ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଚିଲ୍ଲେଇଲା ବିଜେପି: ଟିକା ମୋଦୀ ଦେଇଛନ୍ତି, ନବୀନଙ୍କ ଫଟୋ କାହିଁକି ଲାଗିବ?

0
  • ବାଲେଶ୍ବର, ଜୟପୁର ଓ ରାୟଗଡା ଟିକାକରଣ କେନ୍ଦ୍ରରେ ପ୍ରତିବାଦ କଲା ବିଜେପି
  • ନବୀନ ପ୍ରଚାର, ପ୍ରସାରରେ ବିଶ୍ବାସ କରନ୍ତିନି, ଏହା ବିଜେପିର କାମ:ବିଜେଡି

ଭୁବନେଶ୍ବର: ଟିକାଦାନ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭଦ୍ରକ, ବାଲେଶ୍ବର ଠାରୁ ଆରମ୍ଭ କରି ଜୟପୁର, ରାୟଗଡ଼ା ପର୍ଯ୍ୟନ୍ତ ସବୁଠାରେ ବିଜେପି କର୍ମୀମାନ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି।

ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ ପ୍ରତିବାଦ କରି କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କର ନୀଚ୍ଚ ରାଜନୀତି। ବିଜେପି କହିଛି, କେନ୍ଦ୍ର ଅନୁଦାନରେ କିଣା ଯାଇଥିବା ଟିକା କାର୍ଡ଼ରେ ନବୀନ ବାବୁଙ୍କ ଫଟୋ ଲଗେଇ ବିଜେଡ଼ି ଦଳୀୟ ପ୍ରଚାର କରିବାର ଘୃଣ୍ୟ ମାନସିକତାକୁ ଆମେ ଘୋର ବିରୋଧ କରୁଛୁ। ଟେଣ୍ଡର ପ୍ରକ୍ରିୟା କରିବା ପାଇଁ ଆଗଭର ହୋଇ ପ୍ରଥମେ ଟିକାକରଣ ପ୍ରକ୍ରିୟାକୁ ପଥଭଷ୍ଟ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଟୀକା ଯୋଗାଣ ଓ ଏହାର ନିୟନ୍ତ୍ରଣ କରନ୍ତୁ ବୋଲି କହିଥିଲେ। ଆଜି ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮ରୁ ୪୪ ବର୍ଷ ନାଗରିକଙ୍କୁ ମାଗଣା ଟିକା ଯୋଗାଯିବ ବୋଲି ପ୍ରଧାମନ୍ତ୍ରୀଙ୍କର ଜୁନ ୮ ତାରିଖରେ ଘୋଷଣା କରିଥିଲେ। ରାଜ୍ୟ ସରକାର କିନ୍ତୁ ନିଜ ଢୋଲ ନିଜେ ପିଟି ଏଥିରୁ ରାଜନୈତିକ ଫାଇଦା ଗୋଟାଇବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଏହା ଦ୍ବାରା ଆମ ଟିକା ଓ ତୁମ ଟିକା ବୋଲି ଗୋଟିଏ ଭେଦଭାବ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। କିଛି ଟିକାକରଣ କେନ୍ଦ୍ରରେ ବିଜେପି ପ୍ରଧାନମନ୍ତ୍ରୀଙ୍କ ଫଟୋ ଆଣି ଲଗାଇଛି।

ବାଲେଶ୍ବର ବିଜେଡି ବିଧାୟକ ସ୍ବରୂପ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଚାର ପ୍ରସାରକୁ କେବେ ବି ପ୍ରଶୟ ଦେଇନାହାନ୍ତି। ଟିକାକରଣ କେନ୍ଦ୍ରରେ ନବୀନଙ୍କର ପ୍ରଚାର କରାଯାଉନାହିଁ। ବରଂ ମୁଖ୍ୟମନ୍ତ୍ରୀ ବାର୍ତ୍ତା ପ୍ରଚାର କରାଯାଉଛି। ଟିକା ନେବା ସତ୍ତ୍ବେ ସମସ୍ତେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରୁଛନ୍ତି। ଏହାକୁ ନେଇ ବିଜେପି ହୀନ ରାଜନୀତି କରୁଛି। ବାସ୍ତବରେ ସେମାନେ ହିଁ ପ୍ରଚାର ପ୍ରସାରରେ ବିଶ୍ବାସ କରନ୍ତି ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା ପାଇଁ ବିଜେପି ନେତା ପୃଥ୍ବିରାଜ ହରିଚନ୍ଦନ ଟ୍ବିଟ୍ କରିଥିଲେ। ଏହାର ଦୃଢ଼ ପ୍ରତିବାଦ କରିଥିଲା ବିଜେଡି। ସେବେ ଶ୍ରୀ ହରିଚନ୍ଦନଙ୍କ ବିବୃତି ଉପରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ପ୍ରତିକ୍ରିୟା ଦେଇ କହିଥିଲେ ଯେ କେନ୍ଦ୍ର ଟିକା ଦେବ, ଏକଥାକୁ କେହି ଅସ୍ବୀକାର କରୁନାହାନ୍ତି। ହେଲେ ବିଜେପି ବନ୍ଧୁମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ଏହାକୁ ରାଜ୍ୟ ସରକାର ହିଁ କାର୍ଯ୍ୟକାରୀ କରୁଛନ୍ତି। ଟିକାକରଣ କ୍ଷେତ୍ରରେ ସମସ୍ତ ଭିତ୍ତିଭୂମି, ଡାକ୍ତର, ପୁଲିସ ବ୍ୟବସ୍ଥା, ସ୍ବାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସମସ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କର।ପୂର୍ବରୁ, ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ବି ବିବାଦ ଦେଖାଦେଇଥିଲା।

Leave A Reply

Your email address will not be published.