ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପାଞ୍ଜିରୁ ଆସିଲା ଦେଶ ଓ ରାଜ୍ୟ ପାଇଁ ବଡ଼ ଖବର

0

ଭୁବନେଶ୍ବର: ଓଡ଼ିଆ ନୂଆବର୍ଷ ପରଠାରୁ କିଭଳି ରହିବ ଦେଶ ଓ ରାଜ୍ୟର ଚିତ୍ର? ଏଥର କେଉଁ ପର୍ବ କେଉଁ ଦିନ ପଡ଼ିବ? କେବେ ରହିଛି ବିବାହ ଓ ବ୍ରତାଦି ତିଥି? କେଉଁ ଦିନ ଶୁଭ, କେବେ ଅଶୁଭ?

ପ୍ରତିବର୍ଷ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଣିଥାନ୍ତି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପଞ୍ଜିକାକାରମାନେ। କରୋନା ପରବର୍ତୀ ସମୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। କିଭଳି ସେମାନଙ୍କର ସମୟ ରହିବ ଏବଂ ଆସନ୍ତା ଦିନ କିଭଳି ବିତିବ, ସେକଥା ଜାଣିବା ଲାଗି ସମସ୍ତଙ୍କ ମନରେ ଆଗ୍ରହ ବହୁଗୁଣିତ ହୋଇଛି। ଏଭଳିସ୍ଥଳେ ଓଡ଼ିଆ ନବବର୍ଷ ପାଇଁ ବଜାରକୁ ବିଭିନ୍ନ ପଣ୍ଡିତମାନେ ସେମାନଙ୍କ ପଞ୍ଜିକା ଆଣିଛନ୍ତି। ଯଦିଓ ଦୋଳପୂର୍ଣ୍ଣିମୀ ଦିନ ଦୋଳବେଦୀମାନଙ୍କର ଏହି ପଞ୍ଜିକା ପଠନ ହୁଏ ଓ ବୈଶାଖ ପ୍ରଥମ ଦିନରୁ ପଞ୍ଜିକାକାରମାନେ ସେମାନଙ୍କ ଗଣନା କରିଛନ୍ତି, ତଥାପି ଏବେଠାରୁ ଏ ନେଇ ଆଗ୍ରହ ବହୁଗୁଣିତ ହେଲାଣି।

୨୦୨୧-୨୨ ମସିହା ପାଇଁ ପଞ୍ଜିକାରେ ରାଷ୍ଟ୍ରଫଳ ବର୍ଣ୍ଣନା କରାଯାଇଛି। ଅରୁଣୋଦୟ ପ୍ରେସ ପକ୍ଷରୁ ପ୍ରକାଶିତ ନୂତନ ଖଡ଼ୀରତ୍ନ ପଞ୍ଜିକା ବିଶ୍ବ ସମାଚାର ସଂପର୍କରେ ପୂର୍ବାନୁମାନ କରିଛି ଯେ ଏହି ସମ୍ବତ୍ସରରେ ଦେଶ ଦେଶ ମଧ୍ୟରେ ଗୋପନ ଶକ୍ତି ପ୍ରଦର୍ଶନ ପ୍ରକ୍ରିୟା ଯୋଗୁଁ ଜୀବଜଗତ ଅସ୍ତବ୍ୟସ୍ତ ଏବଂ ହା ହତାଶରେ ଜୀବନ ନିର୍ବାହ କରିବେ। ଆଫ୍ରିକାରେ ପ୍ରାକୃତିକ ବିପର୍ଯ୍ୟୟ, ଅଷ୍ଟ୍ରେଲିଆରେ ବର୍ଣ୍ଣଗତ ସମସ୍ୟା, କାନାଡାରେ ଆଭ୍ୟନ୍ତରୀଣ ସମସ୍ୟା ଏବଂ ଆମେରିକାର ଅହଂଭାଗର ଗଭୀର ପ୍ରଭାବ ଅର୍ଥନୀତି ଉପରେ ପଡି଼ବ।

ଚୀନ ଓ ଜାପାନ ମଧ୍ୟରେ ପରସ୍ପର ଈର୍ଷା, ଦକ୍ଷିଣ କୋରିଆରେ ପରସ୍ପର ବିରୋଧୀ ମନୋଭାବ ଜାଗ୍ରତ ହେବ। ଜର୍ମାନୀରେ ରାଜନୈତିକ ବିଦ୍ରୋହର ଆଶଙ୍କା ରହିଛି। ଏହାବ୍ୟତୀତ ବାତ୍ୟା, ବନ୍ୟା, ଭୂକମ୍ପ, ଭୂସ୍ଖଳନ ଭଳି ଭୟାନକ ଚିତ୍ର ଦେଖିବାକୁ ମିଳିପାରେ। ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଜନସାଧାରଣ ଅଜଣା ରୋଗର ଶିକାର ହୋଇପାରନ୍ତି।

ଭାରତ ପାଇଁ ପଞ୍ଜିକାକାରମାନେ ଯେଉଁ ଚିତ୍ର ରଖିଛନ୍ତି, ସେଥିରେ କୁହାଯାଇଛି ଯେ ଦେଶରେ ସରକାର ସୁଦୃଢ ରହିବ। ରାଜନୈତିକ ସମସ୍ୟା ଆଦୌ ଦେଖାଦେଇନପାରେ। ପ୍ରତି କଥା ସହଜରେ ଅର୍ଥାତ୍ ଆପେ ଆପେ ସମାଧାନ ହୋଇଯିବ। କେନ୍ଦ୍ର ସରକାରଙ୍କ ନୀତି ଓ ଆଦର୍ଶ ସମଗ୍ର ଭାରତବର୍ଷର ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଖୁସି କରିବ। ସାମାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇପାରେ। କିଛି ସ୍ଥାନରେ ଜଳାଭାବ, ବାତ୍ୟା ଓ ଭୂକମ୍ପ ଦେଖାଦେଇପାରେ।

ଓଡ଼ିଶା ସଂପର୍କରେ ପଞ୍ଜିକାକାରମାନେ ପୂର୍ବାନୁମାନ କରିଛନ୍ତି ଯେ ରାଜ୍ୟର ଉନ୍ନତି କ୍ଷେତ୍ରରେ ସାମାନ୍ୟ ବାଧା ସୃଷ୍ଟି ହୋଇପାରେ। ରାଜ୍ୟ ମୁଖ୍ୟଙ୍କ ଅଧୀନରେ ଶାସନ ରହିବ।ରାଜନୈତିକ ଅସ୍ଥିରତା ଦେଖାଯିବ ନାହିଁ। ସମସ୍ତେ ରାଜନେତାମାନେ ଏକାଠି ହୋଇ ରାଜ୍ୟର ଉନ୍ନତି ପାଇଁ ଚେଷ୍ଟା କରିବେ। ଶାସନ ସ୍ଥିର ରହିବ। ଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ, ବିଦ୍ୟୁତ ତଥା କୃଷି ସରକାରଙ୍କ ଫୋକସ୍‌ରେ ରହିବ। ରାଜ୍ୟ ବିଶ୍ବସ୍ତରରେ ସମ୍ମାନିତ ହେବ।

Leave A Reply

Your email address will not be published.