ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବୁମେରାଂ ହେଉଛି ଅପରାଜିତାଙ୍କୁ ମୁକାବିଲା !

0

ଭୁବନେଶ୍ବର: ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି। ଆହାର ଯୋଜନା ବି ଜାରି ରହିଛି। ଉଭୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ସଫଳତା ଦେଇଛି। ଏହାକୁ କାଉଣ୍ଟର କରିବା ଲାଗି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଏବେ ରାଜଧାନୀର ରାଜନୈତିକ ଉଷ୍ମତା ବଢ଼ାଇଦେଇଛି।

କୌଣସି ବି ଉଦ୍ଦେଶ୍ୟ ରଖି ମଙ୍ଗଳବାର ବିଏମ୍‌ସି ଏକ ନିଷ୍ପତ୍ତି ନେଇଛି ଯେ ରାସ୍ତାକଡ଼ରେ ରହୁଥିବା ବାସହରା ଲୋକଙ୍କୁ କେହି ଖାଦ୍ୟ ବାଣ୍ଟିପାରିବେ ନାହିଁ। ଏମିତି ହେଲେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ ଓ ସେମାନେ ବିଏମ୍‌ସି ପରିଚାଳିତ ଆଶ୍ରୟସ୍ଥଳକୁ ଯିବାକୁ ଚାହୁଁନାହାନ୍ତି। ଯଦି ସରକାରଙ୍କ ବିଏମ୍‌ସିର ବିନା ଅନୁମତିରେ କେହି ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟେ, ତେବେ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ସାଂସଦ ଅପରାଜିତା ଷଢ଼ଙ୍ଗୀ ଏହି ପ୍ରସଙ୍ଗକୁ ଆଦୌ ସ୍ପର୍ଶ ନ କରି କହିଛନ୍ତି ଯେ ସେ ଯେଉଁ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରିଛନ୍ତି, ସେଥିରେ ଟଙ୍କାକରେ ଖାଦ୍ୟ ମିଳିବ। ଅପରାଜିିତାଙ୍କ ଏଭଳି ନିଷ୍ପତ୍ତି ପରେ ଏବେ ବିଏମ୍‌ସିର କଟକଣା ଭିତରେ ସେ ଆସିବେ ନାହିଁ,ଏକଥା ସ୍ପଷ୍ଟ ହୋଇଯାଇଛି।

ଅପରାଜିିତା ଗତ ସପ୍ତାହରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଆରମ୍ଭ କରି ଖାଦ୍ୟ ପ୍ରଦାନ କଥା କହିଥିଲେ। ଏଥିରେ ପାଞ୍ଚଟି ସଂସ୍ଥାର ସହଯୋଗ ସଂପର୍କରେ ବି କୁହାଯାଇଥିଲା। ଏଥିପାଇଁ ୪୦ଲକ୍ଷ ଟଙ୍କାର ସେ ଅନୁଦାନ ପାଇଥିବା ମଧ୍ୟ କହିଥିଲେ।

ଏହି ଘଟଣା କିନ୍ତୁ କେଉଁଠି ନା କେଉଁଠି ପୁଣି ଥରେ ଅପରାଜିତା ଓ ବିଏମ୍‌ସିକୁ ମୁହାଁମୁହିଁ କରିଛନ୍ତି। କେବଳ ସେତିକି ନୁହେଁ, ଅପରାଜିତାଙ୍କ ରଣନୀତି ପରୋକ୍ଷରେ ରାଜ୍ୟ ସରକାରଙ୍କ ଗଣିତକୁ ପ୍ରଭାବିତ କରୁଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏଭଳି ଢଙ୍ଗରେ ଅପରାଜିତାଙ୍କୁ କାଉଣ୍ଟର ଯୋଜନାକୁ ନାପସନ୍ଦ କରୁଛନ୍ତି। ସେମାନଙ୍କର କହିବା କଥା ହେଲା, ବିଏମ୍‌ସି କାରନାମା ହିଁ ଅପରାଜିତାଙ୍କୁ ପ୍ରତିଦିନ ହିରୋ କରିଚାଲିଛି। ପୂର୍ବରୁ କୋଭିଡ୍ ଘଟଣାରେ ପ୍ରଶାସନ ତାଙ୍କ କାର୍ଯ୍ୟାଳୟ ତାଲା ପକାଇଲା ଓ ସମୟ ପୂର୍ବରୁ ତାଲା ଖୋଲିଲା। ସେଥିରେ ଅପରାଜିତା ରାସ୍ତାକୁ ଆସି ଜନଶୁଣାଣି କରି ସହାନୁଭୂତି ଗୋଟାଇଲେ। ସେ ଯେଉଁ ପ୍ରଶ୍ନ ଉଠାଇଲେ, ସରକାରୀ ଦଳର ନେତାମାନେ ତାର ଉତ୍ତର ବି ଦେଲେନି। ଏବେ ଏହି କ୍ଷେତ୍ରରେ ବି ଅନୁୂରୂପ ପଦକ୍ଷେପ ନେଇ ବିଏମ୍‌ସି ତୁଚ୍ଛାଟାରେ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଉସୁକାଉଛି। ବିଜେଡି ଅପରାଜିତାଙ୍କୁ ରାଜନୈତିକସ୍ତରରେ ମୁକାବିଲା କରିବା ଲାଗି ସମର୍ଥ। ରାଜନୈତିକସ୍ତରରେ ଅପରାଜିତାଙ୍କୁ କାଉଣ୍ଟର କରିବା ବଦଳରେ ବିଏମ୍‌ସି ଅସ୍ତ୍ର ଓଲଟା ବୁମେରାଂ ହେଉଛି ବୋଲି କୁହାଯାଇପାରେ। କେବଳ ସେତିକି ନୁହେଁ, ଏହା ଦ୍ବାରା ବିଜେଡିରେ ମତ ବିଭାଜନ ଲାଗି ଗୋଟିଏ ରାସ୍ତା ଖୋଲିଯାଉଛି।

Leave A Reply

Your email address will not be published.