ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଗ୍ରାମାଞ୍ଚଳ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଡ଼ ନିଷ୍ପତ୍ତି

0
  • ସମନ୍ୱୟ ରକ୍ଷା ଲାଗି ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ନିର୍ଦ୍ଦେଶନାମା ଜାରି


ଭୁବନେଶ୍ୱର: ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସହିତ ପୌରସଂସ୍ଥା ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବହାର କରି ଗାଁ ଗୁଡିକର ସଠିକ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି।

ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ, ମିଳିତଭାବେ ଜାରି ଏକ ନିର୍ଦେଶାବଳୀ ମାଧ୍ୟମରେ ସବୁ ଜିଲ୍ଲାର ଜ଼ିଲ୍ଲାପାଳ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗୁଡିକର ପ୍ରକଳ୍ପ ନିର୍ଦେଶକ, ମୁନିସିପାଲ କର୍ପୋରେସନ କମିସନର, ସମସ୍ତ ମୁନିସିପାଲିଟି
ଏବଂ ବିଜ୍ଞାପିତ ଅଂଚଳ ପରିଷଦର ର୍ନିବାହୀ ଅଧିକାରୀ ତଥା, ସମସ୍ତ ବ୍ଲକର ବିଡ଼ିଓମାନଙ୍କୁ ଜଣାଇଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଡ଼ି .କେ ସିଂହ ଓ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନାନ ମିଳିତ ନିର୍ଦେଶାବଳୀ ମାଧ୍ୟମରେ ପରିବେଶ ସୁରକ୍ଷା ଏବଂ ବୈଧାନିକ ବିଧି ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏପରି ଉଦ୍ୟମର ଗୁରୁତ୍ୱ ସମ୍ପର୍କରେ ଜ଼ିଲ୍ଲାପାଳମାନଙ୍କୁ ଅବଗତ କରାଇଛନ୍ତି ।

ଏହି କ୍ରମରେ ବାଲେଶ୍ୱର ମୁନିସିପାଲିଟି ନିକଟସ୍ଥ ୯୦ ପଞ୍ଚାୟତରେ ଏହାର ପାଇଲଟ ପ୍ରକଳ୍ପ କରାଯାଇଛି ଏବଂ ଏହି ପ୍ରୟାସ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି । ସେହିପରି ସହରଗୁଡିକ ଠାରୁ ୨୦ କିଲୋମିଟର ଭିତରେ ଅବସ୍ଥିତ ରାଜ୍ୟର ସମସ୍ତ ପଞ୍ଚାୟତଗୁଡିକୁ ସଠିକ ମଳ ପରିଚାଳନା ନିମନ୍ତେ ସହର ସହିତ ସଂଲଗ୍ନ କରିବାକୁ ମଧ୍ୟ ଜ଼ିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି। ସହରରେ ଅବସ୍ଥାପିତ ମଳ ଉପଚାର ନିମନ୍ତେ ଉଦ୍ଧିଷ୍ଟ ସମସ୍ତ ବ୍ୟବସ୍ଥା ଯେପରିକି ପାଇଖାନା ଟାଙ୍କିରୁ ମଳ ବିଶୋଧନାଗାର ପର୍ଯ୍ୟନ୍ତ ପଠାଇବା ପାଇଁ ମଇଳା ବୁହା ଗାଡି ଆଦିର ବ୍ୟବହାର ଏବଂ ଅବଶ୍ୟକୀୟ ଦେୟ କିଭଳି ଆଦାୟ କରାଯାଇପାରିବ ତାହା ସମ୍ପୃକ୍ତ ଅଧିକାରୀ ସ୍ଥିର କରିବେ। ଏଠାରେ ସୂଚନାଯୋଗ୍ୟ ଯେ ୪୫ଟି ପୌରସଂସ୍ଥାରେ ମଳ ଉପଚାର ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟାନ୍ୟ ପୌରସଂସ୍ଥାଗୁଡିକରେ ଏହାର ର୍ନିମାଣ ଜାରି ରହିଛି ।

ସେହିପରି ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ୧୧୪ ଟି ପୌରସଂସ୍ଥାରେ ମ୍ୟାଟେରିଅ।ଲ ରିକଭରୀ ବ୍ୟବସ୍ଥା କରାଯାଇଛି। ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ପଞ୍ଚାୟତଗୁଡ଼ିକରୁ ୧୦୦ ପ୍ରତିଶତ ଶୁଖିଲା ବର୍ଜ୍ୟ ବସ୍ତୁ କିପରି ର୍ନିଦ୍ଧାରିତ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରି ଫାସିଲିଟିକୁ ଆସିପାରିବ ସେଗୁଡିକୁ ପଞ୍ଚାୟତର ଦାୟିତ୍ୱ ଓ ପରିବାର ଗୁଡ଼ିକରୁ ଅଲଗା ଭାବେ ଶୁଖିଲା ବର୍ଜ୍ୟ ବସ୍ତୁ କିପରି ସଂଗ୍ରହ ହୋଇ ଆସିବା ତାହା ପଞ୍ଚାୟତ ଉପରେ ନ୍ୟସ୍ତ । କେତେ ପରିମାଣର ଏବଂ କେତେ ଥର ଶୁଖିଲା ବର୍ଜ୍ୟ ବସ୍ତୁ ପଞ୍ଚାୟତ ମାନଙ୍କରୁ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରୀ ଫାସିଲିଟି ଆସିବ ତାହା ପଞ୍ଚାୟତ ସ୍ଥିର କରିବେ । ଆବଶ୍ୟକ ସ୍ଥଳେ ପଞ୍ଚାୟତ କିମ୍ବା ଗାଁ ସ୍ତରରେ ଶୁଖିଲା ବର୍ଜ୍ୟ ବସ୍ତୁକୁ ଗଛିତ ରଖିବା ପାଇଁ ଏକ ଅସ୍ଥାୟୀ ଭଣ୍ଡାର ବ୍ୟବସ୍ଥା କରିପାରିବେ । ତେବେ ପଞ୍ଚାୟତଗୁଡ଼ିକରୁ ପୌରସଂସ୍ଥାକୁ ଆସୁଥିବା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁର ପରିଚାଳନା ଏବଂ ପ୍ରକ୍ରିୟାକରଣ ପୌରସଂସ୍ଥା ଉପରେ ନ୍ୟସ୍ତ ହୋଇଛି । ଯେହେତୁ ସଠିକ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ମାନ୍ୟବର ସବୁଜ ପ୍ରାଧିକରଣ ଏବଂ ପରିବେଶ ଆଇନ ଅନ୍ତର୍ଭୁକ୍ତ; ଉପଯୁକ୍ତ ସମୟ ସୀମା ମଧ୍ୟରେ ଜାରି କରାଯଇଥିବା ଉକ୍ତ ନିର୍ଦେଶାବଳୀର କାର୍ଯ୍ୟକାରିତା ଏବଂ ପରିଚାଳନା କିପରି ସଠିକ ଭାବେ ହୋଇପାରିବ ସେଥିନିମନ୍ତେ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.