ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ

0
  • ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ
  • ଉଭୟ ଦିବଙ୍ଗତ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ଦାବୀ କଲେ କେନ୍ଦ୍ରମବୀ
  • ଦିପ୍ତୀକାନ୍ତ ସାହୁ ଏବଂ ବିକାଶ ଜେନା ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଅଭିଯୁକ୍ତଙ୍କୁ ଖଲାସ୍ କାହିଁକି କରାଗଲା
  • ନସହିପାରି ବିଜେପି ନେତାଙ୍କୁ ହତ୍ୟା
  • ଘଟଣାରେ ଶାସକ ଦଳର ନେତା ପ୍ରଥମ ଦିନ ଗୋଟିଏ କଥା କହୁଥିବା ବେଳେ ଘଟଣାର ଅଭିଯୁକ୍ତ
  • ଆଉ ଗୋଟିଏ କଥା କହୁଛି
  • ସମ୍ବିଧାନ ଓ ବ୍ୟବସ୍ଥାରେ ବିଶ୍ୱାସ କରି ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଜାରୀ
  • ରଖିବ ବିଜେପି

କଟକ ମାହାଙ୍ଗା ଅଂଚଳରେ ସର୍ବଦା ଗରିବଙ୍କ ସେବା କରୁଥିବା ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଏହି ଦିବଙ୍ଗତ ନେତାଙ୍କ ଶ୍ରଦ୍ଧାଞ୍ଜଳି ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ପୋଲିସ ଡ଼ିଜି ତଥା ପ୍ରଶାସନକୁ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ଦାବୀ କରିଛନ୍ତି ।
ଶ୍ରୀ ପ୍ରଧାନ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଫୋଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଆୟୋଜିତ ଏହି ସମାବେଶରେ କହିଛନ୍ତି ଯେ ସ୍ୱାଧିନତାକୁ ୭୫ ବର୍ଷ ପୂରଣ ହେବାକୁ ଥିବା ବେଳେ ପ୍ରଧାନମବୀ ନରେନ୍ଦ୍ର ମୋଦି ପ୍ରଧାନମବୀ ଆବାସ ଯୋଜନାରେ ଓଡ଼ିଶାର ଗରିବ ଲୋକଙ୍କ ମୁଣ୍ଡରେ ପକ୍କା ଛାତ ଘର ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କା ପଠାଉଛନ୍ତି । ମାତ୍ର ଏଠାରେ କ୍ଷମତାରେ ଥିବା ଲୋକଙ୍କ ଅବ୍ୟବସ୍ଥା କାରଣରୁ ଟଙ୍କାକୁ ଅପାତ୍ରଙ୍କୁ ଦିଆଯାଉଛି । ତେବେ ପ୍ରଧାନମବୀ ଆବାସ ଟଙ୍କା ଯୋଗ୍ୟ ପାତ୍ରଙ୍କୁ ମିଳୁ ।ଓଡ଼ିଶାରେ ବିଜେପି ଦଳ ସମ୍ବିଧାନ ଓ ବ୍ୟବସ୍ଥାରେ ବିଶ୍ୱାସ କରି ଅନ୍ୟାୟ, ଅତ୍ୟାଚାର ଓ ନୀତି ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଲଢିବା ସହ ଗରିବ ଲୋକଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରଖିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଦିନେ ପୂର୍ବପୁରୁଷଙ୍କ କାମ ପାଇଁ ପ୍ରସିଦ୍ଧ ଥିବା ମାହାଙ୍ଗା ଅଂଚଳ ଏବେ ରାଜନୈତିକ ହିଂସା ପାଇଁ ପରିଚିତ। ୨୦୧୪ରେ ଦିପ୍ତୀକାନ୍ତ ସାହୁ ଏବଂ ୨୦୧୮ରେ ବିକାଶ ଜେନା ହତ୍ୟାକାଣ୍ଡ ଏ ହତ୍ୟାକାଣ୍ଡ ସହ ସଂଶ୍ଲିଷ୍ଟ। ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ କାହିଁକି ଖଲାସ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ନସହିପାରି ଏହି ଦୁଇଟି ହତ୍ୟାକାଣ୍ଡ କରାଯାଇଛି। ଏହି ଘଟଣାରେ ଶାସକ ଦଳର ନେତା ପ୍ରଥମ ଦିନ ଗୋଟିଏ କଥା କହୁଥିବା ବେଳେ ଘଟଣାର
ଅଭିଯୁକ୍ତ ଆଉ ଗୋଟିଏ କଥା କହୁଛି । ତେଣୁ ଏଥିରୁ ଏହି ଘଟଣାରେ ଷଡଯନ୍ତ୍ର ଥିବା ସ୍ପଷ୍ଟ ବାରି ହେଉଛି ।

Leave A Reply

Your email address will not be published.