ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

୮୫ ବ୍ଲକକୁ ଆରମ୍ଭରୁ ଧୋକା ଦେଲା ମୌସୁମୀ

0
  • ଜମି ପାଇଲାନି ବର୍ଷା ପାଣି, ଚାଷୀ ମୁଣ୍ଡରେ ହାତ ଦେଲେଣି
  • ୧୬ ବ୍ଲକରେ ସ୍ଥିତି ଅତି ଉତ୍କଟ, ୬୦ ପ୍ରତିଶତରୁ କମ୍ ବର୍ଷା ହୋଇଛି
  • ଜୁନର ବାକି ଦିନରେ ଦକ୍ଷିଣ ଓ ଉପକୂଳରେ ବଡ଼ ବର୍ଷା ସମ୍ଭାବନା କ୍ଷୀଣ

ଭୁବନେଶ୍ବର: ଚଳିତବର୍ଷ ଠିକ୍ ସମୟରେ ଅର୍ଥାତ୍ ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଲା। ଜୁନ୍ ମାସରେ ରାଜ୍ୟରେ ସ୍ବାଭାବିକ ବର୍ଷା ୨୧୧ ମିମି ରହିଥିବା ବେଳେ ଚଳିତବର୍ଷ ଜୁନ୍ ୧ରୁ ୧୯ ତାରିଖ ମଧ୍ୟରେ କିନ୍ତୁ ସ୍ବାଭାବିକ ଠାରୁ ଅଧିକ ଅର୍ଥାତ୍ ୧୩୧ ମିମି ବର୍ଷା ରେକର୍ଡ ହୋଇଛି। ହେଲେ ଏହି ଗାଣିତିକ ତଥ୍ୟ କିନ୍ତୁ ଚାଷୀମାନଙ୍କୁ ଖୁସି କରିନି। କାରଣ ଏହି ଗାଣିତିକ ତଥ୍ୟ ଆଧାରରେ ଚାଷୀ ବିଲରେ କାମ କରେନାହିଁ।

ଓୟୁଏଟି ପୂର୍ବତନ କୁଳପତି . ସୁରେନ୍ଦ୍ର ନାଥ ପଶୁପାଳକ

ବାସ୍ତବ କଥା ହେଲା, ଦକ୍ଷିଣ ଓଡ଼ିଶା ଓ କିଛି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କମ୍ ବର୍ଷା ହୋଇଛି। ସେଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ଉପକୂଳବର୍ତ୍ତୀ ଖୋର୍ଧା, ନୟାଗଡ। ଯଦି ବ୍ଲକକୁ ଯୁନିଟ୍ ଭାବେ ଗ୍ରହଣ କରି ବିଚାରକୁ ନିଆଯିବ, ତେବେ ଏ ସ୍ଥିତି କେତେ ଉତ୍କଟ ତାହା ଯେ କେହି ଜାଣିପାରିବ। ପାଣିପାଗ ଚିତ୍ର ଦେଖି ବିଜ୍ଞାନୀମାନେ ପୂର୍ବାନୁମାନ କଲେଣି ଯେ ଏସବୁ ଅଞ୍ଚଳରେ ଜୁନ ମାସରେ ଆଉ ବଡ଼ ବର୍ଷାର ସମ୍ଭାବନା ବିଶେଷ ନାହି। ଅର୍ଥାତ୍ ମୌସୁମୀ ଏ ଅଞ୍ଚଳର ଚାଷୀମାନଙ୍କ ପାଇଁ ବିଶେଷ କିଛି ଖୁସି ଖବର ଆଣି ଆସିଲା ନାହିଁ।

କୃଷି ପାଣିପାଗ ବିଜ୍ଞାନୀ ତଥା ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ, ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା କଥା ହେଉଛି, ଚଳିତବର୍ଷ ଆରମ୍ଭରୁ ୮୫ ବ୍ଲକରେ ନିଅଣ୍ଟିଆ ବର୍ଷା (୨୦ ପ୍ରତିଶତରୁ ଅଧିକ) ହୋଇଛି। ଏସବୁ ବ୍ଲକରେ ବର୍ଷାର ପରିମାଣ ୮୪ମିମି ତଳେ। ୪୩ଟି ବ୍ଲକରେ ୬୩ମିମିରୁ କମ୍ ବର୍ଷା ରେକର୍ଡ ହୋଇଛି। ଯାହାକି ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ। ସେହିପରି ୧୬ଟି ବ୍ଲକରେ ୪୨ମିମିରୁ କମ୍ ବର୍ଷା ହୋଇଛି। ଅର୍ଥାତ୍ ସ୍ବାଭାବିକ ତୁଳନାରେ ଏଠାରେ ୬୦ ପ୍ରତିଶତରୁ କମ୍ ବର୍ଷା ହୋଇଛି।

ଏସବୁ ବ୍ଲକ ମଧ୍ୟରୁ ଗଞ୍ଜାମରେ ୪ଟି, ରାୟଗଡାରେ ୨ଟି, ଖୋର୍ଧାରେ ୨ଟି, ପୁରୀରେ ଗୋଟିଏ, କନ୍ଧମାଳରେ ଦୁଇଟି ବ୍ଲକ ରହିଛି। ବାକି ପାଞ୍ଚଟି ବ୍ଲକ ମୟୂରଭଂଜ, ଭଦ୍ରକ, କେନ୍ଦୁଝର, କଳାହାଣ୍ଡି, ଅନୁଗୁଳରେ। ବୁଗୁଡା ବ୍ଲକରେ ମାତ୍ର ୧୮ମିମି ବର୍ଷା ହୋଇଛି। ଏସବୁ ବ୍ଲକରେ କୌଣସି ଚାଷ କାମ ଆରମ୍ଭ ହୋଇପାରିବ ନାହିଁ।

ଡ. ପଶୁପାଳକ ଆକଳନ କରି କହିଛନ୍ତି ଯେ ଆସନ୍ତା ୨୩ ଓ ୨୪ ତାରିଖରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। ଏହା ପରେ ଜୁନ୍ ଶେଷ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଯଦି ଲଘୁଚାପ ହୁଏ, ତେବେ ଏ ଚିତ୍ର ବଦଳିପାରେ।

ଏଠାରେ ଉଲ୍ଲେଖଥାଉକି, ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ବର୍ଷା ହୋଇଥିବା ବ୍ଲକ ହେଲା କୁଚିଣ୍ଡା (୩୮୧ ମିମି), କୋଟପାଡ଼ (୩୬୦ମିମି) ଏବଂ ସୋନପୁର (୩୦୬ ମିମି)।

Leave A Reply

Your email address will not be published.