ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଦୁଃଖ ଲଦିଦେଲେ ବରିଷ୍ଠ ପ୍ରଶାସକ ଗୁରୁପ୍ରସାଦ

0

ଭୁବନେଶ୍ବର: ବରିଷ୍ଠ ପୁଲିସ ଅଧିକାରୀ ଡ. ଦେବାଶିଷ ପାଣିଗ୍ରାହୀଙ୍କର ମୃତ୍ୟୁ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି। ଠିକ୍ ଏମିତି ସମୟରେ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁଜୁରାଟ କ୍ୟାଡର ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଆ ପୁଅ ଗୁରୁ ପ୍ରସାଦ ମହାପାତ୍ରଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ଗୁରୁପ୍ରସାଦ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ପୁଅ।

ଗୁଜୁରାଟ କ୍ୟାଡରର ଏହି ଅଧିକାରୀ ତିନି ବର୍ଷରୁ ଅଧିକ ସମୟ ପାଇଁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର କମିସନର ଭାବରେ କାର୍ଯ୍ୟ କରିଥିଲେ ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଯୁଗ୍ମ ସଚିବ ଭାବରେ ତାଙ୍କର ପ୍ରାୟ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ପରେ କେନ୍ଦ୍ର ସରକାର ତାଙ୍କୁ ଡିପିଆଇଆଇଟି (ଡିପାର୍ଟମେଣ୍ଟ ଫର୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାସନାଲ ଟ୍ରେଡ୍) ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଥିଲେ।

ଶ୍ରୀ ମହାପାତ୍ର ମଧ୍ୟ ଗୁଜୁରାଟରେ ଥିବା ସମୟରେ ଗୁଜୁରାଟ ଶିଳ୍ପ ବିକାଶ ନିଗମ (ଜିଇଡିସି) ର ଯୁଗ୍ମ ଏମଡି, ବିକ୍ରୟ କର ବିଭାଗର ସ୍ୱତନ୍ତ୍ର କମିସନର (ଏନଫୋର୍ସମେଣ୍ଟ) ତଥା ବାଣିଜ୍ୟିକ ଟିକସ କମିଶନର ତଥା ପରିବହନ କମିଶନର ଭାବରେ କାର୍ଯ୍ୟ କରିଥିଲେ।

ବିଦ୍ୟୁତ୍ କ୍ଷେତ୍ରରେ ତାଙ୍କର ଏକ ସ୍ବତନ୍ତ୍ର ଅବଦାନ ଥିଲା। ସେ ଗୁଜରାଟରେ ବିଦ୍ୟୁତ୍ କ୍ଷେତ୍ରର ବ୍ୟାପକ ସଂସ୍କାର ଏବଂ ପୂର୍ବ ଗୁଜୁରାଟ ବିଦ୍ୟୁତ୍ ବୋର୍ଡର ପୁନଃ ନିର୍ମାଣରେ ଜଡିତ ହୋଇଥିଲେ। ସେ ୨୦୦୨ରେ ଗୁଜୁରାଟ ବିଦ୍ୟୁତ୍ ବୋର୍ଡ ସହିତ ରାଜ୍ୟ ବିଦ୍ୟୁତ୍ ସେକ୍ଟରରେ ଆରମ୍ଭ କରିଥିଲେ ଏବଂ ଜିଏସ୍‌ଇସି (ଜେନେରେସନ୍ କମ୍ପାନୀ) ପରି ବିଭିନ୍ନ ବିଦ୍ୟୁତ୍ କମ୍ପାନୀ ଏବଂ ପିଜିଭିସିଏଲ୍‌, ଡିଜିଭିସିଏଲ୍‌, ୟୁଜିଭିସିଏଲ୍‌ ପରି ବିତରଣ କମ୍ପାନିଗୁଡିକ ସହିତ କାର୍ଯ୍ୟ କରିଥିଲେ। ରାସାୟନିକ ଏବଂ ସାର କ୍ଷେତ୍ରରେ ତାଙ୍କର ସମୃଦ୍ଧ ଏବଂ ବିବିଧ ଅଭିଜ୍ଞତା ରହିଥିଲା। ସେ ୧୯୯୯ ରୁ ୨୦୦୨ ପର୍ଯ୍ୟନ୍ତ ସୁରଟ ମ୍ୟୁନିସିପାଲ କର୍ପୋରେସନରେ ମ୍ୟୁନିସିପାଲିଟି କମିସନର ଭାବରେ କାର୍ଯ୍ୟ କରିଥିଲେ, ଏହି ସମୟରେ ସେ ଏହି ସୁରଟକୁ ଦେଶର ସହରୀ ଶାସନର ଏକ ମଡେଲରେ ପରିଣତ କରିବା ପ୍ରକ୍ରିୟାରେ ସକ୍ରିୟ ଭାବରେ ଜଡିତ ଥିଲେ। ରାଜନୀତି ବିଜ୍ଞାନରେ ସେ ଏମ୍‌ଏ ଏବଂ କୂଟନୀତି (ଆନ୍ତର୍ଜାତୀୟ ସମ୍ପର୍କ) ରେ ଏମ୍ ଫିଲ୍ ପାସ୍ କରିଥିଲେ।

ଶ୍ରୀ ମହାପାତ୍ରଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯଦିଓ ଶ୍ରୀ ମହାପାତ୍ରଙ୍କର କର୍ମଭୂମି ଗୁଜରାଟ ଥିଲା, ଓଡ଼ିଶା କିନ୍ତୁ ପ୍ରକୃତ ଯୋଦ୍ଧାଙ୍କୁ ହରାଇଲା। ସେ ଦେଶର କୋଭିଡ୍ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ସୁରଟ ବିକାଶ ଠାରୁ ଆରମ୍ଭ କରି ଗୁଜରାଟରେ ସହରାଞ୍ଚଳ ବିକାଶରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ଥିଲା। ସେହିପରି ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.