ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କୁ ହରାଇଲା ଓଡ଼ିଶା

0

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି, ଶାନ୍ତିରାଜ ଖୋସଲାଙ୍କୁ କରୋନା ଛଡାଇ ନେଇଥିଲା। ଏ ଦୁଃଖରୁ ନିସ୍ତାର ମିଳିନି। ଶନିବାର ବିଳମ୍ବିତ ରାତିରେ ଓଡ଼ିଶାର ଆଗ ଧାଡ଼ିର କଣ୍ଠଶିଳ୍ପୀ ତପୁ ମିଶ୍ର ସମସ୍ତଙ୍କୁ ପର କରିି ଦୁନିଆ ଛାଡ଼ିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦୁଇ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା।

ମେ’ ପ୍ରଥମ ସପ୍ତାହରେ ତାଙ୍କର ବାପାଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିଲା। ଏହା ପରେ ପରେ ସେ ନିଜେ କୋଭିଡ୍ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅବସ୍ଥା ଧୀରେ ଧୀରେ ଗୁରୁତର ଆଡକୁ ଗତି କରିଥିଲା ଏବଂ ଗତ ମାସ ୧୯ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅମ୍ଳଜାନସ୍ତର କମିବା ଆରମ୍ଭ କରିବା ସହ ସେ ଅତି ଗୁରୁତର ଅବସ୍ଥାକୁ ଚାଲିଯାଇଥିଲେ।

ଶୁକ୍ରବାର ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତାଙ୍କୁ ଏକ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରିଥିଲେ। ସିନେ କଳାକାରମାନେ ମଧ୍ୟ ତପୁଙ୍କ ଜୀବନ ବଞ୍ଚାଇବା ଲାଗି ଢେର୍ ଉଦ୍ୟମ କରିଥିଲେ। ହେଲେ ତପୁ କରୋନା ପରବର୍ତ୍ତୀ ଜଟିଳତାକୁ ସାମ୍ନା କରି ନପାରି ପରାସ୍ତ ହୋଇଥିଲେ। ତାଙ୍କର ମୃତ୍ୟୁ ଖବର ସମଗ୍ର ଓଡ଼ିଶାର ସିନେ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି।

୨୦୦୩ ମସିହାରେ କୁଳନନ୍ଦନ ଚଳଚ୍ଚିତ୍ରରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ତପୁ ପରବର୍ତ୍ତୀ ସମୟରେ ମଥାରେ ଓଢଣୀ ଠାରୁ ଆରମ୍ଭ କରି ଆୟୁ ଲଭ୍ ୟୁ, ଚକୋଲେଟ୍ ଆଦି ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ତାଙ୍କ ସୁମଧୁର କଣ୍ଠ ପାଇଁ ସେ ଘରେ ଘରେ ପରିଚିତ ଥିଲେ।

Leave A Reply

Your email address will not be published.