ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଅଗଷ୍ଟ ପହିଲାରେ ‘ନିଟ୍’

0

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଏନ୍‌ଟିଏ ଶୁକ୍ରବାରଘୋଷଣା କରିଛି। ପ୍ରତ୍ୟେକ୍ଷ ଭାବେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଏଥର ଇଂରାଜି ସମେତ ୧୧ଟି ଭାଷାରେ ଏହି ପରୀକ୍ଷା କରାଯିବ।

ସରକାର ପୂର୍ବରୁ ଅନ୍‌ଲାଇନରେ ଏହି ପରୀକ୍ଷା କରିବାକୁ ଚିନ୍ତା କରୁଥିଲେ। କିନ୍ତୁ ଶେଷ ମୁହୂର୍ତରେ ଏଥିରେ ପରିବର୍ତ୍ତନ ଅଣାଯାଇଛି। ମେଡିକାଲ୍ ଏବଂ ଡେଣ୍ଟାଲ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହା ଏକ ବଡ଼ ପ୍ରବେଶିକା ପରୀକ୍ଷଆ ଅଟେ।

ଏନ୍‌ଟିଏ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଏସସି ନର୍ସିଂ ଏବଂ ବି.ଏସ୍ ଲାଇଫ୍ ସାଇନ୍ସରେ ନାମଲେଖା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରୀ ମହାବିଦ୍ୟାଳୟର ଅନ୍ୟାନ୍ୟ ସଂସ୍ଥା ନିଟ୍‌ର ଫଳାଫଳ ବ୍ୟବହାର କରିପାରିବେ।

ଚଳିତ ବର୍ଷ କେବଳ ଗୋଟିଏ ଅର୍ଥାତ୍ ଥରୁଟିଏ ପାଇଁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ଚଳିତ ବର୍ଷ ଠାରୁ ପ୍ରତିବର୍ଷ ଦୁଇଥର ନିଟ୍‌ ଆୟୋଜନ କରିବାକୁ ଚିନ୍ତା କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ସ୍ଥଗିତ କରାଯାଇଛି।

ପ୍ରତିବର୍ଷ ନିଟ୍‌ ପାଇଁ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ହୁଅନ୍ତି। ନିଟ୍‌ ୨୦୨୦ରେ ୧୬ ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୧୩.୫ ଲକ୍ଷ ପରୀକ୍ଷା ପାଇଁ ହାଜର ହୋଇଥିଲେ।

Leave A Reply

Your email address will not be published.