ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଶିଶୁ ଓ ମହିଳାଙ୍କ ପାଇଁ ଖୋାଲିବ ସ୍ବତନ୍ତ୍ର ଶାଖା

0
  • ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା
  • ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ପ୍ରଦାନ

ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥି ନିମନ୍ତେ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଂଜୁର କରିଛନ୍ତି । ଏଥିରେ ପୋଲିସ ବିଭାଗର ୬୦ ଟି ପଦବୀ ସହିତ ସାଇବର ଫରେନସିକ୍ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଂଜୁର କରାଯାଇଛି। ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ । ଏଥିରେ ଦୁଇ ଜଣ ଅତିରିକ୍ତ ଏସ୍.ପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏ.ଏସ୍.ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏହା ସହିତ ୫ଜଣ ମନ୍ତ୍ରୀ କର୍ମଚାରୀ ପଦବୀକୁ ମଧ୍ୟ ମଂଜୁର କରାଯାଇଛି ।

Leave A Reply

Your email address will not be published.