ ଘଣ୍ଟା ଭିତରେ ଯେ କୌଣସି ପ୍ରସଙ୍ଗ ସାରା ଓଡ଼ିଶା ବୁଲି ଆସୁଛି। ତାକୁ ମୁକାବିଲା ଲାଗି ଯେତେ ଅଧିକ ବିଳମ୍ବିତ ହେବ, ତାହା ସେତେ ଘରେ ପଶିବ ଓ ଦାନା ବାନ୍ଧିବ।

ଏଣୁ କେଉଁଟା ଆଗ ପ୍ରସଙ୍ଗ ନା ପତିଆରା। ନୀତି ନା ନେତା। ତାହା ଆଗ ନିର୍ଣ୍ଣୟ ନ ହେଲେ ଆଗକୁ ସରକାର ଓ ବିଜେଡି ପାଇଁ ଅଡ଼ୁଆ ବଢ଼ିପାରେ।

Leave A Reply

Your email address will not be published.